ମହଙ୍ଗା ମାଡ ! ଦିଲ୍ଲୀରେ ପିଆଜ ପରେ ବଢିଲା ଟମାଟୋ ଦର, ଜାଣନ୍ତୁ କେତେ

Published By : Prameya-News7 Bureau | October 09, 2019 IST

ନୂଆଦିଲ୍ଲୀ : ଦିଲ୍ଲୀରେ ଲୋକଙ୍କୁ ନାଲିଆଖି ଦେଖାଇଛି ଟମାଟୋ। ବିଭିନ୍ନ ରାଜ୍ୟରେ ବର୍ଷା ଯୋଗୁ ଏବେ ରାଜଧାନୀକୁ ଯୋଗାଣ ପହଞ୍ଚିପାରୁନି। ଫଳରେ କିଛି ଦିନ ପୂର୍ବରୁ ରାଜଧାନୀରେ ମହଙ୍ଗା ଦରରେ ପିଆଜ ବିକ୍ରି ହେଉଥିବା ବେଳେ ଏବେ ଟମାଟୋ ଦର ବୃଦ୍ଧି ଲୋକଙ୍କୁ ଆକ୍ରାନ୍ତ କରିଛି। ଚାହିଦା ତୁଳନାରେ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁ ରାଜଧାନୀରେ ପ୍ରତି କେଜି ଟମାଟୋ ଏବେ ୮୦ ଟଙ୍କାରେ ବିକ୍ରି ହେଉଛି।

{"id":168110,"width":580,"height":361}

ତେବେ ରାଜଧାନୀରେ ଏବେ ପିଆଜ ଦରରେ ହ୍ରାସ ଦେଖାଯାଇଛି। ଗତସପ୍ତାହରେ ପ୍ରତି କେଜି ପିଆଜ ୮୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୬୦ ଟଙ୍କାକୁ ଖସିଛି। ତେବେ ରାଜଧାନୀରେ ଲୋକଙ୍କୁ ସୁଲଭ ଦରରେ ପରିବା ଯୋଗାଇ ଦେବା ଲାଗି ମଦର ଡାୟରୀ ପକ୍ଷରୁ ଖୋଲାଯାଇଥିବା ସଫଲ ଷ୍ଟୋରରେ ପ୍ରତି କେଜି ଟମାଟୋ ଏବେ ୫୮ ଟଙ୍କାରେ ବିକ୍ରି ହେଉଛି। ହେଲେ ସ୍ଥାନୀୟ ବ୍ୟବସାୟୀମାନେ କିଲୋପିଛା ୬୦ରୁ ୮୦ଟଙ୍କା ଦରରେ ଏବେ ଟମାଟୋ ବିକୁଛନ୍ତି।

{"id":168111}

ଟମାଟୋ ସାଧାରଣତଃ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କରୁ ଦିଲ୍ଲୀ ପହଞ୍ଚିଥାଏ। ତେବେ ନିକଟରେ ହୋଇଥିବା ବର୍ଷା  ଯୋଗୁ କର୍ଣ୍ଣାଟକ ଓ ତେଲେଙ୍ଗାନାରେ ପରିବା ଫସଲ ପ୍ରଭାବିତ ହୋଇଛି। ଏଣୁ କେତେକ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ଉପୁଜିବା ଯୋଗୁ ନିୟମିତ ଯୋଗାଣ ପହଞ୍ଚିପାରୁନଥିବାରୁ ଦର ବୃଦ୍ଧି ହେଉଥିବା ବ୍ୟବସାୟୀ କହୁଛନ୍ତି। ତେବେ ସରକାରଙ୍କ ତଥ୍ୟ ଅନୁସାରେ କେବଳ ରାଜଧାନୀ ଦିଲ୍ଲୀ ନୁହେଁ ଦେଶର ଅନ୍ୟ ସହରାଞ୍ଚଳରେ ବି ଟମାଟୋ ଉଚ୍ଚ ଦରରେ ବିକ୍ରି ହେଉଛି। କୋଲକାତାରେ ଟମାଟୋ ପ୍ରତି କେଜି ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ମୁମ୍ବାଇରେ ୫୪ ଓ ଚେନ୍ନାଇରେ ୪୦ ଟଙ୍କା କେଜି ବିକ୍ରି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.