୯ ମାସ ହେଲା ସର୍ବସାଧାରଣରେ ଦେଖା ଯାଇନାହାନ୍ତି କିମ୍ ଜୋଙ୍ଗ ଉନ୍‌ଙ୍କ ପତ୍ନୀ, ଜାଣନ୍ତୁ କ'ଣ ହେଉଛି ଚର୍ଚ୍ଚା

Published By : Prameya-News7 Bureau | October 24, 2020 IST

ପ୍ୟୋଙ୍ଗୟାଙ୍ଗ:  ଉତ୍ତର କୋରିଆ ଏକଛତ୍ରବାଦୀ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ ରି ସୋଲ ଜୁଙ୍କୁ ନେଇ ଏବେ ଚର୍ଚ୍ଚା  ଧରିଛି। ଗତ ୯ ମାସ ହେଲା ତାଙ୍କୁ କୌଣସି ସାର୍ବଜନିକ କାର୍ଯ୍ୟକ୍ରମରେ ଦେଖାଯାଇନି। ଏଣୁ ହୁଏତ କିମ୍‌ ଜୋଙ୍ଗ ତାଙ୍କୁ ଗାୟବ କରି ଦେଇଥାଇ ପାରନ୍ତି ବୋଲି ଏବେ ଲୋକେ ଟୁପୁରଟାପର ହେଉଛନ୍ତି। 

{"id":350273,"width":582,"height":700,"sizeSlug":"large"}

ତେବେ ପାଶ୍ଚାତ୍ୟ ଗଣମାଧ୍ୟମ ଅନୁସାରେ ରି ସୋଲ ଜୁଙ୍କ ସ୍ୱାସ୍ଥ୍ୟ ଗତ କିଛିମାସ ହେଲା ଖରାପ ରହୁଛି। ଏହା ଛଡା କରୋନା ଭାଇରସ ଭୟରେ ମଧ୍ୟ କୌଣସି ସାର୍ବଜନିକ କାର୍ଯ୍ୟକ୍ରମରୁ ଦୂରରେ ରଖା ଯାଇଛି। କିଛି ସମୟ ପୂର୍ବେ କିମ୍ ଜୋଙ୍ଗଙ୍କୁ ନେଇ ମଧ୍ୟ ଏପରି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।

{"id":350274,"sizeSlug":"large"}

କିମ୍‌ ଜୋଙ୍ଗ ଉନଙ୍କ ପତ୍ନୀ ରି ସୋଲ ଜୁଙ୍କୁ ଶେଷ ଥର ଜାନୁୟାରୀ ୨୫ ତାରିଖରେ ଦେଖାଯାଇଥିଲା। ଉତ୍ତରକୋରିଆ ରାଜଧାନୀ ପ୍ୟୋଙ୍ଗୟୋଙ୍ଗରେ ଲୁନାର ନ୍ୟୁଇୟର ପରଫର୍ମାନ୍ସ ଦେଖିବାକୁ ସେ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ୍‌ଙ୍କ ସହ କାର୍ଯ୍ୟକ୍ରମ ସ୍ଥଳକୁ ଆସିଥିଲେ। ଏହା ପରଠାରୁ ତାଙ୍କୁ କୌଣସି ଜାତୀୟ କାର୍ଯ୍ୟକ୍ରମରେ ଦେଖାଯାଇନି।

{"id":350276,"sizeSlug":"large"}

ଗତ ଅକ୍ଟୋବର ୧୦ ତାରିଖ ଦିନ ପ୍ୟୋଙ୍ଗୟାଙ୍ଗରେ ମିଲେଟ୍ରି ପରେଡ ଅନୁଷ୍ଠିତ ହୋଇଥିଲା। ଏହି ଭବ୍ୟ କାର୍ଯ୍ୟକ୍ରମକୁ ମଧ୍ୟ ସେ  ଯୋଗ ଦେଇନଥିଲେ। ଏହା ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। କିମ୍‌ ଜୋଙ୍ଗ ହୁଏତ ତାଙ୍କୁ ଗାୟବ କରିଦେଇଥାଇ ପାରନ୍ତି ବୋଲି ମଧ୍ୟ ଲୋକେ କଥା ହେଉଥିବା ଜଣାପଡିଛି।

{"id":350277,"sizeSlug":"large"}

ତେବେ ରିସୋଲ ଜୁଙ୍କୁ ନେଇ ଦେଶରେ ୩ ପ୍ରକାର ଆକଳନ କରାଯାଉଛି। ଏଥିରେ ହୁଏତ ସେ ଅସୁସ୍ଥ ଥାଇପାରନ୍ତି କିମ୍ବା କିମ୍ ଜୋଙ୍ଗଙ୍କ କାକି କିମ୍‌ କ୍ୟୁଙ୍ଗ ହୁଇ ହୁଏତ ଅସୁସ୍ଥ ଓ ରି ସୋଲ ତାଙ୍କ ଦେଖାଶୁଣା କରୁଛନ୍ତି ନଚେତ ନୂଆ କରି ପାଠ ପଢା ଆରମ୍ଭ କରିଥିବା ଝିଅର ଦେଖାଶୁଣା କରୁଥାଇପାରନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.