Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଜେଲରୁ ମୁକୁଳିଲେ ବି ଏହି ୧୦ କାମ କରିପାରିବେନି ଆର୍ୟନ, ସର୍ତ୍ତ ରଖିଛନ୍ତି କୋର୍ଟ

28/10/2021 at 9:25 PM

ମୁମ୍ବାଇ ୨୮।୧୦:  କ୍ରୁଜ ଡ୍ରଗ୍ସ କେସ୍‌ରେ ଆର୍ୟନ ଖାନଙ୍କୁ ବମ୍ବେ ହାଇକୋର୍ଟ ଗୁରୁବାର ଜାମିନ ମଞ୍ଜୁର କରିଛନ୍ତି।  ତାଙ୍କ ସହ ମାମଲାରେ ଗିରଫ ଅନ୍ୟ ୨ ଅଭିଯୁକ୍ତ ମୁନମୁନ୍ ଧମେଚା ଓ ଅର୍ବାଜ ମର୍ଚେଣ୍ଟକୁ ମଧ୍ୟ ଜାମିନ ମିଳି ଯାଇଛି। ହେଲେ କୋର୍ଟ ନଗଦ ଅଥବା ମୁଚାଲିକାରେ ଜାମିନ ଦେବେ ତାର ନିଷ୍ପତ୍ତି ଶୁକ୍ରବାର ହେବ। ତେବେ ପକ୍ଷଙ୍କ ଓକିଲ ନଗଦ ଜାମିନ ଲାଗି କୋର୍ଟଙ୍କୁ ନିବେଦନ କରିଥିବା ଜଣାପଡିଛି। ଯାହା ବି ହେଉ ଆର୍ୟନଙ୍କ ଜାମିନ ଲାଗି କୋର୍ଟ କିଛି ସର୍ତ୍ତ ରଖିଛନ୍ତି। ଜେଲରୁ ମୁକୁଳିଲା ପରେ ଯଦି ଆର୍ୟନ ସର୍ତ୍ତ ପାଳନ ନ କରନ୍ତି  ହୁଏତ ତାଙ୍କ ଜାମିନ ଆଗକୁ ବାତିଲ ମଧ୍ୟ ହୋଇଯାଇପାରେ।

ଜାଣନ୍ତୁ କ’ଣ ରହିଛି ସର୍ତ୍ତ
ବମ୍ବେ ହାଇକୋର୍ଟ ଜାମିନ ମଞ୍ଜୁର ନିମନ୍ତେ ରଖିଥିବା ସର୍ତ୍ତରେ ଆର୍ୟନ ଜେଲରୁ ବାହାରିବା ପରେ ଏପରି କୌଣସି କାର୍ଯ୍ୟରେ ଲିପ୍ତ ହେବେନି ଯେଉଁଥି ଲାଗି ଏନସିବି ତାଙ୍କୁ ଗିରଫ କରିଥିଲା। ଅର୍ଥାତ କୌଣସି ପ୍ରକାର ଏନଡିପିଏସ ଆଇନ ଅନ୍ତର୍ଗତ ଗତିବିଧିରେ ଜଡ଼ିତ ହେବେନି। ସେହିପରି ଜେଲରୁ ଫେରିବା ପରେ ସେ ଏପରି କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କ କରିପାରିବେନି ଯିଏ ପ୍ରତ୍ୟକ୍ଷ ଅଥବା ଅପ୍ରତ୍ୟକ୍ଷ ଭାବେ କ୍ରୁଜ ଡ୍ରଗ କେସ୍‌ରେ ସାମିଲ ଅଛନ୍ତି।

ସେହିପରି ଆର୍ୟନ ନିଜେ ଅଥବା କାହାଦ୍ୱାରା ମାମଲାରେ ସାମିଲ ଲୋକେ ଅଥବା ସାକ୍ଷଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିବେନି କି ପ୍ରମାଣ ହେରଫେର କରିବାକୁ ଯେପରି ଉଦ୍ୟମ ନ କରନ୍ତି। ଏହା ଛଡା ଜାମିନରେ ଥିବା ବେଳେ ସେ ବିଦେଶ ଯାଇପାରିବେନି। ଏଣୁ ସ୍ପେଶାଲ କୋର୍ଟରେ ତାଙ୍କ ପାସପୋର୍ଟ ଜମା କରାଇବେ।

ଗଣମାଧ୍ୟମ ସମ୍ମୁଖକୁ ଆସିବେନି ଆର୍ୟନ
କୋର୍ଟ ତାଙ୍କ ସର୍ତ୍ତରେ ଆର୍ୟନଙ୍କ କୌଣସି ପ୍ରକାର ଗଣମାଧ୍ୟମ ବିବୃତ୍ତି ନେଇ ମଧ୍ୟ କଟକଣା ଲଗାଇଛନ୍ତି। ଏପରି କୌଣସି ମାଧ୍ୟମରେ ବୟାନବାଜୀ କରିବା, ମତାମତ ଦେବା ଅଥବା ସୂଚନା ଦେବାର ତାଙ୍କର ଅଧିକାର ଉପରେ ରୋକ ଲଗାଇଛନ୍ତି।  ଯଦି ସେ ଦେଶରୁ ବାହାରକୁ ଯିବାକୁ ଚାହିଁବେ ଏନପିଡିଏସ୍ ଅଥବା ସ୍ୱତନ୍ତ୍ର କୋର୍ଟଙ୍କ ଅନୁମତି ନେବେ। ସେହିପରି ଗ୍ରେଟର ମୁମ୍ବାଇରୁ ବାହାରକୁ ଯିବାକୁ ପଡିଲେ ସେ ଯାଞ୍ଚ ଅଧିକାରୀଙ୍କ ଅନୁମତି ନେବା ଜରୁରି।

ଯେତେବେଳେବି ଆବଶ୍ୟକତା ପଡିବ ଆର୍ୟନ ଏନସିବିରେ ହାଜର ହେବେ। କୋର୍ଟଙ୍କ ପ୍ରତ୍ୟେକ ଶୁଣାଣିରେ ତାଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ହେବ। ଯଦି ସେପରି କୌଣସି ବଡ କାରଣ ନଥାଏ ସେ କୌଣସି ଶୁଣାଣିରେ ଯେପରି ଅନୁପସ୍ଥିତ ନ ରହନ୍ତି ସେ ନେଇ କୋର୍ଟ କଡା ତାଗିଦ କରିଛନ୍ତି। ଏହା ଛଡା ପ୍ରତି ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ୨ଟା ମଧ୍ୟରେ ଏନସିବି ମୁମ୍ବାଇ କାର୍ଯ୍ୟାଳୟକୁ ଯାଇ ହାଜିରା ଦେବେ।

   Related Posts