Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପୁନିତ ରାଜକୁମାରଙ୍କ ସାମାଜିକ କାର୍ଯ୍ୟ ଜାରି ରଖିବେ ଅଭିନେତା ଵିଶାଲ: ୧୮୦୦ ଛାତ୍ରଛାତ୍ରୀଙ୍କୁ ପଢାଇବେ ପାଠ

1/11/2021 at 6:21 PM

ବେଙ୍ଗାଲୁରୁ ୦୧/୧୧ : ତାମିଲ ଅଭିନେତା ଵିଶାଲ କହିଛନ୍ତି ଯେ ସେ କନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ସାମାଜିକ ସେବା କାର୍ଯ୍ୟକଳାପ ଜାରି ରଖିବେ। ଵିଶାଲଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଲୋକେ ଅଭିନେତାଙ୍କ ଏହି ମହାନତା ପାଇଁ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।

ଏକ ସମାରୋହରେ ସାମିଲ ହୋଇ ଵିଶାଲ କହିଛନ୍ତି ଯେ ସେ ପୁନିତ ରାଜକୁମାରଙ୍କ ସମାଜ ସେବା କାର୍ଯ୍ୟ ଜାରି ରଖିବେ। ସେ ସେହି ୧୮୦୦ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବେ ଯିଏ ପୁନିତଙ୍କ ପରିବାର। ପୁନିତଙ୍କ ଦେହାନ୍ତ ଉଭୟ ଫିଲ୍ମ ଇଣ୍ଡଷ୍ଟ୍ରି ଓ ସମାଜ ପାଇଁ ଏକ ବଡ କ୍ଷତି ବୋଲି ସେ କହିଛନ୍ତି। ଫିଲ୍ମ ଉଦ୍ୟୋଗ ପାଇଁ ସେ ବହୁତ କିଛି କରିଛନ୍ତି ଓ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ଗୌରବ ଥିଲେ ବୋଲି କହିଛନ୍ତି।

ପୁନିତ ରାଜକୁମାର ଫିଲ୍ମ ଛଡା ଅନେକ ସାମାଜିକ କାର୍ଯ୍ୟ କରୁଥିଲେ। ସେ ନିଜ ପିତା ରାଜକୁମାରଙ୍କ ସାମାଜିକ କାର୍ଯ୍ୟକୁ ଆଗକୁ ବଢ଼ାଇ ୪୫ଟି ମାଗଣା ସ୍କୁଲ, ୨୬ଟି ଅନାଥ ଆଶ୍ରମ, ୧୯ଟି ଗୋଶାଳା ସମେତ ୧୬ଟି ଵୃଦ୍ଧାଶ୍ରମର ଦାୟିତ୍ୱ ନେଇଥିଲେ। ଗତ ବର୍ଷ ସେ ୧୮୦୦ ଛାତ୍ରଛାତ୍ରୀଙ୍କୁ ପଢାଇବା ଦାୟିତ୍ୱ ମଧ୍ୟ ନେଇଥିଲେ। ଦିବଙ୍ଗତ ଅଭିନେତାଙ୍କ ଏହି ମହାନ କାମକୁ ଵିଶାଲ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଦିବଙ୍ଗତ କନ୍ନଡ଼ ସୁପରଷ୍ଟାରଙ୍କ ସମ୍ମାନରେ ଚଳିତ ସପ୍ତାହରେ କର୍ଣ୍ଣାଟକର ମଲ ଓ ସିନେମାହଲରେ ତାଙ୍କର ସୁପରହିଟ ଫିଲ୍ମ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି।

   Related Posts