ନେତା ମାନୁନାହାନ୍ତି କରୋନା କଟକଣା : ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଜମୁଛି ଭିଡ

Published By : Prameya-News7 Bureau | July 08, 2020 IST

ଭୁବନେଶ୍ୱର ୦୮/୦୭ :  ଜଣଙ୍କ ପରେ ଜଣେ ବିଧାୟକ କରୋନା ସଂକ୍ରମ ହେଲେଣି । ଆଉ କରୋନା ସଂକ୍ରଣ ଆଗରୁ ବିଧାୟକ ମାନେ କରିଥିଲେ ସାମାଜିକ ଓ ରାଜନୈତିକ କାଯ୍ୟକ୍ରମ । ଯାହା ଏବେ ଅଧିକ ଲୋକଙ୍କ ସଂକ୍ରମଣ ଆଶଙ୍କା ଦେଖାଦେଇଛି । ନିଳଗୀରି ଓ ସାଲେପୁର ବିଧାୟ କୋଭିଡ ପଜେଟିଭ ରିପୋର୍ଟ ଆସିବା ଆଗରୁ ଅନେକ କାଯ୍ୟକ୍ରମ ଯଓଗଦେଇଥିଲେ । ଏଠି ପ୍ରଶ୍ନ ଉଠୁଛି ଯଦି ସମସ୍ତଙ୍କ ପାଇଁ କଟକଣା ତେବେ ନେତା ଓ ବିଧାୟକ ମାନଙ୍କ ଲାଗି  କୋଭଇଡ ସମୟରେ ରାଜନୈତିକ ଓ ସାମାଜିକ କାଯ୍ୟକ୍ରମରେ କଟକଣା କହିବ ଉଚିତ ନୁହେଁ କି ?

{"id":297845,"sizeSlug":"large"}

ନେତା ମାନୁ ନାହାଁନ୍ତି କରୋନା କଟକଣା ? କୋଭିଡ କଟକଣା ବେଳେ କେମିତି ଚାଲୁଛି ସାମାଜିକ ଓ ରାଜନୈତିକ କାଯ୍ୟକ୍ରମ ? ସ୍ବାବ୍ ଦେବା ପରେ ବି ଆଇସୋଲେସନରେ ରହୁନାହାନ୍ତି । ନୀଳଗିରି ଏବଂ ସାଲେପୁର ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଉଠିଛି ଏମିତି ପ୍ରଶ୍ନ । ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ପରୀକ୍ଷା ପାଇଁ ସ୍ବାବ୍ ଦେବା ପରେ ବି ଲୋକଙ୍କ ସହ ମିଶିଥିଲେ, ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ ପଜିଟିଭ୍ ଚିହ୍ନଟ ପରେ ତାଙ୍କ ସହ ମିଶିଥିବା ଲୋକ ଏବେ ଚିନ୍ତାରେ । ସମାନ ରାସ୍ତାରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା । ମଙ୍ଗଳବାର ସାଲେପୁର ବିଧାୟକଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ସେତବେଳକୁ ବିଧାୟକ ଅନେକ ସାମାଜିକ କାଯ୍ୟକ୍ରମରେ ଯୋଗ ଦେଇସାରିଥିଲେ । ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

{"id":297842,"sizeSlug":"large"}

କୋଭିଡ କଟକଣା ଭାଙ୍ଗିବାର ମାଳ ମାଳ ଅଭିଯୋଗ ରହିଛି ସବୁ ଦଳର ନେତାଙ୍କ ନାଁରେ । ସାଂସଦ ଅପରାଜିତା ଷଢଙ୍ଗୀ, ବିଜେପି ଜିଲ୍ଲା ସଭାପତି ବାବୁ ସିଂହଙ୍କ ନାଁରେ ଅଭିଯୋଗ ଆସିଛି । ସେପଟେ ବିଜେଡି ମନ୍ତ୍ରୀ ଅଶୋକପଣ୍ଡା ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନାଁରେ ବି ପାଲଟା ଅଭିଯୋଗ ଆଣିଛି ବିଜେପି । ଏହାକୁ ନେଇ ଦୁଇ ଦଳ ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଛି ।ଏବେ ପ୍ରଶ୍ନ ଉଠୁଛି ନେତାଙ୍କ ପାଇଁ କୋଭିଡ କଟକଣା ଲାଗି ଲକ୍ଷ୍ଣଣରେଖା ରହିବା ଉଚିତ ନୁହେଁ କି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.