ରାହୁଲଙ୍କ ଟୁଇଟ୍ ହେଲା ମୁଣ୍ଡା ବିନ୍ଧାର କାରଣ : ରାଜ୍ୟର ଏହି ୪୦ ବରିଷ୍ଠ ନେତାଙ୍କୁ ମିଳିବନି ଟିକେଟ୍ !

Published By : Prameya-News7 Bureau | February 11, 2019 IST

ଭୁବନେଶ୍ବର ୧୧|୨: ଟିକେଟ୍‌ ଆଶାୟୀ କଂଗ୍ରେସ ପ୍ରାର୍ଥୀଙ୍କ ଭିତରେ ଛନକା​‌ । ତିନି ଥର ହାରିଥିବା ବଡ ନେତାଙ୍କ ଟିକେଟ କଟିବ ନା ରହିବ ତାକୁ ନେଇ କଂଗ୍ରେସ ଶିବିରରେ ଆରମ୍ଭ ହେଇଛି ଚର୍ଚ୍ଚା।  ରାହୁଲ ଗାନ୍ଧୀଙ୍କ କଡା ଟୁଇଟ ପରେ ପିସିସି ମୁଖିଆ ଏବଂ ନେତାଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି । ଲାଗାତର ତିନି ଥର ହାରିଥିବା​‌ ତାଲିକାରେ ବରିଷ୍ଠ ନେତା ସୁର ରାଉତରାୟ , ଇସ୍ତାହାର କମିଟି ଅଧ୍ୟକ୍ଷ  ଗଣେଶ୍ବର ବେହରାଙ୍କ ଭଳି ୪୦ ଜଣ ବଡ ନେତାଙ୍କ ନାଁ ରହିଛି ।   

{"id":84221}

କଂଗ୍ରେସ ନେତାଙ୍କ ନିଦ ହଜାଇଛି ରାହୁଲଙ୍କ ଟ୍ବିଟ୍‌ । ତିନି ଥର ହାରିଥିବା ବଡ ନେତାଙ୍କ ଟିକେଟ କଟିବ ନା ରହିବ ତାକୁ ନେଇ କଂଗ୍ରେସ ଶିବିରରେ ଆରମ୍ଭ ହେଇଛି ଚର୍ଚ୍ଚା।  ରାହୁଲ ଗାନ୍ଧିଙ୍କ ଲକ୍ଷ୍ମଣ ରେଖାକୁ ନେଇ ଏବେ ଓଡ଼ିଶା କଂଗ୍ରେସର ୪୦ ନେତାଙ୍କ ଭିତରେ ଛନକା ପଶିଯାଇଛି । ଯଦି କଂଗ୍ରେସ ଅଧ୍ୟକ୍ଷଙ୍କ ନୀତି ଚାଲେ ତାହାଲେ ଦଳର ବହୁ ବଡ ମୁଣ୍ଡ ଟିକେଟ ତାଲିକାରୁ ବାଦ୍ ପଡିବେ ।

{"id":84222}

ସେମାନଙ୍କ ଭିତରେ ଅଛନ୍ତି ଜଟଣୀ ନିର୍ବଚନ ମଣ୍ଡଳିର କୁହାଳିଆ ନେତା  ସୁର ରାଉତରାୟ, ପିପଲିର ଜୁଧିଷ୍ଟିର ସମାନ୍ତରା, ସୁକିନ୍ଦାର ଶରତ ରାଉତ, କେନ୍ଦ୍ରପଡା ନେତା ଗଣେଶ୍ବର ବେହେରା, କଟକର ସୁରେଶ ମହାପାତ୍ର, କଳାହାଣ୍ଡିର ଜଗନ୍ନାଥ ପଟ୍ଟନାୟକ  ଏବଂ ବଲାଙ୍ଗୀରର  ଶରତ ପଟ୍ଟନାୟକ । ସେହିଭଳି ଅମର ପ୍ରଧାନ, ମତଲୁବ ଅଲ୍ଲି, କିଶୋର ପଟେଲ ଆଦି  ୪୦ ତୁଙ୍ଗନେତା  ଏବେ ରାହୁଲଙ୍କ ରେଡ ଜୋନରେ ଅଛନ୍ତି ।  ଏମାନେ ଏଥର ଟିକେଟ ପାଇବେ ନା ଏମାନଙ୍କ ସ୍ଥାନରେ ନୂଆ ମୁହଁ ନିର୍ବାଚନ ଲଢ଼ିବେ ସେ ନେଇ ଦଳରେ ଆରମ୍ଭ ହୋଇଛି କସରତ ।

{"id":84223}

ରାହୁଲ ଗାନ୍ଧୀଙ୍କ ଏଭଳି ନିସ୍ପତି ଖୋଦ୍ ପିସିସି  ମୁଖିଆଙ୍କ ମୁଣ୍ଡ  ବିନ୍ଧା ବଢାଇ ଦେଇଛି ।   ଯେହେତୁ ସିଏ ବି ପୁରୁଖା ନେତା ତେଣୁ ତାଙ୍କ ସାଙ୍ଗରେ ବୁଲୁଥିବା କିଛି ବଡ ନେତାଙ୍କ ଟିକେଟ କିଭଳି ରଖିବେ ସେଇ ନେଇ ମଧ୍ୟ ଚିନ୍ତାରେ ରାଜ୍ୟ କଂଗ୍ରେସ ମୁଖିଆ । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଏଭଳି ରଣନୀତି କରି କଂଗ୍ରେସ ଶାସନ ଗାଦିକୁ ଫେରିଛି। ତେଣୁ ଏଥର ଟିକେଟ ବଣ୍ଟା ଉପରେ କଡା ନଜର ରଖିଛନ୍ତି ଖୋଦ୍‌ କଂଗ୍ରେସ ଅଧ୍ୟକ୍ଷ। ଯେଉଁଥିପାଇଁ ଫେବୃଆରୀ ଶେଷ ସୁଦ୍ଧା ପ୍ରାର୍ଥୀ ତାଲିକା ଦେବାକୁ କହିଛନ୍ତି।  କିନ୍ତୁ ବିରୋଧୀ ଦଳ ନେତାଙ୍କ କଥା ଏସବୁ ନେତାଙ୍କୁ ଟିକେ ଆଶ୍ବସନା ଦେଉଛି। ଏହି ବରିଷ୍ଠ ନେତାଙ୍କ ସ୍ଥାନରେ  ଜିତିବା ଭଳି ନେତା ଥିବେ ତାହେଲେ ବଦଳା ଯିବ ନଚେତ ସେହି ନେତାଙ୍କୁ ରିପିଟ କରାଯିବ ବୋଲି ନରସିଂହ କହିଛନ୍ତି ।

{"id":84224}

୨୦୧୯ ସାଧାରଣ ନିର୍ବାଚନ କଂଗ୍ରେସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । କାରଣ ହିନ୍ଦି ହାର୍ଟଲ୍ୟାଣ୍ଡର ୩ ପ୍ରଦେଶରେ କଂଗ୍ରେସ କ୍ଷମତାକୁ  ଫେରିବା ପରେ ଏବେ ଏଆଇସିସିର ଫୋକସ ରହିଛି ଓଡିଶା । ଯେଉଁଥିପାଇଁ ଖୋଦ୍‌ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୂରା ପ୍ରକ୍ରିୟା ଉପରେ ନଜର ରଖିଛନ୍ତି ।ଏମିତିରେ ଟିକେଟ୍‌ ଆଶାରେ ଥିବା  କଂଗ୍ରେସର ଅନେକ ନେତାଙ୍କ ଭିତରେ  ପଶିଛି ଛନକା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.