ନାମାବଳୀ ଟପ୍ ପିନ୍ଧି ଟ୍ରୋଲ ହେଲେ ବାଣୀ, ପେଜ୍ ରୁ ହଟାଇବା ପୂର୍ବରୁ ଫଟୋ ଭାଇରାଲ, ଏମିତି କମେଣ୍ଟ କରୁଛନ୍ତି ଲୋକେ

Published By : Prameya-News7 Bureau | November 14, 2019 IST

ବଲିଉଡ୍ ଅଭିନେତ୍ରୀ ବାଣୀ କପୁର ଇଂଷ୍ଟାରେ ସେୟାର କରିଥିବା ଏକ ଫଟୋ ଯୋଗୁ ଖୁବ ଟ୍ରୋଲ ହୋଇଛନ୍ତି। ମାତ୍ର କିଛି ସମୟ ମଧ୍ୟରେ ଫଟୋରେ ମିଳିଥିବା କମେଟ୍ ଦେଖି ବାଣି ତୁରନ୍ତ ଫଟୋଟିକୁ କାଢି ଦେଇଛନ୍ତି। ତେବେ ଲୋକେ ତାଙ୍କୁଯାହା କମେଟ କରିଛନ୍ତି ସେଥିରୁସେ ଜୀବନରେ ବି କେବେ ଦ୍ୱିତୀୟ ବାର ଏଭଳି ଫଟୋ ସେୟାର କରିବାକୁ ଶାହସ କରିବେନି ବୋଲି ଆଶା କରାଯାଉଛି।

wp:html /wp:html

ଫଟୋରେ ବାଣୀଙ୍କୁ ଏକ ଟପରେଦେଖା ଯାଇଛି। ଯେଉଁଥିଲେ ହରେ ରାମ ହରେ ରାମ ଲେଖାଯାଇଛି। ତେବେ ଏପରି କପଡାରେ ଫୁଙ୍ଗୁଳା ପୋଷାକକୁ ଲୋକେ ପସନ୍ଦ କରିନାହାନ୍ତି। ଏଣୁ ଲୋକେ ତାଙ୍କ ଆଡୁ ନଜର ଫେରାଇ ନିଅନ୍ତୁ ତା ପୂର୍ବରୁ ସେ ନିଜେ ହିଁ ନିଜ ଆଡୁପଦକ୍ଷେପ ନେବା ସହ ଫଟୋଟିକୁ କାଢି ଦେଇଛନ୍ତି। ହେଲେ ସେ ଫଟୋ ହଟେଇ ଦେଲେ କଣ ହେଲା, ତାଙ୍କ ପୂର୍ବରୁ ଲୋକେ ତାଙ୍କପୋଷ୍ଟକୁ ଭାଇରାଲ କରିଦେବା ଏବେ ତାଙ୍କର ଇଂଷ୍ଟା ନିଶାକୁ ପାଣି କରିଦେଇଛି।

{"id":184066,"width":583,"height":437,"sizeSlug":"large"}

୩୦୦ କୋଟି ଆୟ କରିଥିବା ଫିଲ୍ମରେ କାମ କରିଛନ୍ତି ବାଣୀ
ନିକଟରେ ମୁକ୍ତିଲାଭ କରିଥିବା ହୃତ୍ୱିକ ରୋଶନ ଓ ଟାଇଗର ସ୍ରଫଙ୍କ ଫିଲ୍ମ ‘ୱାର’ ରେ ବାଣୀଙ୍କୁ ଅଭିନୟ ସୁଯୋମିଳିଥିଲା। ଫିଲ୍ମଟି ବକ୍ସ ଅଫିସରେ ଏପର୍ଯ୍ୟନ୍ତ ୩୧୭ କୋଟି ଟଙ୍କା କାରବାର କରି ଚଳିତବର୍ଷର ସବୁଠୁ ଅଧିକ ଆୟକାରୀ ଫିଲ୍ମର ମାନ୍ୟତା ପାଇଛି। ତେବେ ବାଣୀ ଏବେ ଫଟୋ ପୋଷ୍ଟ କରିବା ପରେ ଡରିଯାଇଛନ୍ତି। ଲୋକେ ଛି ଛାକର କରୁଥିବା ବେଳେ ତାଙ୍କୁବହିଷ୍କାର ଲାଗି ମଧ୍ୟ ଧମକ ଦେଇଛନ୍ତି। ଯଦି ଏପରି କିଛି ହୁଏ ବଲିଉଡରେ ଆରମ୍ଭ ହୋଇଥିବା ବାଣୀଙ୍କ କ୍ୟାରିୟରରେ ଏଇଠି ହିଁ ପୂର୍ଣ୍ଣଛେଦ ଲାଗିଯିବାର ଆଶଙ୍କା ଦେଖା ଦେଇଛି।   

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.