Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପାୟଲ ଘୋଷଙ୍କ ପରେ ମୁହଁ ଖୋଲିଲେ କଙ୍ଗନା, କହିଲେ ତାଙ୍କ ସହ ମଧ୍ୟ ହୋଇଛି ଜୋର ଜବରଦସ୍ତି

20/09/2020 at 10:09 PM

ବଲିଉଡ ଅଭିନେତ୍ରୀ ପାୟଲ ଘୋଷଙ୍କ ପରେ ଏବେ ମୁହଁ ଖୋଲିଛନ୍ତି କଙ୍ଗନା ରଣାବତ। ପାୟଲଙ୍କ ଭଳି ତାଙ୍କ ସହ ମଧ୍ୟ ବଲିଉଡର ବଡବଡ ଅଭିନେତାମାନେ ଜୋର ଜବରଦସ୍ତି କରିବାକୁ ଉଦ୍ୟମ କରିଥିବାର ଅଭିଯୋଗ ଆଣିଛନ୍ତି। ଏ ନେଇ କଙ୍ଗନା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ବ୍ୟଥା ବଖାଣିଥିବା ବେଳେ ବନ୍ଦ ଭ୍ୟାନ ହେଉ ବା ରୁଦ୍ଧ ଦ୍ୱାର ଅଥବା ପାର୍ଟିରେ ନାଚୁ ନାଚୁ ସେମାନଙ୍କ ଜିହ୍ୱା ଆପଣଙ୍କ ମୁହଁକୁ ଆସିଯାଇଥିବ ବୋଲି ଉଲ୍ଲେଖ କରିଛନ୍ତି।

ସେହିପରି କାମ ବାହାନାରେ ଘରକୁ ଡକାଇ କାମ ବଦଳେ ଜୋର ଜବରଦସ୍ତି କରିବା ଆରମ୍ଭ କରିଦିଅନ୍ତି ବୋଲି ମଧ୍ୟ କଙ୍ଗନା ତାଙ୍କ ପୋଷ୍ଚରେ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଆଉଗୋଟିଏ ପୋଷ୍ଟ ମଧ୍ୟ କରିଛନ୍ତି । ଯେଉଁଥିରେ ଏପରି କାମୁକ ଲୋକେ ବଲିଉଡରେ  ଭରିଯାଇଥିବା କଙ୍ଗନା ଲେଖିଛନ୍ତି। ଏମାନେ ଦେଖାଇ ହେବାକୁ ବିବାହ କରନ୍ତି ହେଲେ ସବୁଦିନ ଖୁସି କରିବାକୁ ଘରକୁ ଅଲଗା ଅଲଗା ଯୁବତୀଙ୍କୁ ଡାକନ୍ତି ବୋଲି କହିଛନ୍ତି।

ତେବେ ମୁଁ ମୋର ସମସ୍ୟାକୁ ମୋ ଢଙ୍ଗରେ ସୁଧାରି ପାରିଛି। ମୋତେ ମିଁ ଠୁର ଆବଶ୍ୟକତା ନଥିବା ଉଲ୍ଲେଖ କରିଛନ୍ତି। ତେବେ ଏ ବାବଦରେ ଅନ୍ୟମାନଙ୍କୁ ଏବେ ଚିନ୍ତା କରିବାର ଦରକାର ବୋଲି ସେ ଲେଖିଛନ୍ତି। ତେବେ ବଲିଉଡରେ ମିଁ ଠୁ ବିଫଳ ହୋଇଥିବା କହିଛନ୍ତି କଙ୍ଗନା। କାରଣ ଏହି ଆନ୍ଦୋଳନ ଇଣ୍ଡଷ୍ଟ୍ରିରେ ଥିବା ସମସ୍ତ ଦୁଷ୍କର୍ମକାରୀଙ୍କୁ ମାରି ଦେଇଛି। ପାୟଲ ଘୋଷଙ୍କ ସହ ଦୁର୍ବ୍ୟବହାର ହୋଇଛି ଓ ସେ ମଧ୍ୟ ଅନ୍ୟମାନଙ୍କ ଭଳି ଚୁପ ରହିଥିଲେ। ହେଲେ ମୁଁ ତାଙ୍କ ସାଙ୍ଗରେ ଥିବା କହିଛନ୍ତି କଙ୍ଗନା।  

   Related Posts