ଭଲ ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ୫ ଜଣ, ୪ଟି ଜିଲ୍ଲା ଏବେ କରୋନା ମୁକ୍ତ

Published By : Prameya-News7 Bureau | April 21, 2020 IST

ଭୁବନେଶ୍ବର୧୭/୪: ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୯କୁ ଛୁଇଁଲା। ଏହି ସଂକ୍ରମିତଙ୍କ ମଧ୍ୟରୁ ମଙ୍ଗଳବାର ୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ଭୁବନେଶ୍ବର, ଢ଼େଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଏବଂ କେନ୍ଦ୍ରାପଡା ଜିଲ୍ଲାର ଜଣେ ଲେଖାଏଁ ଅଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି। ଗତକାଲି ଗୋଟିଏ ଦିନରେ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

wp:core-embed/twitter {"url":"https://twitter.com/HFWOdisha/status/1252534765955289088?s=20","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1252534765955289088?s=20
/wp:core-embed/twitter

ସେମାନଙ୍କ ମଧ୍ୟରୁ ଯାଜପୁରରେ ୫ ଜଣ, ଭଦ୍ରକରେ ୫ ଜଣ, ବାଲେଶ୍ବରରେ ୨ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ କୋଭିଡ-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେହିପରି ମଙ୍ଗଳବାର ସକାଳୁ ପୁଣି ୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି। ତେଣୁ ରାଜ୍ୟରେ ମୋଟ୍ ୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲା ବେଳେ ୪୯ ଜଣ ଚିକିତ୍ସାଧୀ ଅଞ୍ଚନ୍ତି। ସେହିପରି ଭୁବନେଶ୍ବରର ଜଣେ ୭୦ ବର୍ଷୀୟ ବୃଦ୍ଧ କରୋନା ସଂକ୍ରମିତରେ ପ୍ରାଣ ହରାଇଛନ୍ତି।

ରାଜ୍ୟରେ ୪ଟି ଜିଲ୍ଲା ଏବେ କରୋନା ମୁକ୍ତ। କଳାହାଣ୍ଡି ଓ ଢ଼େଙ୍କାନାଳ ଜିଲ୍ଲାରେ ଗୋଟିଏ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।। ଆଜି ଏହି ଦୁଇ ସଂକ୍ରମିତ ସୁସ୍ଥ ହେବା ପରେ କଳାହାଣ୍ଡି ଓ ଢ଼େଙ୍କାନାଳ ଜିଲ୍ଲା ମଧ୍ୟ କରୋନା ମୁକ୍ତ ହୋଇଛି। ପୂର୍ବରୁ କଟକ ଓ ପୁରୀ ଜିଲ୍ଲା କରୋନା ମୁକ୍ତ ହୋଇଥିଲା। ତେବେ କଟକ, ପୁରୀ, କଳାହାଣ୍ଡି ଏବଂ ଢ଼େଙ୍କାନାଳ, ଏହି ଚାରୋଟି ଜିଲ୍ଲା ଏବେ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.