ସର୍ବାଧିକ ରୋଗୀ ଚିହ୍ନଟ ପରେ ଆସିଲା ଆଶ୍ଵସ୍ତିକର ଖବର: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୪୦୧୮ ରୋଗୀ

Published By : Prameya-News7 Bureau | September 20, 2020 IST

ଭୁବନେଶ୍ଵର ୨୦।୦୯: ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ଗତ କିଛି ଦିନ ହେବ ଦୈନିକ ଚାରି ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ଗୋଟିଏ ଦିନରେ ସର୍ବକାଳୀନ ୪୩୩୦ ରୋଗୀ ଚିହ୍ନଟ ହୋଇଛନ୍ତି। ବିଶେଷ କରି ଖୋର୍ଦ୍ଧା ଓ କଟକ ଜିଲ୍ଲାର ସ୍ଥିତି ଚିନ୍ତାଜନକ ରହିଛି। ଆଶ୍ଵସ୍ତିକର କଥା ସଂକ୍ରମିତଙ୍କ ସହ ତାଳ ଦେଇ ରୋଗୀ ମଧ୍ୟ ସୁସ୍ଥ ହେବାରେ ଲାଗିଛନ୍ତି। ଆଜି ଚାରି ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚାରି ହଜାରରୁ ଉର୍ଦ୍ଧ୍ଵ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧୮ ରୋଗୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ୬୭୫ ରହିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ରବିବାର ଏହାର ସୂଚନା ଦିଆଯାଇଛି।

wp:html /wp:html

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୪୦ କରୋନା ରୋଗୀ ସୁସ୍ଥତା ଲାଭ କରିଛନ୍ତି। ସେହିପରି କଟକ ଜିଲ୍ଲାରୁ ୪୩୪, ପୁରୀ ଜିଲ୍ଲାରୁ ୨୭୪, ବାଲେଶ୍ଵରରୁ ୧୯୪, କେନ୍ଦ୍ରାପଡାରୁ ୧୩୯, ସୋନପୁରରୁ ୧୩୬, ଜଗତିସଂହପୁରରୁ ୧୨୬, ଯାଜପୁରରୁ ୧୨୦, ଅନୁଗୁଳରୁ ୧୧୬, ରାୟଗଡାରୁ ୧୧୩, ଝାରସୁଗୁଡାରୁ ୧୧୧, ଭଦ୍ରକ ଜିଲ୍ଲାରୁ ୧୦୪ କୋଭିଡ୍-୧୯ରୁ ଆରୋଗ୍ୟଲାଭ କରିଛନ୍ତି।

ସେହିପରି ବରଗଡରୁ ୯୫, ସମ୍ବଲପୁରରୁ ୯୦, ସୁନ୍ଦରଗଡରୁ ୯୦, କୋରାପୁଟ ଜିଲ୍ଲାରୁ ୮୮, ମୟୂରଭଞ୍ଜ ଜିଲ୍ଲାରୁ ୮୩, ନୂଆପଡାରୁ ୭୭, କନ୍ଧମାଳରୁ ୭୫, ନବରଙ୍ଗପୁରରୁ ୭୧, ଢେଙ୍କାନାଳରୁ ୬୭, ଗଞ୍ଜାମରୁ ୬୭, ନୟାଗଡରୁ ୬୦, କେନ୍ଦୁଝରରୁ ୫୭, ବଲାଙ୍ଗିରରୁ ୪୬, କଳାହାଣ୍ଡିରୁ ୪୨ ଓ ବୌଦ୍ଧରୁ ୩୪, ମାଲକାନଗିରିରୁ ୩୩, ଦେବଗଡରୁ ୧୭ ଓ ଗଜପତିରୁ ୧୫ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ଥରେ ଚାରି ହଜାରରୁ ଉର୍ଦ୍ଧ୍ଵ ଅର୍ଥାତ ୪୩୩୦ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୯, ୮୮୦ରେ ପହଞ୍ଚିଛି। ଅନ୍ୟପଟେ ଆଉ ୧୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୧ରେ ପହଞ୍ଚିଛି। ଆଜିର ସୁସ୍ଥକୁ ମିଶାଇ ମୋଟ୍ ଆରୋଗ୍ୟସଂଖ୍ୟା ୧ ଲକ୍ଷ ୪୫ ହଜାର ୬୭୫କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.