ସୁରତ ୨୨/୬: ଗୁଜୁରାଟର ଅହମଦାବାଦର ନାରଣପୁରାରେ ଜଣେ ମହିଳାଙ୍କ ୨୦୧୮ମସିହା ଅପ୍ରେଲରେ ବିବାହ ହୋଇଥିଲା। ଜୁନରେ ସେ ସ୍ବାମୀ ବିରୁଦ୍ଧରେ ଅଭିଯୋଗ ନେଇ ଥାନାକୁ ପହଞ୍ଚିଥିଲେ। ଥାନାରେ ସେ କହିଥିଲେ ଯେଉଁଦିନ ତାଙ୍କର ବିବାହ ହୋଇଥିଲା ତା ପରଦିନ ତାଙ୍କୁ ଜଣା ପଡ଼ିଥିଲା ଯେ ତାଙ୍କ ସ୍ବାମୀଙ୍କ ସମ୍ଭୋଗ କ୍ଷମତା ନାହିଁ। ସେ ସ୍ବାମୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଙ୍କ ସହ ଦେଖା କରିବାକୁ କହିଥିଲେ। କିନ୍ତୁ ତାଙ୍କ ସ୍ବାମୀ ରାଗିଯାଇଥିଲେ ଏବଂ ତାଙ୍କ ସହ ଝଗଡ଼ା କରିଥିଲେ। ଏହା ପରଠୁ ତାଙ୍କ ସମ୍ପର୍କ ଦିନକୁ ଦିନ ଆହୁରି ବିଗିଡ଼ିଯାଇଥିଲା। ତାଙ୍କ ସ୍ବାମୀ ତାଙ୍କୁ ପିଟିବାକୁ ଲାଗିଲେ। ଫଳରେ ସେ ତାଙ୍କ ବାପଘରେ ରହିବାକୁ ଲାଗିଲେ। ତାଙ୍କ ସହ ବଡଧରଣର ଧୋକା ହୋଇଛି ବୋଲି ଦର୍ଶାଇ ମହିଳା ଏବେ ପୋଲିସ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି ।
ଏହି ମହିଳା ଗତ ୬ମାସ ହେବ ତାଙ୍କ ବାପାଙ୍କ ସହ ରହୁଛନ୍ତି। ତାଙ୍କ ଶାଶୁଘରେ ଅତ୍ୟନ୍ତ ନିର୍ଯ୍ୟାତନା ଦିଆଯାଉଥିଲା। ମହିଳାଙ୍କ ଅଭିଯୋଗରେ ପୋଲିସ୍ ସ୍ବାମୀ ସମେତ ଶାଶୁ ଶ୍ବଶୁରଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିଛି। ପୀଡ଼ିତାଙ୍କ କହିବାନୁସାରେ ତାଙ୍କର ବିବାହ ଅହମଦାବାଦରେ ରହୁଥିବା ସଞ୍ଜୟ(ଛଦ୍ମନାମ)ଙ୍କ ସହ ହୋଇଥିଲା। ସ୍ବାମୀଙ୍କ ରୋଗ ବିଷୟରେ ଜଣା ପଡ଼ିବାରୁ ସେ ତାଙ୍କୁ ଚିକିତ୍ସା କରିବାକୁ କହିଥିଲେ। କିନ୍ତୁ ସ୍ବାମୀ ରୋକଠୋକ୍ କହି ଦେଇଥିଲେ ଯେ ସେ କୈାଣସି ଡାକ୍ତରଙ୍କ ପାଖକୁ ଯିବେ ନାହିଁ କି ଟେଷ୍ଟ କରାଇବେ ନାହିଁ। ଯଦି ସେ ତାଙ୍କ ସହ ରହିବାକୁ ଚାହାନ୍ତି ତେବେ ରୁହନ୍ତୁ ନଚେତ୍ ଚାଲି ଯାଆନ୍ତୁ। ପରେ ମହିଳାଙ୍କୁ ଯୈାତୁକ ପାଇଁ ମଧ୍ୟ ଶାଶୁ ଶ୍ବଶୁର ଏବଂ ସ୍ବାମୀ ନିର୍ଯ୍ୟାତନା ଦେବା ଆରମ୍ଭ କରି ଦେଇଥିଲେ ଏବଂ ସାମାନ୍ୟ କଥାରେ ଝଗଡ଼ା କରୁଥିଲେ। ଶେଷରେ ସେ ତାଙ୍କ ସ୍ବାମୀ ଏବଂ ଶାଶୁ ଘର ଲୋକଙ୍କ ଅତ୍ୟାଚାର ସହିନପାରି ବାପାଙ୍କ ପାଖରେ ରହିଥିଲେ।