ବିଦ୍ୟୁତ ଯୋଗାଣ ପରେ ସ୍ୱଭାବିକ ହେଲା ମୁମ୍ବାଇ, twitterରେ ଅସନ୍ତୋଷ ବଖାଣିଲେ ବଲିଉଡ ଷ୍ଟାର

Published By : Prameya-News7 Bureau | October 12, 2020 IST

ମୁମ୍ବାଇ ୧୨।୧୦:  ସୋମବାର ସକାଳେ ମୁମ୍ବାଇର ଏକ ବିସ୍ତୃତ ଅଞ୍ଚଳକୁ ବିଦ୍ୟୁତ ସେବା ବ୍ୟହତ ହୋଇଥିଲା। ପ୍ରାୟ ୨ ଘଣ୍ଟା କାଳ ବିଦ୍ୟୁତ ସେବା ବ୍ୟହତ ହେବା ଯୋଗୁ ଉପନଗରୀୟ ଲୋକାଲ ଟ୍ରେନ ସେବା ସମେତ ମନୋରେଲ ମଧ୍ୟ ଠପ୍ ହୋଇଯାଇଥିଲା। ତେବେ ସେଣ୍ଟ୍ରାଲ ମେନ ଲାଇନରେ ବିଦ୍ୟୁତ ସରବରାହ ଆରମ୍ଭ ହୋଇଯାଇଥିବା ବେଳେ ୱେଷ୍ଟର୍ଣ୍ଣ ଲାଇନ୍‌ ମଧ୍ୟ ଠିକ ହୋଇଯିବ ବୋଲି ବୃହ୍ମୁମ୍ବାଇ ବିଦ୍ୟୁତ ଯୋଗାଣ ଓ ପରିବହନ (ବେଷ୍ଟ) ସୂଚିତ କରିଛନ୍ତି।

{"id":343039,"sizeSlug":"large"}

ଏ ନେଇ ବେଷ୍ଟ ଟ୍ୱିଟ୍‌ ହ୍ୟାଣ୍ଡଲରେ ଦେଇଥିବା ସୂଚନା ଅନୁସାରେ ଟାଟା ଯୋଗାଇ ଦେଇଥିବା ବିଦ୍ୟୁତ ଲାଇନରେ ବିଭ୍ରାଟ ଯୋଗୁ ବିଦ୍ୟୁତ୍ ସରବରାହ ପ୍ରଭାବିତ ହୋଇଥିଲା। ତେବେ ଆବଶ୍ୟକ ମରାମତି ପରେ ପୁଣି ବିଦ୍ୟୁତ ଯୋଗାଣ ଆରମ୍ଭ ହୋଇଛି। ଫଳରେ ବନ୍ଦ ରହିଥିବା ଲୋକାଲ ଓ ମନୋରେଲ ପୁଣି ଚାଲିବା ଆରମ୍ଭ କରିଛି। ରାଜ୍ୟ ସରକାରଙ୍କ ପରିଚାଳିତ କମ୍ପାନୀ ବେଷ୍ଟ, ଆଡାନୀ ଇଲେକ୍ଟ୍ରିସିଟି ଓ ଟାଟା ପାୱାର ସମେତ ବିଭିନ୍ନ କମ୍ପାନୀ ମୁମ୍ବାଇରେ ବିଦ୍ୟୁତ ସେବା ଯୋଗାଇ ଦେଉଛନ୍ତି। ତେବେ ଟାଟା ପାୱାରରେ ଉପୁଜିଥିବା ସମସ୍ୟା ଦୂର ହେବା ସହ ମୁମ୍ବାଇର ବିଦ୍ୟୁତ ସରବରାହରେ ଉପୁଜିଥିବା ସମସ୍ୟା ମଧ୍ୟ ଦୂର ହୋଇଛି। 

wp:html /wp:html

ସୋମବାର ସକାଳେ ସୂର୍ଯ୍ୟୋଦୟ ସହ ଉପୁଜିଥିବା ବିଦ୍ୟୁତ ବିଭ୍ରାଟରେ ବଲିଉଡ ଷ୍ଟାରଙ୍କ ଘର ବାଦ ପଡିନଥିଲା। ମୁମ୍ବାଇ, ଠାଣେ ଓ ନଭି ମୁମ୍ବାଇର ବିସ୍ତୃତ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଥିଲା। ସକାଳୁ ଉଠୁ ଉଠୁ ବିଦ୍ୟୁତ ନଥିବାରୁ ବଲିଉଡ ଷ୍ଟାରମାନେ ବିବ୍ରତ ହୋଇପଡିଥିଲେ। ଏଥିରେ ଅନେକ ବରିଷ୍ଠ କଳାକାର ପରିସ୍ଥିତିକୁ ନେଇ ସେମାନଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଭିନ୍ନ ଭିନ୍ନ ପୋଷ୍ଟ କରିବାରେ ଲାଗିଥିଲେ। ଜାଣନ୍ତୁ ବିଦ୍ୟୁତ କାଟ୍‌କୁ ନେଇ କେଉଁ ବଲିଉଡ ଷ୍ଟାର କହିଛନ୍ତି କଣ ?

wp:html /wp:html wp:html /wp:html wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.