Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

FIR ରୁଜୁ ପରେ ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଲେ ଶୁଭେନ୍ଦୁ ଅଧିକାରୀ, twiter ରେ ସେୟାର କଲେ ଫଟୋ

8/06/2021 at 6:15 PM

ନୂଆଦିଲ୍ଲୀ ୮।୬: ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମସି) ଥାନାରେ ଚୋରି ଅଭିଯୋଗ କରିଛି। ଏ ନେଇ ପାର୍ଟି ପକ୍ଷରୁ ପୋଲିସରେ ବିଧିବଦ୍ଧ ଏତଲା (ଏଫଆଇଆର) ରୁଜୁ ହୋଇଥିବା ବେଳେ ଶୁଭେନ୍ଦୁ ଅଧିକାରୀ ମଙ୍ଗଳବାର ଦିଲ୍ଲୀଯାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନାର ଫଟୋ ଶୁଭେନ୍ଦୁ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସେୟାର କରିଛନ୍ତି।

ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଏହା ଶୁଭେନ୍ଦୁଙ୍କ ପ୍ରଥମ ସାକ୍ଷାତ। ଏହି ଅବସରରେ ସେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ମଧ୍ୟ ଭେଟିଛନ୍ତି। ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କ ସମେତ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି। ତେବେ ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନାରେ ସେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିଥିବା ସୂଚିତ କରିଛନ୍ତି। ଗୃହମନ୍ତ୍ରୀ ବେଙ୍ଗଲ ମାମଲାରେ ସର୍ବଦା ଉପଲବ୍ଧ ରହିବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଶୁଭେନ୍ଦୁ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସରେ ଗତ ୩ ଥର ନିର୍ବାଚିତ ହୋଇଥିଲେ। ତେବେ ଗତ ବିଧାନସଭା ନିର୍ବାଚନ କାଳରେ ସେ ତୃଣମୂଳ ଛାଡି ବିଜେପିରେ ଯୋଗ ଦେଇଥିବା ବେଳେ ତାଙ୍କ ପାରମ୍ପରିକ ଆସନ ନନ୍ଦିଗ୍ରାମରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଚାଲେଞ୍ଜ କରିଥିଲେ।  ମମତା ଅଳ୍ପ ଭୋଟ ବ୍ୟବଧାନରେ ତାଙ୍କଠାରୁ ପରାଜିତ ହୋଇ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଶୁଭେନ୍ଦୁ ବିରୋଧୀ ଦଳ ନେତା ହୋଇଛନ୍ତି।

ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ହୋଇଥିଲା। ଏଥିରେ ବିଜେପି ପରାସ୍ତ ହୋଇଥିବା ବେଳେ ମମତା ବାନାର୍ଜୀ ଏବେ ଜାତୀୟ ସ୍ତରରେ ବିଜେପିକୁ ଟକ୍କର ଦେବା ଲାଗି ଅଣ୍ଟା ଭିଡିଛନ୍ତି। ଏହି କ୍ରମରେ ୨୦୨୨ରେ ହେବାକୁ ଯାଉଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମମତା ଦ୍ୱିତୀୟବାର ବିଜେପି ସହ ଟକ୍କର ନେବାକୁ ଏବେ ସଜବାଜ ହେଉଥିବା ଜଣାପଡିଛି।   

   Related Posts