Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ଆଙ୍କୁଲି ପଞ୍ଚାୟତ ଓ ତାଡ଼କାସାହି ମଧ୍ୟରେ ପାହାଡ଼ ଧସିବା ଘଟଣା, ରାସ୍ତା ଉପରୁ ତୁରନ୍ତ ମାଟି କାଢିବାକୁ ନିର୍ଦ୍ଦେଶ

14/10/2020 at 2:18 PM

ସାନଖେମୁଣ୍ଡି ୧୪।୧୦: ଲଘୁଚାପ ଜନିତ ବର୍ଷାରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ସ୍ଥିତି ବେହାଲ। ଆଙ୍କୁଲି ପଞ୍ଚାୟତ ଓ ତାଡ଼କାସାହି ମଧ୍ୟରେ କିଛି ସ୍ଥାନରେ ପାହାଡ଼ ଧସି ରାସ୍ତା ଉପରକୁ ପଥର ଅତଡା ଓ ମାଟି ଖସିଯାଇଛି । ଫଳରେ ସେହି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଥିଲା।

ଆଜି ପାହାଡ଼ ଧସିଥିବା ସ୍ଥାନରେ ଆରଡିସି ଟି. ଆପଙ୍ଗ ଆଓ, ଉପଜିଲ୍ଲାପାଳ, ତହସିଲଦାର ପାତ୍ରପୁର ଓ ବିଡ଼ିଓ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ଉପରୁ ମାଟି ପଥର କଡ଼ାଯାଇ ରାସ୍ତାରେ ଚଳାଚଳ ସ୍ୱାଭାବିକ କରାଯିବ ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ କହିଛନ୍ତି। ଗତକାଲି ଲଗାଣ ବର୍ଷାରେ ଅଂକୁଲି ପଞ୍ଚାୟତ ପାହାଡ଼ ତଟବର୍ତି ଅଞ୍ଚଳର ଗ୍ରାମବାସୀ ବହୁ ଅସୁବିଧାରେ ରହିଥିବା କହିଛନ୍ତି ତାଡ଼କା ସାହି ବାସିନ୍ଦା। ଏଥି ସହିତ ସ୍ଥାନୀୟ ବାଘଲଟି ଜଳଭଣ୍ଡାର ଓ ତୁମ୍ବା ବୁରାତାଲ ପଞ୍ଚାୟତରେ ବନ୍ୟା କ୍ଷତି ଗ୍ରସ୍ତ ଅଞ୍ଚଳକୁ ଯାଇଛନ୍ତି ଉପଜିଲ୍ଲାପାଳ।

   Related Posts