ରଜନୀକାନ୍ତଙ୍କ ଘୋଷଣା ପରେ ରାଜନୀତିରୁ ଓହରିଲେ ତାଙ୍କ ପରାମର୍ଶଦାତା ତାମିଲାରୁବି ମଣିୟନ
30/12/2020 at 6:37 PM

ନୂଆଦିଲ୍ଲୀ ୩୦/୧୨: ଧୋକା ଦେଲା ଶେଷ ଆଶା ! ରଜନୀକାନ୍ତ ପରେ ପରେ ରାଜନୀତିରୁ ସନ୍ନ୍ୟାସ ଗ୍ରହଣ କଲେ ତାଙ୍କ ପରାମର୍ଶଦାତା ତଥା ଗାନ୍ଧୀ ମକ୍କଲ ୟାକମ ନେତା ତାମିଲାରୁବି ମଣିୟନ। ତାମିଲ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପାଦ ଦବାକୁ ଘୋଷଣା କରି ପୁଣି ଓହରିଯାଇଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ରାଜନୀତି କରିବେ ନାହିଁ ବୋଲି ରଜନୀକାନ୍ତ କହିସାରିଛନ୍ତି। ତାଙ୍କ ପରେ ପରେ ତାଙ୍କ ରାଜନୈତିକ ପରାମର୍ଶଦାତା ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି।
ତାମିଲାରୁବି ଚିଠି ମାଧ୍ୟମରେ ଏନେଇ ସୂଚନା ଦେବା ସହ ଲେଖିଛନ୍ତି, ସବୁଦିନ ପାଇଁ ରାଜନୀତି ଛାଡ଼ିଦେଲି। ତେବେ ରଜନୀକାନ୍ତ ରାଜନୀତିରୁ ଦୂରେଇ ରହିବାକୁ ଘୋଷଣା କରିବାର ଗୋଟିଏ ଦିନ ପରେ ତାମିଲାରୁବି ରାଜନୀତିରୁ ଓହରିଯାଇଛନ୍ତି। କିନ୍ତୁ ତାଙ୍କ ଚିଠିରେ ରାଜନୀକାନ୍ତଙ୍କ ସମ୍ପର୍କରେ କିଛି ତାମିଲାରୁବି ଉଲ୍ଲେଖ କରିନଥିବା ଦେଖିବାକୁ ମିଳିଛି। ଚିଠିରେ ତାମିଲାରୁବି ଲେଖିଛନ୍ତି, ‘ ସେମିତି ଆଉ ରାଜନୀତିରେ କିଛି ହାସଲ କରିବାକୁ ନାହିଁ। ମୋର ସ୍ବଚ୍ଛତା, ପବିତ୍ରତା ଓ ଶୃଙ୍ଖଳାକୁ ରାଜନୀତି କୌଣସି ପ୍ରକାର ପ୍ରୋତ୍ସାହିତ କରିପାରିଲା ନାହିଁ।’
ଅନ୍ୟପଟେ ରାଜନୀତିରୁ ବିମୁଖ ହୋଇଥିବା ତାମିଲାରୁବି ରଜନୀକାନ୍ତଙ୍କ ସହ ସାକ୍ଷାତ କରିଥିଲେ। ସେ ରଜନୀକାନ୍ତଙ୍କ ସହ କରିଥିବା ଆଲୋଚନା ସମ୍ପର୍କରେ ବି କହିଥିଲେ। ରଜନୀକାନ୍ତଙ୍କ ସହ ଆଲୋଚନା ପରେ ତାଙ୍କୁ ସବୁ ଧର୍ମର ଭଗବାନଙ୍କ ସହ ତାମିଲାରୁବି ତୁଳନା ମଧ୍ୟ କରିଥିଲେ। ରଜନୀକାନ୍ତ ରାଜନୀତିକୁ ଆସିଲେ ତାମିଲନାଡୁରେ ପ୍ରକୃତରେ ବରିବର୍ତ୍ତନ ସମ୍ଭବ ବୋଲି ତାମିଲାରୁବି ପୂର୍ପରୁ ମଧ୍ୟ କହିଥିଲେ।