Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଏମିତି ବି ଆସେ ମୃତ୍ୟୁ ! ସୁସ୍ଥ ହୋଇ ଆମ୍ବୁଲାନ୍ସରେ ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ଜୀବନ

18/11/2020 at 5:52 PM

ହାଇଦ୍ରାବାଦ ୧୮/୧୧: ମୃତ୍ୟୁ କେମିତି ଓ କାହା ପାଖରେ ଉପସ୍ଥିତ ହୋଇଯିବ କହିବା ମୁସ୍‌କିଲ୍‌। କିନ୍ତୁ ମୃତ୍ୟୁ ମୁଖରୁ  ବଞ୍ଚି ଫେରିବା ପରେ କେହି କିଛି ବୁଝିବା ପୂର୍ବରୁ ମୃତ୍ୟୁର ଉପସ୍ଥିତି ହୁଏତ ସମସ୍ତଙ୍କୁ ଚକିତ କରିଦେବ। ଜଣେ ୭୦ ବର୍ଷୀୟ ବ୍ୟକ୍ତି ହସ୍ପିଟାଲ୍‌ରୁ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଆମ୍ବୁଲାନ୍ସ ଯୋଗେ ଫେରୁଥିଲେ। କିନ୍ତୁ ବାଟରେ ଜଗି ବସିଥିଲା ମୃତ୍ୟୁ। ହଠାତ ଏକ କାର୍‌ ଧକ୍କା ଦେଇଥିଲା ଆମ୍ବୁଲାନ୍ସକୁ। ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ କିଛି ବଞ୍ଚିବାର ଖୁସି ନେଇ ହସ୍ପିଟାଲରୁ ଫେରିଥିବା ବ୍ୟକ୍ତି।

୭୦ ବର୍ଷୀୟ ଜାକୁଲା ଜାଙ୍ଗୁମା ସୁସ୍ଥ ହେବା ପରେ ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିଲେ। ତାଙ୍କ ସହିତ ତାଙ୍କ ସମ୍ପର୍କୀୟ ମଞ୍ଜୁଲା ଜଣେ ଆଟେଣ୍ଡାଣ୍ଟ ସାୟାମା ଓ ଆମ୍ବୁଲାନ୍ସ ଡ୍ରାଇଭର ଆନନ୍ଦ ଆସୁଥିଲେ। କିନ୍ତୁ ଅପରପାର୍ଶ୍ବରୁ ଆସୁଥିବା ଏକ କାର ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜାକୁଲା ଜାଙ୍ଗୁମା ଓ ଆନନ୍ଦଙ୍କ ମୃତ୍ୟୁ ହୋଇଥିଲା। ଏହା ସହ  ମଞ୍ଜୁଲା ଓ କାର ଡ୍ରାଇଭର ଗୁରୁତର ହୋଇଥିଲେ।

ଜାକୁଲା ଜାଙ୍ଗୁମା ନଗରକୁର୍ଣ୍ଣୁଲ ଜିଲ୍ଲାର ବୋଲ୍ଲାପଲ୍ଳି ବାସିନ୍ଦା। ଶୁକ୍ରବାର ହାଡ଼ ଜନିତ ସମସ୍ୟା ପାଇଁ ସେ ସାଇ ସଞ୍ଜିବନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହୋଇ ସୋମାବର ହସ୍ପିଟାଲରୁ ଫେରୁଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ​‌ତେବେ ଜାକୁଲା ଜାଙ୍ଗୁମାଙ୍କୁ ଘରକୁ ଫେରାଇ ଆଣିବା ପାଇଁ ମଞ୍ଜୁଲା ଆନନ୍ଦଙ୍କ ଆମ୍ବୁଲାନ୍ସ ଠିକ୍‌ କରିଥିଲେ। ମହେଶ୍ବରମ ପୋଲିସ ଥାନା ନିକଟରେ ଥିବା କୋଠୁର ଗେଟ୍‌ ପାଖରେ ଅପରପାର୍ଶ୍ବରୁ ଆସୁଥିବା ଏକ କାର ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍‌ କରିବାରୁ ନିୟନ୍ତ୍ରଣ ହରାଇ ଆମ୍ବୁଲାନ୍ସରେ ପିଟି ହୋଇଥିଲା।

ଫଳରେ ଦୁଇ ଗାଡ଼ି ରାସ୍ତା ତଳକୁ ଖସିଯିବା ସହ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। ତେବେ ପୋଲିସ  କାର ଡ୍ରାଇଭର ନାଗେଶଙ୍କ ନାଁରେ ମାମଲା ରୁଜୁ କରିଛି। ଏହା ସହ ନାଗେଶ ଓ ମଞ୍ଜୁଲାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

   Related Posts