କେରଳରେ ବନ୍ୟା ବିଭୀଷିକା ପରେ ଜଳବାୟୁ ପରିବର୍ତ୍ତନ ନେଇ ଚିନ୍ତାରେ ସାରା ବିଶ୍ବ
Published By : Prameya-News7 Bureau | September 03, 2018 IST
ବ୍ୟାଙ୍କକ୍ ୩|୯: କେରଳରେ ବନ୍ୟା ବିଭୀଷିକା ପରେ ଜଳବାୟୁ ପରିବର୍ତ୍ତନ ନେଇ ଏବେ ସାରା ବିଶ୍ବ ଚିନ୍ତାରେ । ଦିନକୁ ଦିନ ସ୍ଥିତି ଭୟଙ୍କର ହେବାକୁ ଲାଗିଛି । ଏବେ ଜଳବାୟୁ ପରିବର୍ତ୍ତନର ସବୁଠୁ ବଡ ବିପଦ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍ ଉପରେ ରହିଛି । ବ୍ୟାଙ୍କକ୍ ପାଇଁ ମାଡି ଆସୁଛି ବଡ ବିପଦ। ସମୁଦ୍ରର ଜଳସ୍ତର କ୍ରମାଗତଭାବେ ବଢୁଥିବାରୁ ବ୍ୟାଙ୍କକ୍ ସମୁଦ୍ରଗର୍ଭରେ ଲୀନ ହେବାର ଆଶଙ୍କା ଦେଖାଦେଇଛି। ଆଗାମୀ ୧୨ -୧୩ ବର୍ଷରେ ସହରରେ ଦେଖାଦେଇପାରେ ଜଳପ୍ରଳୟ। ଜଳବାୟୁ ପରିବର୍ତ୍ତନରେ ଏବେ ବ୍ୟାଙ୍କକରୁ ନାହିଁ ନଥିବା ବର୍ଷା ଲାଗି ରହୁଥିବାରୁ ଏଭଳି ଆକଳନ କରିଛନ୍ତି ବିଷେଷଜ୍ଞ । ତେଣୁ ଏବେଠୁ ସମାଧାନର ବାଟ ବାହାର କରିବାକୁ ବିଶେଷଜ୍ଞମାନେ ଦେଲେଣି ପରାମର୍ଶ । ବିପଦ କେବଳ ବ୍ୟାଙ୍କକ ଉପରେ ନୁହଁ, ଜାକର୍ତ୍ତା, ମାନିଲା ପ୍ରତି ସମାନ ବିପଦ ରହିଛି ବୋଲି କହିଲେଣି ବିଶେଷଜ୍ଞ।