Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ପ୍ରିୟଙ୍କା-ଦୀପିକାଙ୍କ ପରେ ହଲିଉଡରେ ଏଣ୍ଟ୍ରି କରିବେ ଏହି ପ୍ରସିଦ୍ଧ ଅଭିନେତ୍ରୀ

6/11/2021 at 2:30 PM

ନୂଆଦିଲ୍ଲୀ ୦୬/୧୧: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ମନୋରଞ୍ଜନ ଜଗତର ଅନ୍ୟତମ ଦକ୍ଷ ଅଭିନେତ୍ରୀ ଅଟନ୍ତି। ‘ରାଜି’, ‘ଡିୟର୍ ଜିନ୍ଦେଗି’, ‘କପୁର ଆଣ୍ଡ ସନ୍ସ’ ଭଳି ମହାନ ଫିଲ୍ମ କରିଥିବା ଆଲିଆ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନାରେ ରହିଛନ୍ତି। ଆଲିଆଙ୍କୁ ନେଇ ଏକ ବଡ ସୂଚନା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନଙ୍କ ପରେ ଆଲିଆ ଭଟ୍ଟ ହଲିଉଡରେ ପାଦ ଦେବାକୁ ପ୍ରସ୍ତୁତ ଅଛନ୍ତି। ଆଲିଆ ଭଟ୍ଟଙ୍କୁ ହଲିଉଡ ଟ୍ୟାଲେଣ୍ଟ ଏଜେନ୍ସି WME ସାଇନ୍ କରାଇଛି। WME କାଲିଫର୍ଣ୍ଣିଆରେ ଅବସ୍ଥିତ ଏକ ଆମେରିକୀୟ ଏଜେନ୍ସି। ଆଶା କରାଯାଉଛି ଯେ ଆଲିଆ ଭଟ୍ଟ ୨୦୨୨ ରେ ତାଙ୍କର ପ୍ରଥମ ହଲିଉଡ ପ୍ରୋଜେକ୍ଟ ଘୋଷଣା କରିପାରନ୍ତି।

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଆଲିଆ ତାଙ୍କ ନୂତନ ପ୍ରକଳ୍ପ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ଏକ ସୂତ୍ରରୁ ଜଣାପଡିଛି ଯେ ଆଲିଆ ଭଟ୍ଟ ହଲିଉଡ ଅଭିନେତ୍ରୀ ଜେନିଫର ଲରେନ୍ସଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ତାଙ୍କ ଶୈଳୀରେ ସେ ଫିଲ୍ମ କରିବାକୁ ଚାହୁଁଛନ୍ତି।

   Related Posts