Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ଜାମିନ ନାମଞ୍ଜୁର ପରେ ବାରିମୂଳ ଜେଲ ଗଲେ ରଙ୍ଗିଲା ସଭାପତି ପ୍ରମୋଦ ସାହୁ

4/11/2019 at 3:28 PM

କେନ୍ଦାପଡ଼ା ୪/୧୧: କେନ୍ଦାପଡ଼ା କୋ- ଅପରେଟିଭ ବ୍ୟାଙ୍କ ଯୌନ ନିର୍ଯ୍ୟାତନା ମାମଲାରେ ଗିରଫ ବ୍ୟାଙ୍କର ସଭାପତି ପ୍ରମୋଦ ସାହୁଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଫଳରେ ତାଙ୍କୁ ୧୪ଦିନ ପାଇଁ ବିଚାରବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି। ଏହି ୧୪ଦିନ ପ୍ରମୋଦ କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳଠାରେ ଥିବା ଜେଲରେ ରହିବେ।

ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ତାଙ୍କ ବିରୋଧରେ ଗତ ୬ମାସ ହେଲା ଯୌନ ନିର୍ଯ୍ୟାତନା ଅଭିଯୋଗ କରି ଆସୁଥିଲେ। ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଫଳରେ ପୀଡ଼ିତା ନ୍ୟାୟାଳୟର ଦ୍ବାରସ୍ଥ ହୋଇ ଓ୍ବାନ-ସିସି କେସ୍ ଦାୟର କରିଥିଲେ।

ଏହି ଘଟଣା ଗଣମାଧ୍ୟମରେ ବାରମ୍ବାର ପ୍ରସାରିତ ହେବା ପରେ ପୋଲିସ ଓ ପ୍ରଶାସନ ଅଡ଼ୁଆରେ ପଡ଼ିଥିଲା। ଗତକାଲି ବିଳମ୍ବିତ ରାତିରେ ପ୍ରମୋଦ ସାହୁଙ୍କୁ ତାଙ୍କ ଫାର୍ମ ହାଉସରୁ ପୋଲିସ ଉଠାଇ ନେଇଥିଲା। ରାତି ତମାମ ଜେରା କରିବା ପରେ ଆଜି ସକାଳୁ ତାଙ୍କୁ ଗିରଫ କରିବା ସହ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲା। ଏହା ପରେ ପ୍ରମୋଦଙ୍କୁ କେନ୍ଦ୍ରାପଡ଼ା ଏସଡିଜେମ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ପ୍ରମୋଦଙ୍କୁ ବାରିମୂଳ ଜେଲ୍ ପଠାଇ ଦିଆଯାଇଛି।

ପ୍ରମୋଦ ଗିରଫ ହେବା ପରେ ଅଭିଯୋଗକାରିଣୀ ପୀଡ଼ିତା ଓ ତାଙ୍କ ମାଆ ସନ୍ତେଷ ପ୍ରକାଶ କରିଛନ୍ତି। ବିଚାରବିଭାଗୀୟ ବ୍ୟବସ୍ଥା ଉପରେ ତାଙ୍କର ବିଶ୍ବାସ ଥିବା ପ୍ରକାଶ କରିଛନ୍ତି। ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ଲାଗି ଦାବି କରିବା ସହ ଗଣମାଧ୍ୟମର ଭୂମିକା ପାଇଁ ପ୍ରଶଂସା କରିଛନ୍ତି। ତେବେ ଘଟଣା ଥଣ୍ଡା ପଡ଼ିଯିବା ପରେ ପ୍ରମୋଦ ତାଙ୍କ ଉପରେ ପ୍ରତିଶୋଧ ମୂଳକ ଆକ୍ରମଣ କରିପାରନ୍ତି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

   Related Posts