Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||
  • ୨୮୬ ବସ୍ତା ପିଡିଏସ ଚାଉଳ ଜବତ, ଚୋରାରେ ବିକ୍ରି ପାଇଁ ଯାଉଥିବା ବେଳେ ଧରିଲେ ଲୋକେ
  • ||
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ବରୁଣ ଗାନ୍ଧୀଙ୍କୁ ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ପ୍ରସ୍ତାବ !

26/01/2019 at 12:38 PM

ଦିଲ୍ଲୀ ୨୬/୧ : ରାଜନୀତିରେ ପ୍ରବେଶ କରି କଂଗ୍ରେସର ମହା ସଚିବ ପଦ ଗ୍ରହଣ କରିବା ପରେ ପ୍ରିୟଙ୍କା ଗାନ୍ଧୀ ନିଜ ଦାଦା ପୁଅ ଭାଇ ବରୁଣ ଗାନ୍ଧୀଙ୍କୁ ମଧ୍ୟ କଂଗ୍ରେସରେ ସାମିଲ କରିବାକୁ ଚାହୁଁଛନ୍ତି | ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ମହା ସଚିବ ପଦ ଗ୍ରହଣ କରିବା ସହ ଉତ୍ତର ପ୍ରଦେଶର ଭାର ସମ୍ଭାଳିଛନ୍ତି | ବରୁଣ ଗାନ୍ଧୀଙ୍କୁ କଂଗ୍ରେସରେ ଯୋଗଦେବା ପାଇଁ ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି |

ବରୁଣ କଂଗ୍ରେସରେ ଯୋଗଦେଲେ ତାଙ୍କୁ ଏକ ବଡ ପଦବୀ ଦିଆଯିବ ବୋଲି କୁହାଯାଇଛି |

ସୂଚନାଯୋଗ୍ୟ ଯେ, ବରୁଣ ଯଦି କଂଗ୍ରେସରେ ଯୋଗଦେବା ପାଇଁ ରାଜି ହୁଅନ୍ତି ତାହେଲେ ଫେବୃଆରୀ ତୃତୀୟ ସପ୍ତାହରେ ତାଙ୍କୁ କଂଗ୍ରେସରେ ସାମିଲ କରାଯିବ | ବରୁଣ କଂଗ୍ରେସରେ ସାମିଲ ହେଲେ ତାଙ୍କୁ ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦବୀ ଦିଆଯିବ | ଏଆଇସିସି ସଦସ୍ୟ ଅନୁଲ ଶ୍ରୀବାସ୍ତବ ଏ ସମ୍ପର୍କରେ କହିଛନ୍ତି ଯେ, ଯଦି ବରୁଣ ଗାନ୍ଧୀ କଂଗ୍ରେସରେ ଯୋଗ ଦିଅନ୍ତି ତାହେଲେ, ତାଙ୍କୁ ବିଜେପିରେ ଯେଉଁ ପଦବୀ ଦିଆଯାଇଛି ତା’ଠାରୁ ବଡ ପଦବୀ  ଦିଆଯିବ | ବରୁଣଙ୍କ ସମ୍ପର୍କ ତାଙ୍କ  ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ବଡ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଭଲ ସମ୍ପର୍କ ରହିଛି | ଯେଉଁଥିପାଇଁ କଂଗ୍ରେସ ଦଳରେ ରହି କାମ କରିବା ପାଇଁ ତାଙ୍କୁ ସୁବିଧା ହେବ  |  

ଏ ସମ୍ପର୍କରେ କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀ ଏବଂ ବରୁଣ ଗାନ୍ଧୀ ଉଭୟ ପରସ୍ପର ସହ ଯୋଗାଯୋଗରେ ଅଛନ୍ତି | ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ କଥାବାର୍ତ୍ତା ହେଉଛି | ପ୍ରିୟଙ୍କା ତାଙ୍କୁ କଂଗ୍ରେସରେ ସାମିଲ ହେବାକୁ କହୁଛନ୍ତି | କିନ୍ତୁ ବରୁଣ ଏପର୍ଯ୍ୟନ୍ତ କିଛି କହିନାହାନ୍ତି | ତେବେ ପ୍ରିୟଙ୍କା ଜୋର ଦେଲେ ବରୁଣ କଂଗ୍ରେସରେ ଯୋଗଦେବେ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା | ବରୁଣ କଂଗ୍ରେସରେ ଯୋଗଦେଲେ ତାଙ୍କୁ ଉତ୍ତର ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦ ଦିଆଯିବ ବୋଲି ବରୁଣଙ୍କୁ ରାହୁଲ ସୂଚାଇ ଦେଇଛନ୍ତି |

ଉତ୍ତର ପ୍ରଦେଶର ବରିଷ୍ଠ ସାମ୍ବାଦିକ ନବେନ୍ଦୁ କହିଛନ୍ତି, ସୁଲତାନପୁର ଲୋକସଭା ଆସନ ପୂର୍ବରୁ ହିଁ କଂଗ୍ରେସ ଅକ୍ତିଆରରେ  ରହିଛି | କିଛି ଦିନ ପୂର୍ବରୁ ବରୁଣ ନିଜେ କହିଥିଲେ ବିଜେପି ସରକାର ତାଙ୍କୁ ବହୁତ ସମ୍ମାନ ଦେଇଛି ତଥାପି ମନ ଭିତରେ ବିଜେପି ପ୍ରତି ତାଙ୍କର ନ୍ୟୂନ ଭାବନା ରହିଛି ବୋଲି କହିଛନ୍ତି ନାବେନ୍ଦୁ | ସେ ଆହୁରି କହିଛନ୍ତି ଯେ, ବରୁଣଙ୍କ ମା’ ମାନେକା ଗାନ୍ଧୀ ଯଦି ତାଙ୍କୁ ବିଜେପିରେ ସାମିଲ ହେବାକୁ ବାଧ୍ୟ କରିନଥାନ୍ତେ ତାହେଲେ ୨୦୧୮ ମସିହା ଡିସେମ୍ବର ମାସରେ ହିଁ ସେ କଂଗ୍ରେସରେ ସାମିଲ ହୋଇଥାନ୍ତେ | କିନ୍ତୁ ମାନେକା ଗାନ୍ଧୀ ମଧ୍ୟ ତାଙ୍କୁ ବହୁତ ଦିନ ଧରି ଅଟକାଇ ପାରିବେନାହିଁ | ଯେବେହେଲେ ବରୁଣ ବିଜେପି ଛାଡି କଂଗ୍ରେସ ଯୋଗଦେବେ ବୋଲି କହିଛନ୍ତି ନାବେନ୍ଦୁ | କାରଣ ବରୁଣ ଗାନ୍ଧୀ କଂଗ୍ରେସ ପରିବାରର ଗୋଟିଏ ଅଂଶ ହୋଇଥିବାରୁ କେନ୍ଦ୍ର ଏବଂ ବିଜେପି ସରକାର ତାଙ୍କୁ ଭଲ ପଦବୀରେ କେବେ ମଧ୍ୟ ରଖିବନାହିଁ | ଯେଉଁଥିପାଇଁ ବରୁଣ ରାଜନୀତିରେ ଆଉ ଆଗକୁ ବଢି ପାରିବେ ନାହିଁ | କେବଳ କଂଗ୍ରେସରେ ହିଁ ତାଙ୍କୁ ଭଲ ପଦ ପଦବୀ ମିଳିବ ବୋଲି କହିଛନ୍ତି ନାବେନ୍ଦୁ | କଂଗ୍ରେସରେ ସାମିଲ ହେଲେ ହିଁ ବରୁଣ ରାଜନୀତିର ନିଜ ସ୍ଥିତି ବଜାୟ ରଖିପାରିବେ | କଂଗ୍ରେସ ହିଁ ତାଙ୍କୁ ଆଗକୁ ବଢିବାର ମଉକା ଦେବ | କଂଗ୍ରେସରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି ପରେ ବରୁଣଙ୍କ ପାଇଁ ସବୁ ସହଜ ହୋଇଯାଇଛି ବୋଲି କହିଛନ୍ତି ନାବେନ୍ଦୁ |

ଏଭଳି ସ୍ଥିତିରେ ଯଦି ବରୁଣ ବିଜେପି ଛାଡି କଂଗ୍ରେସରେ ଯୋଗ ଦିଅନ୍ତି ଏବଂ ତାଙ୍କୁ ଉତ୍ତର ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦବୀ ଦିଆଯାଏ ତାହେଲେ ଏପ୍ରିଲ-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ଏବଂ ୨୦୨୨ ମସିହା ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ରାଜନୀତିର ସ୍ଥିତି କଣ ହେବ ତାହା ଆପଣମାନେ କଳ୍ପନା କରିପାରୁଥିବେ ବୋଲି କହିଛନ୍ତି କଂଗ୍ରେସର ଜଣେ ବରିଷ୍ଠ ନେତା | କଂଗ୍ରେସରେ ରାହୁଲ, ପ୍ରିୟଙ୍କା ଏବଂ ବରୁଣ ୩ଜଣ ଷ୍ଟାର ପ୍ରଚାରକ ରହିବେ | ଏହି ୩ଜଣ ମିଶି ରାଜନୀତିରେ ଯେଉଁ ହଲଚଲ ସୃଷ୍ଟି କରିବେ ସେଥିରେ କେନ୍ଦ୍ର ଏବଂ ଅନ୍ୟ ରାଜ୍ୟରେ ଶାସନରେ ଥିବା ବିଜେପି ଓ ଅନ୍ୟ ଦଳଙ୍କୁ ବହୁତ କ୍ଷତି ସହିବାକୁ ପଡିବ | 

   Related Posts