Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ନୀଳଗିରି ପୁଲିସ ପରେ ଏବେ ଆକ୍ସନ ମୋଡରେ ବରମପୁର ପୋଲିସ, ଚୋରା ବାଲି ବୋଝେଇ ଗାଡି ଜବତ

14/11/2020 at 8:38 PM

ନୀଳଗିରି,୧୩/୧୧: ନୀଳଗିରି ପୁଲିସ ପରେ ଏବେ ବରମପୁର ପୁଲିସ ଆକ୍ସନ ମୋଡ଼କୁ ଆସିଛି। ଆଜି ଏକ ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ମାଲିକଙ୍କୁ ନୋଟିସ ଜାରି କରିଥିବା ଜଣାପଡ଼ିଛି। ନୀଳଗିରି ତହସିଲ ଅଧିନ ସୋନ ନଦୀ ସହ ଅନ୍ୟ ଛୋଟବଡ଼ ନଦୀରେ ବାଲି ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି। ବରମପୁର ଥାନା ଅଧିନ ଶାଳଡହର ଅଂଚଳ ରେ ଥିବା ଟାଙ୍ଗଣା ନଦୀରେ ଏବେ ବାଲି ଚୋରି ବୃଦ୍ଧି ହୋଇଛି।

ସ୍ଥାନୀୟ ଆରଆଇଙ୍କ କାର୍ଯ୍ୟ ଦକ୍ଷତା ଉପରେ ଅଞ୍ଚଳବାସୀ ଆଙ୍ଗୁଳି ମଧ୍ୟ ଉଠାଇଛନ୍ତି। ରାଜସ୍ଵ ବିଭାଗ ଚୁପ ବସିଥିବା ବେଳେ ସ୍ଥାନୀୟ କିଛି ଗ୍ରାମବାସୀଙ୍କୁ ଭୋଳାଇ ବାଲି ଉତ୍ତୋଳନ କରୁଛନ୍ତି ମାଫିଆ ମାନେ। କିଛି ଗ୍ରାମବାସୀମାନେ ବାଲିକୁ ନଦୀରୁ ଉଠାଇ ତୁଠ ଓ ଗାଁରେ ଗଚ୍ଛିତ କରୁଥିବା ବେଳେ ଆଖପାଖ ଅଂଚଳର କିଛି ମାଫିଆ ମାନେ ଏହାକୁ ଟ୍ରାକ୍ଟର ଓ ଅନ୍ୟ ଗାଡ଼ିରେ ବାହାରକୁ ଚାଲାଣ କରୁଛନ୍ତି।

ଆଜି ବରମପୁର ଥାନାଧିକାରୀ ରବିନାରାୟଣ ଭୂୟାଁ ଦିନ ୧୨ ଟା ସମୟରେ ଅନ୍ୟ କର୍ମଚାରୀଙ୍କୁ ନେଇ ଅତର୍କିତ ଚଢ଼ାଉ କରିଥିଲେ। ବାଳୁଙ୍ଗା ଗଡ଼ିଆ ଅଂଚଳରୁ ଏକ ନମ୍ବର ବିହୀନ ଟ୍ରାକ୍ଟରରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ଗାଡିଟିକୁ ଜବତ କରିଛନ୍ତି। ଏନେଇ ୭୪ ନମ୍ବର ମାମଲା ରୁଜୁ କରିବା ସହ ଗାଡି ମାଲିକ ବଳରାମ ଦାସ ଓ ଡ୍ରାଇଭର ତୁଫାନି ସିଂଙ୍କୁ ନୋଟିସ ଜାରି କରିଥିବା ବରମପୁର ଥାନାଧିକାରୀ ଶ୍ରୀ ଭୂୟାଁ ସୂଚନା ଦେଇଛନ୍ତି। ତେବେ ପୋଲିସର ଏଭଳି ଏକ୍ସନ ମୋଡ଼ ଦେଖି କଳା ବେପାରୀଙ୍କ ମହଲରେ ଛନକା ପଶିଥିବା ଜଣାଯାଇଛି।

   Related Posts