ଲକ୍‌ଡାଉନ୍‌ କୋହଳ ପରେ ରାଜ୍ୟକୁ ଫେରିବେ ୫ ଲକ୍ଷ ଶ୍ରମଜୀବି, ପଞ୍ଜିକରଣ ଲାଗି ସ୍ଵତନ୍ତ୍ର ପୋର୍ଟାଲ : ଆରମ୍ଭ ହେଲା ସରକାରଙ୍କ ହ୍ଵାଟ୍ସଆପ୍ ଇନ୍ଫୋ ଡେସ୍କ

Published By : Prameya-News7 Bureau | April 22, 2020 IST

ଭୁବନେଶ୍ବର ୨୨.୦୪-  ଲକ୍‌ ଡାଉନ୍‌ କୋହଳ ହେବା ପରେ ଓଡ଼ିଶା ବାହାରୁ ପ୍ରାୟ ୫ ଲକ୍ଷ ଓଡ଼ିଆ ନିଜ ନିଜ ଗାଁକୁ ଫେରିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏକ ସ୍ବତନ୍ତ୍ର ପୋର୍ଟାଲ୍‌ ଖୋଲାଯିବ ଏବଂ ଆସନ୍ତା ଅପ୍ରେଲ ୨୪ ତାରିଖରୁ ଏହି ପୋର୍ଟାଲ୍‌ରେ ପଞ୍ଜୀକରଣ ଆରମ୍ଭ କରାଯିବ ।ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୂଖ ଶାସନ ସଚିବ ଡି.କେ.ସିଂହ ।

ସେ କହିଛନ୍ତି , ଏବେ ମହାରାଷ୍ଟ୍ର, ତେଲେଙ୍ଗାନା, ଗୁଜୁରାଟ ସହ   ବିଭିନ୍ନ ରାଜ୍ୟରେ ପ୍ରାୟ ୭ ଲକ୍ଷ ୫୦ ହଜାର ଓଡ଼ିଆ ଶ୍ରମଜୀବି  ରହିଛନ୍ତି । ସେମାନେ ବିଭିନ୍ନ ଅସୁବିଧା  ତଥା ଯୋଗଯୋଗ ସମସ୍ୟା କାରଣରୁ ଅଟକି ରହିଛନ୍ତି । ତେବେ ଲକଡାଉନ କୋହଳ ହେବାପରେ ସେମାନଙ୍କ ମଧ୍ୟରୁ ପ୍ରାୟ ୫ ଲକ୍ଷ  ଫେରିବେ । ତେଣୁ କୋଭିଡ୍ ୧୯ ସଂକ୍ରମଣ ରୋକିବାକୁ ଜାରି ରହିଥିବା ଅଭିଯାନରେ ସେମାନଙ୍କୁ ପଞ୍ଜିକରଣ ସହ କ୍ବାରାଣ୍ଟାଇନ୍‌ରେ ରଖାଯିବ ।ତେବେ ସେମାନଙ୍କ ସଂପର୍କରେ ଅବଗତ ହେବାଲାଗି ତତା ସେମାନଙ୍କୁ ସୁରକ୍ଷିତ ରଖିବା ତଥା ସଂକ୍ରମଣ ଆଶଙ୍କାକୁ ପ୍ରତିହତ କରିବା ଲାଗି ସରକାରଙ୍କ ଦ୍ବାରା କରାଯାଇଥିବା ସ୍ବତନ୍ତ୍ର ପୋର୍ଟାଲରେ  ସେମାନଙ୍କର ପଞ୍ଜିକରଣ କରାଯିବ ।

{"id":258439,"sizeSlug":"large"}

ବାହାରୁ ଆସୁଥିବା ଲୋକଙ୍କ ଆତ୍ମୀୟ ଓ ପରିବାର ଏହି ପୋର୍ଟାଲ୍‌ରେ ନିଶ୍ଚିତ ପଞ୍ଜୀକରଣ କରାଇବେ । ପ୍ରତି ପଞ୍ଚାୟତ ପାଇଁ ଜଣେ ନୋଡାଲ୍‌ ଅଫିସର ରହିବେ ଏବଂ  ବିଡ଼ିଓମାନେ ପ୍ରତି ପଞ୍ଚାୟତରେ ତଦାରଖ ପାଇଁ ୫ ଜଣିଆ ଟିମ୍‌ ଗଠନ କରିବେ। ଫେରୁଥିବା ଲୋକମାନେ ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ

ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୧୪ ଦିନ ପାଇଁ ବାଧ୍ୟତାମୂଳକ ଭାବେ ରହିବେ ।କୌଣସି ପରିସ୍ଥିତିରେ ମଧ୍ୟ ସେମାନେ ସିଧାସଳଖ ଘରକୁ ଯାଇପାରିବେ ନାହିଁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ସରକାରଙ୍କ ହ୍ବାଟ୍ସଆପ୍‌ ଇନ୍‌ଫୋ ଡେସ୍କ ୯୩୩୭୯୨୯୦୦୦ର ଶୁଭାରମ୍ଭ କରିଛନ୍ତି । ନିଜର ତଥା ନିଜ ପରିବାରର ସୁରକ୍ଷା ପାଇଁ ସରକାରଙ୍କ କରୋନା ପ୍ରତିରୋଧ ପଦକ୍ଷେପଗୁଡ଼ିକ ବିଷୟରେ ତୁରନ୍ତ ସୂଚନା ପାଇବା ନିମନ୍ତେ https://t.co/cHuShnv3lh ରେ  “Hi” ଟାଇପ୍‌ କରି ପଠାଇବା କିମ୍ବା କ୍ଲିକ୍‌ କରିବା ପାଇଁ ସମସ୍ତଙ୍କୁ ଅବଗତ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.