Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ପଞ୍ଜାବ ପରେ ଛତିଶଗଡରେ କଂଗ୍ରେସ ବଦଳାଇବ କି ମୁଖ୍ୟମନ୍ତ୍ରୀ ? ପୁଣି ଦିଲ୍ଲୀ ଦରବାରରେ ଟିଏସ ସିଂହ ଦେବ

20/09/2021 at 6:48 PM

ନୂଆଦିଲ୍ଲୀ ୨୦।୦୯: ପଞ୍ଜାବ ରାଜନୀତି ପ୍ରଶମିତ ନହେଉଣୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଛତିଶଗଡରୁ ଉଠିଲାଣି ନେତାଙ୍କ ସ୍ଵର। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ମଧ୍ୟରେ କ୍ଷମତା ବଣ୍ଟନ ଫର୍ମୁଲା ଖବର ମଧ୍ୟରେ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଟିଏସ୍ ସିଂହ ଦେବ ସୋମବାର ପୁଣି ଥରେ ଦିଲ୍ଲୀ ପହଞ୍ଚିଛନ୍ତି। ହେଲେ ସେ ରାଜଧାନୀ ଦିଲ୍ଲୀରେ କିଛି ବରିଷ୍ଠ ନେତାଙ୍କୁ ଭେଟିବାର ସମ୍ଭାବନାକୁ ଏଡାଇ ଦେଇଛନ୍ତି। ଟିଏସ ସିଂହ ଦେବଙ୍କ ଏହି ଗସ୍ତ ପଞ୍ଜାବରେ ନେତୃତ୍ଵ ପରିବର୍ତ୍ତନ ପରେ  ହୋଇଛି। ଏମିତିରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ, ପଞ୍ଜାବ ପରେ ଏବେ ଛତିଶଗଡରେ ମଧ୍ୟ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ।

ସୋମବାର ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସିଂହ ଦେବ କହିଛନ୍ତି ଯେ, ଏହା ମୋର  ସଂପୂର୍ଣ୍ଣ ବ୍ୟକ୍ତିଗତ ଗସ୍ତ। ମୁଁ ନିଜ ଭଉଣୀଙ୍କ ଜନ୍ମ ଦିନ ପାଇଁ ଦିଲ୍ଲୀ ଆସିଛି। ଆପଣ ମଧ୍ୟ ଜାଣିଛନ୍ତି ଯେ, ପାର୍ଟିର ନେତୃବୃନ୍ଦଙ୍କ ମଧ୍ୟରୁ ଏବେ ଏଠାରେ କେହି ନାହାନ୍ତି। ଛତିଶଗଡରେ ସବୁ କିଛି ସ୍ଵାଭାବିକ ଅଛି ଏବଂ ଯାହା କିଛି ପ୍ରସଙ୍ଗ ଥିଲା, ତାର ସମାଧାନ ହୋଇ ସାରିଥିବା ଟିଏସ ସିଂହ ଦେବ କହିଛନ୍ତି।

ସୂଚନାଯୋଗ୍ୟମ, ଅଗଷ୍ଟ ୨୮ରେ ହାଇକମାଣ୍ଡଙ୍କ ସହ ଲମ୍ବା ବୈଠକ ପରେ ଭୂପେଶ ବଘେଲଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପରାମର୍ଶ ଦିଆଯାଇଥିଲା। କାରଣ ନିର୍ବାଚନ ଜିତିବା ପରେ ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀ ବଦଳାଯିବା ଆଧାରରେ ଛତିଶଗଡରେ ସରକାର ଗଠନ କରିଥିଲା କଂଗ୍ରେସ। ହେଲେ ବର୍ତ୍ତମାନ ବଘେଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା କଂଗ୍ରେସ ପକ୍ଷରେ ସେତେଟା ସହଜ ହେବ ନାହିଁ। କାରଣ ତାଙ୍କ ସପକ୍ଷରେ ଅଧିକ ବିଧାୟକଙ୍କ ସମର୍ଥନ ରହିଛି।

୨୦୧୮ରେ କଂଗ୍ରେସ ବିପୁଳି ବ୍ୟବଧାନରେ ବିଜୟୀ ହୋଇ ଛତିଶଗଡରେ କ୍ଷମତାକୁ ଆସିଥିଲା। ଦଳ ମୋଟ୍ ୯୦ ବିଧାନସଭା ଆସନରୁ ୬୮ ସିଟ୍‌ରେ ବିଜୟୀ ହୋଇଥିଲା। ହେଲେ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ପଞ୍ଜାବରେ ନେତୃତ୍ଵକୁ ନେଇ ଜାରି ମତଭେଦ ଏବଂ ଦଳୀୟ କନ୍ଦଳ ଏବେ ଛତିଶଗଡରେ ମଧ୍ୟ ଦେଖିବାକୁ ମିଳିଛି।

   Related Posts