Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

ଆଖିରୁ ଶୁଖିନଥିଲା ପିଆଜ ଲୁହ : ଏବେ ଆଳୁ ମୂଲ୍ୟ ହେଲା ଅସମ୍ଭାଳ

5/01/2020 at 4:56 PM

ଭୁବନେଶ୍ବର ୫/୧: ପିଆଜ ଲୁହ ଆଖିରୁ ଶୁଖିନି ଏବେ ଆଳୁ ବୋଝ ଅସମ୍ଭାଳ ହେଲାଣି। ହଠାତ ଦିନେ ଦି ଦିନ ଭିତରେ ଆଳୁ ଦର କିଲୋପିଛା ୫ରୁ ୭ଟଙ୍କା ବଢ଼ିଯାଇଛି। ଓଡ଼ିଶାର ଲୋକେ ବିଶେଷ ଭାବେ ଆଳୁ ଉପରେ ନିର୍ଭରଶୀଳ ଥିବାରୁ ଏହାର ଦର ବୃଦ୍ଧିକୁ ନେଇ ସେମାନେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସେପଟେ ବେପାରୀ କହିଛନ୍ତି ପଶ୍ଚିମବଙ୍ଗରୁ ନୂଆ ଆଳୁ ଆସିନି ତେଣୁ ଦର ବଢ଼ିଛି। …..

୩-୪ଦିନ ତଳେ ଆଳୁ କିଣିଥିବା ଲୋକେ ଏବେ ଆଳୁ କିଣିବାବେଳକୁ ଦୋକାନି ଉପରେ ଚିହିଁକି ଉଠୁଛନ୍ତି। ମାତ୍ର କିଛି ଦିନ ତଳେ ଆଳୁ ଦର କିଲୋ ପିଛା ୨୦ରୁ ୨୫ ଟଙ୍କା ଥିଲା ହେଲେ ଆଜି ଓଡ଼ିଶାର ଅନେକ ସ୍ଥାନରେ ୩୦ ଛୁଇଁଛି। କଟକରେ ଆଜି ଆଳୁ କିଲୋ ୩୦ ଟଙ୍କା ଥିବା ବେଳେ ଭୁବନେଶ୍ବରରେ ୨୮-୩୦ ଅଛି। ସେହିପରି ବ୍ରହ୍ମପୁରରେ ୨୮। ତେଣୁ ଯେତେ ପନିପରିବା ଦର ଅଧିକ ରହିଲେ ବି ଖାଲି ଆଳୁ ଥିଲେ ଓଡ଼ିଆଙ୍କ ଚଳିଯାଏ, ଆଉ ଆଳୁ ଦର ବଢ଼ିବା ଲୋକଙ୍କୁ ଚିନ୍ତାରେ ପକାଇଛି।  

ଓଡ଼ିଶାକୁ ଆଳୁ ଆସିଥାଏ ପଶ୍ଚିମବଙ୍ଗରୁ। କିନ୍ତୁ ଦୁଇ ଦିନ ଧରି ଲାଗିଥିବା ଅଦିନିଆ ବର୍ଷା ଯୋଗୁଁ ପଶ୍ଚିମବଙ୍ଗରେ ନୂଆ ଆଳୁ ଆସିବାରେ ବିଳମ୍ବ ହୋଇଛି। ଏଣେ ଯାହା ପୁରୁଣା ଆଳୁ ଷ୍ଟକ ଥିଲା ସେ ବି ସରିବା ଉପରେ। ତେଣୁ ଆଳୁର ବଜାର ଦର ହଠାତ ବଢ଼ିଲା ବୋଲି ବ୍ୟବସାୟୀମାନେ କହୁଛନ୍ତି। ତେବେ ଆଳୁ ଦର କେବେ ନିୟନ୍ତ୍ରଣକୁ ଆସିବ ସେନେଇ ନା ସରକାର ନା ବ୍ୟବସାୟୀ କେହି ବି କିଛି କହୁଛନ୍ତି।

କେବଳ ଓଡ଼ିଶା କାହିଁକି ଉତ୍ତର ପ୍ରଦେଶ ଏବଂ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଆଳୁ ଦର ବଢ଼ିଛି। ପିଆଜ ଦର ଏବେବି ନିୟନ୍ତ୍ରଣକୁ ଆସିନାହିଁ ଏତିକିବେଳେ ଆଳୁ ଏବଂ ଅନ୍ୟାନ୍ୟ ପରିବା ଦର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

   Related Posts