Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପେଟ୍ରୋଲ୍‌ ଡିଜେଲ୍‌ ପରେ ଏବେ ବଢ଼ିଲା ବିମାନ ଇନ୍ଧନ, ବିମାନ ଯାତ୍ରା ହୋଇପାରେ ମହଙ୍ଗା

1/07/2021 at 3:52 PM

ନୂଆଦିଲ୍ଲୀ, ୦୧/୦୭: ଦେଶରେ ପେଟ୍ରୋଲ୍‌, ଡିଜେଲ୍‌ ଦର ଅହେତୁକ ବୃଦ୍ଧି ପାଇ ସେନ୍‌ଚୁରୀ ମାରିଥିବା ଥିବା ବେଳେ ଏବେ ବିମାନ ଇନ୍ଧନ ମଧ୍ୟ ମହଙ୍ଗା ହୋଇଛି । ଏୟାର ଟର୍‌ବାଇନ୍‌ ଫ୍ୟୁଏଲ୍‌ ବା ଜେଟ୍‌ ଫ୍ୟୁଏଲ୍‌ର ମୂଲ୍ୟ ଦିଲ୍ଲୀ ବଜାରରେ ଗୁରୁବାର ୬୮ ହଜାର ୨୬୨ ଟଙ୍କା ପ୍ରତି ଲିଟର ପହଞ୍ଚିଛି । ଯାହାକି ଚଳିତ ବର୍ଷ ଜାନୁଆରୀ ମାସ ତୁଳନାରେ ୩୦ ପ୍ରତିଶତ ଅଧିକ । ଜାନୁଆରୀ ୨୦୨୧ରେ ଏହି ଜେଟ୍‌ ଫ୍ୟୁଏଲ୍‌ର ମୂଲ୍ୟ ୫୦ ହଜାର ୯୭୯ଟଙ୍କା ରହିଥିଲା ।

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଲିମିଟେଡ୍‌ ବା ଆଇଓସିଏଲ୍‌ର ସୂଚନା ମୁତାବକ, ଦେଶର ସୁବୁଠାରୁ ଅଧିକ ଇନ୍ଧନ ଯୋଗାଣ କରୁଥିବା ଯୋଗାଣକାରୀ ସଂସ୍ଥା ଗୁରୁବାର ଦିଲ୍ଲୀରେ ୩.୬ ପ୍ରତିଶତ ଦାମ୍‌ ବୃଦ୍ଧି କରିଛି । ଏହା ପଛରେ ଆନ୍ତର୍ଜାତିକ ସ୍ତରରେ ବୃଦ୍ଧି ପାଉଥିବା ତୈଳ ଦରର ପ୍ରଭାବ ପଡ଼ିଥିବା ଜଣାପଡ଼ିଛି । ୩.୬ ପ୍ରତିଶତ ବଢ଼ିବା ଦ୍ୱାରା ଦିଲ୍ଲୀରେ ଦାମ୍‌ ପ୍ରତି କିଲୋଲିଟର ୬୭୮,୨୬୨.୩୫ରେ ପହଞ୍ଚିଛି । ସେହିପରି କୋଲକାତାରେ ୩.୨୭ ପ୍ରତିଶତ ବଢ଼ି ୭୨,୨୯୫.୨୪ଟଙ୍କା ରହିଛି । ମୁମ୍ୱାଇରେ ଏହା ୩.୭୭ ପ୍ରତିଶତ ବୃଦ୍ଧି ପାଇ ୬୬,୪୮୨.୯୦ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ମଧ୍ୟ ସମାନ ମୂଲ୍ୟ ରହିଥିବା ଆଇଓସିଏଲ୍‌ ପକ୍ଷରୁ କୁହାଯାଇଛି ।

ମିଳିଥିବା ତଥ୍ୟ ଅନୁସାରେ ଗତ ଛଅ ମାସରେ ଏହି ଇନ୍ଧନ ଦାମ୍ ୩୦ ପ୍ରତିଶତ ବଢ଼ିଛି । ଜାନୁଆରୀ ୧ରେ ଏହାର ମୂଲ୍ୟ ୫୦,୯୭୯ ଟଙ୍କା, ଫେବୃଆରୀ ୧ରେ -୫୩,୭୯୫ଟଙ୍କା, ମାର୍ଚ୍ଚ ମାସ ୧ ତାରିଖରେ ଏହା ୫୯,୪୦୦ଟଙ୍କାକୁ ବୃଦ୍ଧି ପାଇଥିଲା । ସେହିପରି ଏପ୍ରିଲ୍‌ ୧ରେ ଏହା ୫୩,୭୯୫ଟଙ୍କା ଥିବା ବେଳେ ମେ ମାସ ୧ ତାରିଖରେ ଏହା କିଲୋଲିଟର ପ୍ରତି ୬୧,୬୯୦ଟଙ୍କାରେ ପହଞ୍ଚିଥିଲା । ତେବେ ଗତ ମାସ ଅର୍ଥାତ ଜୁନ୍‌ ମାସ ୧ ତାରିଖରେ ମୂଲ୍ୟ ୬୪,୧୧୮ ଟଙ୍କା ଥିବା ବେଳେ ଜୁଲାଇ ମାସ ୧ ତାରିଖରେ ଏହା ପାଖାପାଖି ୫ହଜାର ଟଙ୍କା ମହଙ୍ଗା ହୋଇଛି । ଏହାକୁ ନଜରରେ ରଖିଲେ ଆଗକୁ ବିମାନ ସେବା ମହଙ୍ଗା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

   Related Posts