Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ସୁଶାନ୍ତଙ୍କ ଭଉଣୀ ଓ ଡାକ୍ତର ତରୁଣ କୁମାରଙ୍କ ନାଁରେ FIR ରୁଜୁ, ମାମଲା ସିବିଆଇକୁ ହସ୍ତାନ୍ତର

8/09/2020 at 4:37 PM

ନୂଆଦିଲ୍ଲୀ ୦୮/୦୯: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ନେଉଛି ଭିନ୍ନ ମୋଡ଼। ନର୍କୋଟିକ୍ସ କଂଟ୍ରୋଲ୍‌ ବୋର୍ଡ(ଏନସିବି) ଅଭିନେତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି । ପୂର୍ବରୁ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଥିଲା ଏନସିବି ।

ତେବେ ଆଜି ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ମିତୁ ସିଂହ, ପ୍ରିୟଙ୍କା ସିଂହ ଓ ଦିଲ୍ଲୀରେ ଡାକ୍ତର ଥିବା ତରୁଣ କୁମାରଙ୍କ ଉପରେ ଜାଲିଆତି, ଭୁଲ ଔଷଧ ଦେବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ଏନେଇ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଏତଲା ଦେଇଥିଲେ । ମାମଲା ରୁଜୁ କରିବା ପରେ ଏହାକୁ ସିବିଆଇକୁ ହସ୍ତାନ୍ତର କରିଛି ମୁମ୍ବାଇ ପୋଲିସ ।

ଅଭିଯୋଗ ଅଛି ଯେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହ ରାମ ମନୋହର ଲୋହିଆ ହପ୍ସିଟାଲର ଡାକ୍ତର ତରୁଣ କୁମାରଙ୍କ ଠାରୁ ନକଲି ମେଡିକାଲ ପ୍ରେସକ୍ରିପସନ ତିଆରି କରିଥିଲେ । ପ୍ରେସକ୍ରିପସନରେ ଭୁଲ ଔଷଧ ସାମିଲ ଥିଲା ଯାହା ଏନଡିପିଏସ୍ ଆକ୍ଟକୁ ଉଲ୍ଲଂଘନ କରୁଛି । ମେଡିକାଲ ଚେକଅପ ବିନା ଏହି ଔଷଧ ଦିଆଯାଇଥିଲା ଯାହାର ପରିଣାମ ସ୍ବରପ ସେ ଆତ୍ମହତ୍ୟା କରିଥାଇପାରନ୍ତି  ବୋଲି ଏତଲାରେ ଦର୍ଶାଇଛନ୍ତି ରିୟା ।

ଜୁନ୍ ୮ରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହଙ୍କ ସହ ରିୟା କଥା ହୋଇଥିବା ଏତଲାରେ ଦର୍ଶାଇଛନ୍ତି । ଏହି କଥାବାର୍ତ୍ତା ବେଳେ ପ୍ରିୟଙ୍କା ସୁଶାନ୍ତଙ୍କୁ ବିଭିନ୍ନ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ । ଯାହା ନାରକୋଟିକ୍ସ ଡ୍ରଗ୍ସ ଓ ସାଇକୋଟ୍ରପିକ୍ ଅଧିନିୟମ ୧୯୮୫ ଅଧୀନରେ ଆସିଥାଏ । ରିୟା ଅଭିଯୋଗ କରିଛନ୍ତି ‌ଯେ ସୁଶାନ୍ତ ତାଙ୍କ ଭଉଣୀଙ୍କୁ କହିଥିଲେ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ବିନା ଔଷଧ ମିଳିବ ନାହିଁ । ସେଥିପାଇଁ ପ୍ରିୟଙ୍କା ସେହିଦିନ  ଦିଲ୍ଳୀର ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ତରୁଣ କୁମାରଙ୍କ ଠାରୁ ମେଡିକାଲ ପ୍ରେସକ୍ରିପସନ ପଠାଇଥିଲେ । ସେତେବେଳେ ସୁଶାନ୍ତ ମୁମ୍ବାଇରେ ଥିବା ରିୟା ଲେଖିଛନ୍ତି ।

ରିୟା ଲେଖିଛନ୍ତି ତାଙ୍କ ଯିବା ପରେ ସୁଶାନ୍ତଙ୍କ ସହ ନୀତୁ ସିଂହ ରହୁଥିଲେ । ସେ ତାଙ୍କୁ ଔଷଧ ଖାଇବାକୁ ଦେଉଥିଲେ । ଯେଉଁଥିପାଇଁ ସୁଶାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା । ରିୟା‌ ଏକଥା ବି କହିଛନ୍ତି ସୁଶାନ୍ତ ନିତୁ ସିଂହ ଓ ମିତୁ ସିଂହଙ୍କ କହିବା କଥାରେ ଡାକ୍ତର ଚାବଡା ପ୍ରେସକ୍ରାଇବ କରିଥିବା ଔଷଧ ଦେବା ବନ୍ଦ କରିଦେଇଥିଲେ । ଏନଡିପିଏସ ଅଧିନିୟମ ୪୨୦, ୬୪୬, ୪୬୫, ୪୬୬, ୪୬୮, ୪୭୪, ୩୦୬, ୧୨୦ବି, ୩୪ ଆଇପିସି ଓ r / w Sec 8 (c), 21, 22 (A), 29 ଅଧୀନରେ ମାମଲା ରୁଜୁ ହୋଇଛି । ସୁପ୍ରିମକୋର୍ଟ ନିର୍ଦେଶ ଅନୁସାରେ ଏବେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି ।

   Related Posts