ପତ୍ନୀଙ୍କ ସହ ଝଗଡା ହେବାରୁ ହାଇଷ୍ଟେସନ୍ ଲାଇନ ଟାଓ୍ବାର ଉପରେ ଚଢିଗଲେ ଯୁବକ

Published By : Prameya-News7 Bureau | December 01, 2020 IST

ଭୋପାଳ ୦୧/୧୨ : ମଧ୍ୟପ୍ରଦେଶର ବଡଓ୍ବାନୀରେ ଜଣେ ବ୍ୟକ୍ତି ପତ୍ନୀଙ୍କ ସହିତ ସାମାନ୍ୟ ଝଗଡାକୁ ନେଇ ଏମିତି ହରକତ କରିଛନ୍ତି ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି । ପତ୍ନୀଙ୍କ ସହିତ ଝଗଡା ହେବା ପରେ ଯୁବକଜଣକ ନିକଟରେ ଥିବା ଏକ ହାଇଷ୍ଟେସନ୍ ଲାଇନର ଟାଓ୍ବାର ଉପରେ ଚଢିଯାଇଥିଲେ । ତେବେ ସୌଭାଗ୍ୟବଶତଃ ସେହି ସମୟରେ ହାଇଷ୍ଟେସନ୍ ଟାଓ୍ବାରରେ କରେଣ୍ଟ ନଥିଲା । ଯୁବକଜଣକ ପ୍ରାୟ ଟାଓ୍ବାରର ପ୍ରାୟ ୮୦ ଫୁଟ ଉଚ୍ଚକୁ ଚଢିଯାଇଥିଲେ ।

ସୂଚନା ଅନୁସାରେ ପତ୍ନୀ ନିଜ ବାପ ଘରକୁ ଯିବାକୁ ନେଇ ଯୁବକଜଣକ ଏପରି କାଣ୍ଡ ଘଟାଇଥିଲେ । ନିକଟରେ ଥିବା ଏକ ଲାଇନ ଟାଓ୍ବାର ଉପରେ ଚଢି ତଳକୁ ଡେଇଁବା ପାଇଁ ଧମକ ଦେଇଥିଲେ । ତେବେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲା । ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ଯୁବକଙ୍କୁ ବୁଝାଇଥିଲା ପୋଲିସ ଏବଂ ଏହା ପରେ ସେ ତଳକୁ ଆସିଥିଲେ ।   

ଯେ​‌ତେବେଳେ ଉକ୍ତ ଯୁବକ ଟାଓ୍ବାର ଉପରେ ଚଢିଥିଲେ, ତାଙ୍କ ପତ୍ନୀଙ୍କୁ ଏ ବାବଦ​‌ରେ ଖବର ଦିଆଯାଇଥିଲା । ସେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବୁଝାଇଥିଲେ । ତଥାପି ଯୁବକଜଣକ ଶୁଣିନଥିଲେ । ଯୁବକଜଣକ ବାରମ୍ବାର ତଳକୁ ଡେଇଁବା ପାଇଁ ଧମକ ଦେଉଥିଲେ । ତାଙ୍କୁ ବୁଝାଇବକୁ ସମସ୍ତ ପ୍ରାୟସ କରିବା ପରେ ମଧ୍ୟ ସେ ନଶୁଣିବାରୁ ବାଧ୍ୟ ହୋଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ପ୍ରାୟ ଘଣ୍ଟାଏ କାଳ ବୁଝାଇଥିଲା । ଏହା ପ​‌ରେ ଯାଇ ସେ ତଳକୁ ଓଲ୍ହାଇ ଥିଲେ । ତେବେ ବଡ କଥା ହେଉଛି ସେହି ସମୟରେ କରେଣ୍ଟ୍ ନଥିବାରୁ ଗୋଟିଏ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.