Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ରାଜସ୍ଥାନ ପରେ ଓଡିଶାରେ ଶତକ ଛୁଇଁଲା ଡିଜେଲ୍ ଦାମ୍, ଜାଣନ୍ତୁ କେଉଁ ଜିଲ୍ଲାରେ ଲିଟର୍ ଦାମ୍ ରହିଛି ୧୦୦ ଟଙ୍କା

22/06/2021 at 5:43 PM

ମାଲକାନଗିରି ୨୨।୦୬: ପେଟ୍ରୋଲ ପରେ ଡିଜେଲ୍ ଦାମ ମଧ୍ୟ ନିଜର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ରାଜସ୍ଥାନ ପରେ ଓଡିଶାରେ ଡିଜେଲ୍ ମୂଲ୍ୟ ୧୦୦  ଟଙ୍କା ଅତିକ୍ରମ କରିଛି। ମଙ୍ଗଳବାର ତୈଳ ଦର ପୁଣି ଥରେ ବଢିବାରୁ ରାଜ୍ୟରେ ଡିଜେଲ୍ ଲିଟର ପିଛା ଶତକ ଛୁଇଁଛି। ରାଜ୍ୟ ସରକାରଙ୍କ ଫୁଏଲ ରିଟେଲର୍ସଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ପୂର୍ବରୁ ସୋମବାର ଡିଜେଲ୍ ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲା। ଫୁଏଲ ରିଟେଲର୍ସଙ୍କ ଅନୁଯାୟୀ, ମଙ୍ଗଳବାର ପେଟ୍ରୋଲ ଲିଟର ପିଛା ୨୮ ପଇସା ଏବଂ ଡିଜେଲ୍ ଲିଟର ପିଛା ୨୬ ପଇସା ବୃଦ୍ଧି ଘଟିଛି। ଏହା ପୂର୍ବରୁ ରାଜ୍ୟରେ ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରି ସାରିଛି।

କିଛି ଦିନ ପୂର୍ବେ ରାଜସ୍ଥାନରେ ଡିଜେଲ୍ ଦାମ ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ କରିଥିଲା। ଏବେ ଓଡିଶାରେ ମଧ୍ୟ ତୈଳ ଦାମ ଅହେତୁକ ବଢିବାରେ ଲାଗିଛି। ରାଜ୍ୟର ମାଲକାନଗିରି ଜିଲ୍ଲାରେ ମଙ୍ଗଳବାର ଡିଜେଲ୍ ଲିଟର ପିଛା ୧୦୧.୧୨ ଟଙ୍କାରେ ବିକ୍ରି ହୋଇଛି। ଏହା ବ୍ୟତୀତ କୋରାପୁଟ ଜିଲ୍ଲାରେ ମଧ୍ୟ ଡିଜେଲ୍ ଲିଟର ପିଛା ୧୦୦.୪୬  ଟଙ୍କା ରହିଛି। ଏହା ପୂର୍ବରୁ ରାଜ୍ୟର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରି ସାରିଛି।

ସୂଚନାଯୋଗ୍ୟ, ପେଟ୍ରୋଲ ମୂଲ୍ୟ ଦେଶର ୯ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୦ ଟଙ୍କା ଅତିକ୍ରମ କରି ସାରିଛି। ରାଜ୍ୟଗୁଡିକରେ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ,ଜମ୍ମୁ-କଶ୍ମୀର, ଓଡିଶା ଓ ଲଦାଖ ମଧ୍ୟ ସାମିଲ। ମେଟ୍ରୋ ସହର ମଧ୍ୟରେ ମୁମ୍ବଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ପେଟ୍ରୋଲ ପୂର୍ବରୁ ୧୦୦ ପାର୍ ହୋଇ ସାରିଛି।

   Related Posts