ପାକିସ୍ତାନରେ ଶିଖ ଯୁବକଙ୍କୁ ହତ୍ୟା କଲେ ଅଜଣା ଆତତାୟୀ : ଶତ୍ରୃତା ସନ୍ଦେହ

Published By : Prameya-News7 Bureau | January 05, 2020 IST

ପେଶାଓ୍ବର ୫/୧: ପାକିସ୍ତାନରେ ନନକାନା ସାହେବ ଗୁରୁଦ୍ବାରାରେ ଗତ ଶୁକ୍ରବାର ଭିଡ଼ରେ ଆକ୍ରମଣର ପରଦିନ ଗତକାଲି ପେଶାଓ୍ବରରେ ଜଣେ ଶିଖ ଯୁବକ ରବିନ୍ଦର ସିଂହ(୨୫)ଙ୍କୁ ହତ୍ୟା କରି ଦିଆଯାଇଛି। ପୋଲିସ୍ ଆଜି ତାଙ୍କ ଶବ ପେଶାଓ୍ବରର ଚମକାନି ଅଞ୍ଚଳରୁ ଜବତ କରିଛି। ଏହି ଶିଖ ଯୁବକ ଖୈବର ପଖ୍ତୁନଖାର ଶାଙ୍ଗଲା ଜିଲ୍ଲାରେ ରହୁଥିଲେ ଏବଂ ସେ ପେଶାଓ୍ବରକୁ ବିବାହ ପାଇଁ କିଣାକିଣି କରିବାକୁ ଆସିଥିଲେ। ହତ୍ୟା ଅଭିଯୁକ୍ତ ରବିନ୍ଦରଙ୍କ ପରିବାରକୁ ଫୋନ୍ କରି ଘଟଣା ବିଷୟରେ ସୂଚନା ଦେଇଥିଲା।

{"id":207321,"width":581,"height":402,"sizeSlug":"large"}

ନନକାନା ସାହେବ ଗୁରୁଦ୍ବାରାରେ ଗତକାଲି ଭିଡ଼ରେ ପଥର ମାଡ଼ ହୋଇଥିଲା। ଏଠାରେ ଶ୍ରଦ୍ଧାଳୁମାନେ ମଧ୍ୟ ପଥରମାଡ଼ ସମୟରେ ଗୁରୁଦ୍ବାରାରେ ଫସି ରହିଥିଲେ। ଏହି ବିବାହ ଶିଖ ଯୁବତୀଙ୍କ ଧର୍ମ ପରିବର୍ତ୍ତନ ଏବଂ ମୁସଲିମ ଯୁବକଙ୍କ ସହ ବିବାହ ପାଇଁ ବଢ଼ିଥିଲା। ମୁସଲିମ୍ ଯୁବକଙ୍କ କହିବା ଅନୁଯାୟୀ ଯୁବତୀ ଜଣକ ନିଜ ଇଚ୍ଛାରେ ବିବାହ କରିଥିଲେ ଏବଂ ସେ ପୁଣି ଥରେ ଶିଖ ହେବାକୁ ଚାହୁଁନଥିଲେ।

{"id":207322,"width":589,"height":443,"sizeSlug":"large"}

ହତ୍ୟା ପଛରେ ଶତ୍ରୃତା ରହିଥିବାର ପୋଲିସ୍ ସନ୍ଦେହ କରୁଛି। ଶବକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.