ରାମଙ୍କ ପରେ ରାବଣ ଚର୍ଚ୍ଚା: ନେପାଳ ପରେ ଆଗକୁ ଆସିଲା ଶ୍ରୀଲଙ୍କା, ରାବଣ ନେଇ ବିତର୍କ ଆରମ୍ଭ, ହେବ ଗବେଷଣା

Published By : Prameya-News7 Bureau | July 21, 2020 IST

ନୂଆଦିଲ୍ଲୀ ୨୧।୦୭: ରାମଙ୍କ ପରେ ଏବେ ଚର୍ଚ୍ଚାରେ ରାବଣ। ନେପାଳ ଭଗବାନ ରାମ ଏବଂ ଅଯୋଧ୍ୟା ଉପରେ ନିଜର ଦାବି ପ୍ରମାଣିତ କରିବା ପାଇଁ ପ୍ରତ୍ନତତ୍ଵ ଅଧ୍ୟୟନର ପ୍ରସ୍ତୁତି କରୁଛି। ଅନ୍ୟପଟେ ରାବଣକୁ ନେଇ ଶ୍ରୀଲଙ୍କାରେ ବିତର୍କ ଆରମ୍ଭ ହୋଇ ଯାଇଛି। ଦକ୍ଷିଣ ପଡୋଶୀ ଦେଶ ଶ୍ରୀଲଙ୍କା ଏବେ ରାବଣ ସମ୍ବନ୍ଧିତ ନିଜର ବିରାସତ ଖୋଜିବାରେ ଲାଗି ପଡିଛି। ଶ୍ରୀଲଙ୍କାର ବେସାମରିକ ବିମାନ ଚଳାଚଳ ବିଭାଗ ପୁରାଣରେ ବର୍ଣ୍ଣିତ ରାବଣ ଏବଂ ତାଙ୍କ ଦ୍ଵାରା  ବ୍ୟବହୃତ ବିମାନ ମାର୍ଗକୁ ନେଇ ଗବେଷଣା କରିବ।

ସିଂହଲ ଭାଷାରେ ଛପିଥିବା ଏକ ବିଜ୍ଞାପନରେ ଶ୍ରୀଲଙ୍କାର ବିମାନ ଚଳାଚଳ ପ୍ରାଧିକାରୀ ଲୋକଙ୍କୁ ରାଜା ରାବଣ ଓ ଲୁପ୍ତ ହୋଇ ସାରିଥିବା ପ୍ରାଚୀନ ବାୟୁ ମାର୍ଗକୁ ନେଇ କୌଣସି ବି ପ୍ରକାରର ଦସ୍ତାବିଜ କିମ୍ବା ସାହିତ୍ୟିକ ପ୍ରମାଣ ଉପଲବ୍ଧ କରାଇବାକୁ କହିଛି।

{"id":303595,"width":583,"height":586,"sizeSlug":"large"}

ବେସାମରିକ ବିମାନ ଚଳାଚଳ ଅଧିକାରୀ କହିଛନ୍ତି ରାଜା ରାବଣଙ୍କ ବିଷୟରେ ଜଣେ ଅଧିକାରୀ ସୂଚନା ସଂଗ୍ରହ ପାଇଁ ଗବେଷଣା କରାଯାଉଛି, କାରଣ ରାବଣଙ୍କ ବିଷୟରେ ଅନେକ ପ୍ରକାରର କାହାଣୀ ରହିଛି। ଅଧିକାରୀ କହିଛନ୍ତି ରାବଣଙ୍କ ବିମାନ ଏବଂ ତାଙ୍କ ଦ୍ଵାରା ଉପଯୋଗ ଆକାଶ ମାର୍ଗକୁ ନେଇ ମଧ୍ୟ ଅନେକ ବର୍ଷରୁ କାହାଣୀ ଚାଲି ଆସିଛି, ଏଥିପାଇଁ ଆମେ ଏହି ଘଟଣାର ଅଧ୍ୟୟନ କରିବାକୁ ଚାହୁଁଛୁ।

ଶ୍ରୀଲଙ୍କାର ପର୍ଯ୍ୟଟନ କ୍ଷେତ୍ର ଭାରତରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ରାମାୟଣ ଟ୍ରେଲକୁ ମଧ୍ୟ ପ୍ରୋତ୍ସାହିତ କରୁଛି। ହେଲେ ଭାରତର ରାମାୟଣରେ ଖଳନାୟକ ରାବଣଙ୍କୁ ଶ୍ରୀଲଙ୍କା ସିଙ୍ଘଲ-ବୌଦ୍ଧ ଆସ୍ଥା ନଜରରୁ ଦେଖିଥାଏ। ଶ୍ରୀଲଙ୍କାରେ ରାବଣକୁ ଏକ ବାହାଦୂର ଓ ବିଦ୍ଵାନ ରାଜା ଭାବେ ଦର୍ଶାଇଥାଏ।

{"id":303596,"width":582,"height":548,"sizeSlug":"large"}

ସିଂହଲ-ବୌଦ୍ଧର ଏକ ସମୂହ ନିଜକୁ ରାବଣଙ୍କ ବଂଶଜ କହିଥାନ୍ତି।। ଏପରିକି ଶ୍ରୀଲଙ୍କା ନିଜର ପ୍ରଥମ ସାଟେଲାଇଟ୍‌ର ନାମ ରାବଣ-୧ ରଖିଥିଲା। ୨୦୧୬ରେ କଲୋମ୍ଵୋରେ ହୋଇଥିବା ସିଭିଲ ଏଭିଏସନର କନଫରେନ୍ସକୁ ସମ୍ବୋଧିତ କରି ତତ୍କାଳୀନ ବିମାନ ଚଳାଚଳ ମନ୍ତ୍ରୀ ନିର୍ମଳା ସୀତାରମଣ ସିରିପାଲାରେ କହିଥିଲେ ଯେ, ଆଧୁନିକ ବିମାନର ଇତିହାସ ରାଇଟ୍ ବ୍ରଦର୍ସଙ୍କଠୁ ଆରମ୍ଭ ହୋଇଥିଲା ମାତ୍ର ଶ୍ରୀଲଙ୍କାରେ କିମ୍ବଦନ୍ତୀ ରହିଛି, ରାବଣ ନାମକ ଜଣେ ବାହାଦୂର ରାଜା ଥିଲେ ଯିଏ ଦାନ୍ଦୁ ମୋନାରା ନାମକ ଏକ ବିମାନ ଉଡାଉଥିଲେ। ରାବଣ କେବଳ ଶ୍ରୀଲଙ୍କା ନୁହେଁ ବରଂ ପୂରା କ୍ଷେତ୍ରରେ ବିମାନ ଉଡାଉଥିଲେ।

{"id":303597,"width":580,"height":547,"sizeSlug":"large"}

ସମ୍ମିଳନୀରୁ ଏହି ନିଷ୍କର୍ସ ବାହାରିଥିଲା ଯେ, ରାବଣ ୫୦୦୦ ବର୍ଷ ପୂର୍ବେ ଶ୍ରୀଲଙ୍କାରୁ ବର୍ତ୍ତମାନର ଭାରତ ଅଭିମୁଖେ ବାହାରିଥିଲେ ଏବଂ ପୁଣି ସ୍ଵଦେଶ ଫେରି ଆସିଥିଲେ। ମାତ୍ର ଏହି କାହାଣୀକୁ ଖାରଜ କରାଯାଇଛି ରାବଣ ଭଗବାନ ରାମଙ୍କ ପତ୍ନୀ ସୀତାଙ୍କ ଅପହରଣ କରିଥିଲେ। ଶ୍ରୀଲଙ୍କା ସରକାରଙ୍କ ଏହା ଦାବି ଯେ, ଏହା ଏକ ଭାରତୀୟ ସଂସ୍କରଣ ଥିଲା ଓ ଏହାର ବୀପରିତ ଶ୍ରୀଲଙ୍କାରେ ରାବଣ ଜଣେ ମହାନ ରାଜା ଥିଲେ।

ଶ୍ରୀଲଙ୍କାରେ ଅନେକ ଲୋକ ମାନନ୍ତି ରାବଣ ଜଣେ ଦୟାଳୁ ଓ ବିଦ୍ଵାନ ରାଜା ଥିଲେ। କିଛି ଭାରତୀୟ ଧର୍ମଗ୍ରନ୍ଥରେ ରାବଣଙ୍କୁ ମହାନ ବ୍ରାହ୍ମଣ ରୂପେ ବର୍ଣ୍ଣିତ କରାଯାଇଛି। ଯାହାର ଅର୍ଥ ସେ ଜଣେ ମହାନ ବ୍ରାହ୍ମଣ କିମ୍ବା ମହାନ ବିଦ୍ଵାନ ଥିଲେ। ରାମାୟଣ ଅନୁଯାୟୀ ରାବଣ ପାଖରେ ପୁଷ୍କକ ନାମକ ଏକ ବିମାନ ଥିଲା। ଏହି ବିମାନରେ ରାବଣ ସୀତା ମାତାଙ୍କୁ ଅପହରଣ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.