Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଭାରତୀୟ ଟିମ୍‌କୁ ଆଉ ଏକ ଝଟ୍‌କା, ଋଷଭ ପନ୍ତଙ୍କ ପ​‌ରେ ସପୋର୍ଟ ଷ୍ଟାଫ୍‌ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ

15/07/2021 at 6:18 PM

ନୂଆଦିଲ୍ଲୀ ୧୫/୭: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ୍‌କୁ ଆଉ ଏକ ଝଟ୍‌କା ଲାଗିଛି। ଭାରତୀୟ ଟିମ୍‌ର ଓ୍ବିକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ପରେ ଜଣେ ସପୋର୍ଟ ଷ୍ଟାଫ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଜଣାପଡ଼ିବା ପରେ ଅନ୍ୟ ୩ ସପୋର୍ଟ ଷ୍ଟାଫ୍‌ ସଦସ୍ୟଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । ୪ ଜଣ ଷ୍ଟାଫ ଏବଂ ଋଷଭ ପନ୍ତ ଡରହମ ଯିବେ ନାହିଁ।

ଡରହମରେ ବାକି ଖେଳାଳି ଅଭ୍ୟାସ କରିବାକୁ ପୁଣି ଥରେ ଏକଜୁଟ ହେବାକୁ ପ୍ରସ୍ତୁତ ହେଉଛନ୍ତି। ନ୍ୟୁଜ୍‌ ଏଜେନ୍ସି ଭାଷା ଅନୁସାରେ, ଭାରତୀୟ କ୍ରିକେଟ ଟିମ୍‌ର ଥ୍ରୋଡାଉନ୍‌ ବିଶେଷଜ୍ଞ ଦୟାନନ୍ଦ ଜାରାନୀ  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେପଟେ ପନ୍ତ ୮ ଦିନ ହେଲା ଆଇସୋଲେସନ୍‌​ରେ ଅଛନ୍ତି। ଏବେ ତାଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ।

ଏହା ପୂର୍ବରୁ ଏଏନଆଇ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଥିଲେ, ଯେଉଁ ଖେଳାଳି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଦୁଇ ଦିନ ପରେ ତୁଣି ତାଙ୍କର କରୋନା ପରୀକ୍ଷା ହେବ। ତେବେ ପନ୍ତ ଡେଲ୍ଟା ଭାରିଏଣ୍ଟ ଭୂତାଣୁ ଦ୍ବାରା ସଂକ୍ରମଣ ହୋଇଛନ୍ତି ବୋଲି କୁହାଯାଉଛି।

ଭାରତୀୟ ଟିମ୍‌ ଇଂଲଣ୍ଡ ବିପକ୍ଷରେ ୪ ଅଗଷ୍ଟରୁ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ। ଟିମ୍‌ ଏହା ପୂର୍ବରୁ ୨୦ ଜୁଲାଇରେ ଅଭ୍ୟାସ ମ୍ୟାଚ୍‌ ଖେଳିବାର ଅଛି। ଭାରତ ଏବଂ ଇଂଲଣ୍ଡର ଏହି ମୁକାବିଲା ସହ ଓ୍ବାର୍ଲଡ୍‌ ଟେଷ୍ଟ ଚାମ୍ପିୟନସିପ୍‌ର ଦ୍ବିତୀୟ ଚରଣର ଆରମ୍ଭ ହେବ ।  

   Related Posts