'ସାହୋ' ରିଲିଜ୍‌ ପରେ ଏହି ଯୁବତୀଙ୍କୁ ବିବାହ କରିବେ ବାହୁବଳୀ ଷ୍ଟାର ପ୍ରଭାସ

Published By : Prameya-News7 Bureau | August 04, 2019 IST

ମୁମ୍ବାଇ୪|୮ : ‘ବାହୁବଳୀ’ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ସାହୋ ଚଳିତ ମାସ ୩୦ ତାରିଖରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ‘ସାହୋ’ ହିନ୍ଦୀ, ତାମିଳ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ। ପାଓ୍ବାର ପ୍ୟାକ୍‌ଡ ଆକ୍ସନ ଫିଲ୍ମ ‘ସାହୋ’ରେ ପ୍ରଭାସଙ୍କ ବିପକ୍ଷରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ନଜର ଆସିଛନ୍ତି। ଅଭିନେତା ପ୍ରଭାସଙ୍କୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇଆସିଛି ।ସମଗ୍ର ବିଶ୍ବରେ ତାଙ୍କର ଅଗଣିତ ଫ୍ୟାନ୍ସ ଅଛନ୍ତି।

{"id":140613}

ପ୍ରଭାସ ଅଧିକାଂଶ ଝିଅମାନଙ୍କ ଦିଲ୍‌ରେ ରାଜ କରନ୍ତି।ତାଙ୍କ ଫିଲ୍ମ ଦେଖିବାକୁ ଲୋକେ ପାଗଳ ଥାନ୍ତି। ‘ବାହୁବଳୀ’ କ୍ରେଜ୍‌ ଏବେ ମଧ୍ୟ ଦର୍ଶକଙ୍କ ଗହଣରେ ଦେଖିବାକୁ ମିଳେ।ତେବେ ଏକ ସାକ୍ଷାତକାରରେ ପ୍ରଭାସ କହିଥିଲେ ଯେ,ବାହୁବଳୀ ବ୍ଲକ୍‌ବଷ୍ଟର ହିଟ୍‌ ହେବା ପରେ ତାଙ୍କ ପାଇଁ ଅନେକ ବିବାହ ପ୍ରସ୍ତାବ ଆସିଥିଲା। କିନ୍ତୁ ସେ କାହାକୁ ବିବାହ କରିବେ ତାହା ସ୍ପଷ୍ଟ ହୋଇନଥିଲା। ସେ କେବେ ଓ କାହାକୁ ବିବାହ କରିବେ ସେହି ଅପେକ୍ଷାରେ ପ୍ରଭାସଙ୍କ ପ୍ରଶଂସକ ଅଛନ୍ତି ।

{"id":140614}

ପୂର୍ବରୁ ତାଙ୍କ ସହ ତେଲୁଗୁର ସୁପରହିଟ୍‌ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ନାଁ ଯୋଡ଼ାଯାଉଥିଲା। ପ୍ରଭାସ ଓ ଅନୁଷ୍କା ବିବାହ କରିବେ ବୋଲି ବେଶ୍‌ ଚର୍ଚ୍ଚା ହୋଇଥିଲା ।ଦର୍ଶକ ଏହି ଯୋଡିକୁ ପରଦାରେ ଦେଖିବା ସହ ରିଅଲ ଲାଇଫରେ ମଧ୍ୟ ସ୍ବାମୀ ସ୍ତ୍ରୀ ଭାବେ ଦେଖିବା ପାଇଁ ଉତ୍ସାହିତ ଥିଲେ। କିନ୍ତୁ କିଛି ଦିନ ପରେ ଏହି ଚର୍ଚ୍ଚା ବନ୍ଦ ହୋଇଥିଲା କାରଣ ପ୍ରଭାସ ନିଜେ ସ୍ବୀକାର କରିଥିଲେ ଯେ, ଅନୁଷ୍କା ତାଙ୍କର ବହୁତ ଭଲ ବନ୍ଧୁ।

{"id":140615}

ସେମାନେ ପରସ୍ପରହ୍କ ସହ ସବୁକିଛି ସେୟାର କରନ୍ତି। ସେଥିପାଇଁ ଉଭୟଙ୍କ ବିବାହ ଚର୍ଚ୍ଚା ବନ୍ଦ ହୋଇଥିଲା। କିନ୍ତୁ ଏବେ ଆଉ ଏକ ହଟ୍‌ ଟୋପିକ୍‌ ସାମ୍ନାକୁ ଆସିଛି । ଏବେ ପ୍ରଭାସଙ୍କ ବିବାହକୁ ନେଇ ଏକ ତାଜା ଖବର ଶୁଣିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଆମେରିକାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଝିଅଙ୍କୁ ପ୍ରଭାସ ବିବାହ କରିବେ ବୋଲି ଜଣାପଡ଼ିଛି । ଫିଲ୍ମ ସାହୋ ରିଲିଜ୍‌ ହେବା ପରେ ପରିବାର ଲୋକେ ପ୍ରଭାସଙ୍କ ବିବାହ ନେଇ ଆଲୋଚନା ଆରମ୍ଭ କରିବେ । ଖୁବ ଶୀଘ୍ର ପ୍ରଭାସଙ୍କ ବିବାହ ହେବାକୁ ଯାଉଛି। ତେବେ ଏହି ଖବର ନେଇ ଆଗାକୁ କଣ ହେବ ତାହା ଭବିଷ୍ୟତରେ ସ୍ପଷ୍ଟ ହୋଇ ଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.