Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଥାର ଲିଙ୍କ ଏକ୍ସପ୍ରେସ୍ ବନ୍ଦ ଯୋଗୁଁ ପାକିସ୍ତାନରେ ଫସିଛନ୍ତି ଅନେକ ଭାରତୀୟ : ଫେରାଇ ଆଣିବାକୁ ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ନିବେଦନ

19/08/2019 at 10:25 AM

ନୂଆଦିଲ୍ଲୀ ୧୯/୮: ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତାର ପ୍ରଭାବ ବାଡ଼ମେରର ଲୋକଙ୍କ ଉପରେ ଅଧିକ ପଡ଼ିଛି। ଦୁଇ ଦେଶ ମଧ୍ୟରେ ବଢ଼ିଥିବା ଅଶାନ୍ତି ପାଇଁ ଥାର ଲିଙ୍କ ଏକ୍ସପ୍ରେସର ପରିଚାଳନ ବନ୍ଦ କରିଦିଆଯାଇଛି। ଏହା ଦ୍ବାରା ବାଡ଼ମେରର ଅନେକ ଲୋକ ପାକିସ୍ତାନରେ ଫସି ରହିଛନ୍ତି। ପାକିସ୍ତାନରେ ଫସିଥିବା ଲୋକଙ୍କ ପରବିାର ଲୋକ ମୋଦି ସରକାରଙ୍କୁ ନିବେଦନ କରୁଛନ୍ତି ଯେ ତାଙ୍କୁ ଭାରତକୁ ଫେରାଇ ଅଣାଯାଉ। ଥାର ଲିଙ୍କ ଏକ୍ସପ୍ରେସ୍ ବନ୍ଦ ହେବାରୁ ବାଡ଼ମେର ଜିଲ୍ଲାର ହଜାର ହଜାର ଲୋକ ନିରାଶ ହୋଇଯାଇଛନ୍ତି।

ଆନ୍ତର୍ଜାତୀୟ ସୀମାରେ ରହୁଥିବା ଏହି ଜିଲ୍ଲାକୁ ପାକିସ୍ତାନ ସହ ରୁଟି ଏବଂ ଝିଅର ସମ୍ପର୍କ ରହିଛି। ଗତ ୧୪ବର୍ଷ ହେଲା ଏହି ଟ୍ରେନ୍ ଯୋଗେ ପାକିସ୍ତାନ ଯାଉଛନ୍ତି ଏବଂ ସେଠାରୁ ଭାରତ ଫେରୁଛନ୍ତି। ଏହା ଦ୍ବାରା ଦୁଇ ଦେଶ ମଧ୍ୟ​‌ରେ ସମ୍ପର୍କର ସେତୁ ବନ୍ଧା ହୋଇଥିଲା। ଗତ ଶନିବାର ଯେତେବେଳେ ଲୋକଙ୍କୁ ଥାର ଲିଙ୍କ ଏକ୍ସପ୍ରେସ୍ ବନ୍ଦ ହେବାର ସୂଚନା ମିଳିଥିଲା ସେତେବେଳେ ତାଙ୍କର ଚିନ୍ତା ବଢ଼ିଯାଇଥିଲା। ବାଡ଼ମେର ଜିଲ୍ଲାର ଅନେକ ଲୋକ ପାକିସ୍ତାନରେ ଫସିଯାଇଛନ୍ତି। ଏବେ ତାଙ୍କର ପରିବାର ଲୋକ ମୋଦି ସରକାରଙ୍କୁ ନିବେଦନ କରୁଛନ୍ତି ଯେ ୧/୨ମାସରେ ଯେଉଁ ଲୋକମାନେ ନିଜ ସମ୍ପର୍କୀୟଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ ସେମାନେଙ୍କୁ ଯେକୈାଣସି ଉପାୟରେ ଭାରତକୁ ଅଣାଯାଉ।

ବାଡ଼ମେର ଜିଲ୍ଲାର ପାକିସ୍ତାନୀ ବିସ୍ଥାପିତ ସଙ୍ଗଠନର ଜିଲ୍ଲା ସଂଯୋଜକଙ୍କ କହିବାନୁସାରେ ତାଙ୍କ ସମ୍ପର୍କୀୟ ଜୁଲାଇ ୧୫ତାରିଖରେ ପାକିସ୍ତାନ ଯାଇଥିଲେ ଏବଂ ଆସନ୍ତା ୨୩ତାରିଖ ଭାରତକୁ ଫେରିଥାନ୍ତେ। ଏବେ ଥାର ଏକ୍ସପ୍ରେସ୍ ବନ୍ଦ ହୋଇଯାଇଛି। ଏବେ ସେମାନେ କିପରି ଫେରିବେ? କୁହାଯାଉଛି ଯେ ବାଡ଼ମେରର ଅନେକ ଲୋକ ରାକ୍ଷୀ ବାନ୍ଧିବାକୁ ପାକିସ୍ତାନ ଯାଇଥିଲେ। ଏମାନଙ୍କ କହିବାନୁସାରେ ସରକାର ଯେକୈାଣସି ଉପାୟରେ ତାଙ୍କ ପରିବାରଲୋକଙ୍କୁ ସୁରକ୍ଷିତ ଭାବେ ଭାରତକୁ ଅଣାଯାଉ।

   Related Posts