Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଦୁଷ୍କର୍ମରେ ଶିକାର ହେଲା ପରେ ବି ଆଗକୁ ବଢ଼ିଥିଲେ ଏହି ଅଭିନେତ୍ରୀ, ଖରାପ ସମୟ ତାଙ୍କୁ ଦେଇଥିଲା ସାହସ

9/11/2019 at 9:24 PM

ନୂଆଦିଲ୍ଲୀ୯/୧୧: ହଲିଉଡ୍‌ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ନିକଟରେ ତାଙ୍କ ଜୀବନରେ ଘଟିଥିବା କିଛି ଘଟଣା ସଂପର୍କରେ କହିଛନ୍ତି। ପ୍ରସିଦ୍ଧ ଅଭିନେତ୍ରୀ ଲେଡି ଗାଗା ବାରମ୍ବାର ଦୁଷ୍କର୍ମରେ ଶିକାର ହେଲା ପରେ ବି ସେ ଭାଙ୍ଗି ପଡ଼ି ନଥିଲେ। ସେ ଜୀବନ ସହ ସଂଘର୍ଷ କରି ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲି ଥିଲେ। ଗାଗା ଦୁଷ୍କର୍ମରେ ଶିକାର ହେବା ପରେ ସେ ନିଜକୁ ନିଜେ ଖୁସି ଦେବା ପାଇଁ ଚେଷ୍ଟା କରିଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ଥରେ ଗାଗା ନିଜକୁ ନିଜେ ଶେଷ କରିବା ଲାଗି ମଧ୍ୟ ଚେଷ୍ଟା କରିଥିଲେ।

ନିକଟରେ ଲେଡି ଗାଗା ଏକ ମ୍ୟାଗାଜିନ୍‌ର କଭର ପାଇଁ ଫଟୋସୁଟ୍‌ କରିବା ସମୟରେ ତାଙ୍କ ଜୀବନ  କିଛି ଅଭୁଲା ସ୍ମୃତି ଶେୟାର କରିଥିଲେ। ଏହି ଅବସର​‌ରେ ହଲିଉଡ୍‌ ଅଭିନେତା ବ୍ରାଡ୍‌ଲି କୁପରଙ୍କ ସଂପର୍କରେ ମଧ୍ୟ ସେ କହିଥିଲେ। ଗାଗା କହିଥିଲେ ଯେ ୧୯ ବର୍ଷ ବୟସରେ ସେ ବାରମ୍ବାର ଦୁଷ୍କର୍ମରେ ଶିକାର ହୋଇଥିଲେ। ଆଜି ସେହିଦିନ ଗୁଡିକ ମନେ ପଡ଼ିଲେ ତାଙ୍କୁ ବହୁତ କଷ୍ଟ ଦିଏ। ପ୍ରଥମ ଫିଲ୍ମରେ ଗାଗା ପୁରସ୍କାର ପାଇବା ବେଳେ ପୁରୁଣା ଦିନଗୁଡିକ ମନେପକାଇ ସେ କାନ୍ଦିଥିଲେ।

View this post on Instagram

🤘 #HAUSOFMETALHEAD 🤘 @hauslabs @amazon

A post shared by Lady Gaga (@ladygaga) on

୧୯ ବର୍ଷ ବୟସରେ ତାଙ୍କ ସହ ଘଟିଥିବା ଘଟଣାକୁ ଭୁଲି ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିଥିଲେ। ସେ ଆଜି ସଫଳ ହୋଇଛନ୍ତି। ଗାଗା ଏକାଧାରରେ ଜଣେ ଭଲ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ତଥାପି ସେ ତାଙ୍କ ଅତୀତକୁ ଭୁଲି ନାହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସେ ପିଟିଏସଡି(Traumatic Stress Disorder and the past)ରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ସେଥିଲାଗି ସବୁବେଳ ଡାକ୍ତରଙ୍କ ସସ୍ପର୍ଶରେ ରହିଛନ୍ତି। ଗାଗା କହିଛନ୍ତି ସେହି ଖରାପ ସମୟ ତାଙ୍କ ଜୀବନରେ ଆଗକୁ ବଢ଼ିବା ଲାଗି ସାହସ ଯୋଗାଇଥିଲା। ଗାଗାଙ୍କ ଖରାପ ସମୟରେ ତାଙ୍କ ପ୍ରଂଶସକ ସାଥ୍‌ ଦେଇଥିଲେ ବୋଲି ଶେଷରେ ସେ କହିଥିଲେ।

   Related Posts