ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ୍ କରିବା ଧମକ ଦେଇ ନାବାଳିକାଙ୍କୁ ପ୍ରତିଦିନ କରୁଥିଲା ଦୁଷ୍କର୍ମ, ଭଉଣୀଙ୍କୁ ଭିଡିଓ ପଠାଇ କହିଲା ଏମିତି…

Published By : Prameya-News7 Bureau | September 02, 2019 IST

ଭରତପୁର ୨।୯: ରାଜସ୍ଥାନ ଭରତପୁରରେ ଜଣେ ୬୬ବର୍ଷ ବୟସ୍କ ବ୍ୟକ୍ତି ୧୬ବର୍ଷର ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁର୍ଷର୍ମ ବେଳର ଭିଡିଓ ମଧ୍ୟ କରି ଭାଇରାଲ୍ ର ଧମକ ଦେଇ ବ୍ଲାକମେଲିଂ ମଧ୍ୟ କରୁଥିଲେ । ଯେତେବେଳେ ପୀଡିତା ଯୁବତୀଙ୍କଠାରୁ ତାଙ୍କ ମନ ଭରିଯାଇଥିଲା ସେତେବେଳେ ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମର ଭିଡିଓ ତାଙ୍କ ଭଉଣୀଙ୍କ ନିକଟକୁ ପଠାଇଥିଲେ ଏବଂ କହିଥିଲେ ଯେ ଏବେ ତୋ ପାଳି । ଭିଡିଓ ପଠାଇବା ସହ ପୀଡିତାଙ୍କ ଭଉଣୀଙ୍କୁ ମଧ୍ୟ ତାଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ ।

ସୂଚନା ଅନୁସାରେ ଅଭିଯୁକ୍ତ ଜଣଙ୍କ ଭିଡିଓ ପଠାଇବା ସହ ପୀଡିତା ଯୁବତୀଙ୍କ ଭଉଣୀଙ୍କୁ କହିଥିଲେ ଯେ, ମୁଁ ତୋ ଭଉଣୀ ସହ ଦୁଷ୍କର୍ମ କରିଛି ଏବଂ ତୁ ମଧ୍ୟ ମୋ ସହ ଶାରିରୀକ ସଂପର୍କ ରଖେ, ନହେଲେ ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେବି । ଫଳରେ ପୀଡିତାଙ୍କ ଭଉଣୀ ଏ ସଂପର୍କରେ ପରିବାରଲୋକଙ୍କୁ ଜଣାଇଥିଲେ । ଫଳରେ ପୀଡିତାଙ୍କ ପରିବାରଲୋକ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲେ ।

ପୀଡିତାଙ୍କ ବାପାଙ୍କ ଦୋକାନ ନିକଟରେ ସଂପୃକ୍ତ ଅଭିଯୁକ୍ତ ଚା ଦୋକାନ କରିଛନ୍ତି । ପୀଡିତା ନାବାଳିକା ସବୁଦିନ ବାପାଙ୍କୁ ଖାଇବା ଦେବା ପାଇଁ ଦୋକାନକୁ ଯାଇଥାଏ । ଦିନେ ତାଙ୍କ ବାପା ଦୋକାନରେ ନଥିବାରୁ ସଂପୃକ୍ତ ଅଭିଯୁକ୍ତ ପୀଡିତା ନାବାଳିକାଙ୍କୁ ତା ଦୋକାନ ଭିତରକୁ ଡାକିଥିଲା ଏବଂ ସେଠାରେ ତାଙ୍କ ସହ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ଏହି ସମୟରେ ଭିଡିଓ ମଧ୍ୟ ଶୁଟ୍ କରିଦେଇଥିଲା ଅଭିଯୁକ୍ତ । ଭିଡିଓ ଭାଇରାଲ୍ କରିବା ଧମକ ଦେଇ ପ୍ରତି ଦିନ ନାବାଳିକାଙ୍କ ସହ ଦୁଷ୍କର୍ମ କରୁଥିଲା । ଅଭିଯୋଗ ପରେ ପୋଲିସ ସଂପୃକ୍ତ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.