Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ୨ କନଷ୍ଟେବଳ

14/08/2020 at 12:26 PM

 ସମ୍ବଲପୁର୧୪/୮:  କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ସମ୍ବଲପୁର ଜିଲ୍ଲାର ୨ କନଷ୍ଟେବଳ।ଏହି ୨ କନଷ୍ଟେବଳ ହେଲେ ରୂପେଶ ବାରିକ ଏବଂ ନରେଶ ନାଏକ | ସୁସ୍ଥ ହେବା ପରେ ଦୁହିଁଙ୍କୁ ସମ୍ବଲପୁର ପୋଲିସ୍ କାର୍ଯ୍ୟାଳୟରେ  ଏସପି ଫୁଲତୋଡା ଦେଇ ସ୍ବାଗତ କରିଛନ୍ତି | ତେବେ ଏହି ଦୁଇ ଜଣ କନଷ୍ଟେବଳ ପ୍ଲାଜମା ଦାନ କରିବେ ବୋଲି କହିଛନ୍ତି। ଏନେଇ ସମ୍ବଲପୁର ଏସପି କନଓ୍ବର ବିଶାଲ ସିଂ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି | କରୋନା ସଂକ୍ରମିତ ସମୟରେ ଭଭୟ ବୁର୍ଲା ସ୍ଥିତ କୋଭିଡ କେୟାର ସେଣ୍ଟର ଚିକିତ୍ସିତ ହେଉଥିଲେ | ଉତ୍ତମ ଚିକିତ୍ସା ସେବା ଫଳରେ ଆଜି ସୁସ୍ଥ ହୋଇଥିବା ଦୁଇଜଣ କହିଛନ୍ତି |

   Related Posts