ବିଧାୟକ ପଦରୁ ନବ ଦାସଙ୍କ ଇସ୍ତଫା ପରେ ବିରୋଧୀ ଦଳର ମାନ୍ୟତା ହରାଇଲା କଂଗ୍ରେସ, ନବ କହିଲେ ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କ ଆଶୀର୍ବାଦ ନେଇ ମୈଦାନକୁ ଓହ୍ଲାଇବେ

Published By : Prameya-News7 Bureau | January 28, 2019 IST

ଭୁବନେଶ୍ବର୨୮|୧: ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ । ଆଜି ବିଧାନସଭା ଆସି ବାଚସ୍ପତିଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।  ନବ ଦାସଙ୍କ ଇସ୍ତଫା ପରେ କଂଗ୍ରେସ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇଛି । ସାଧାରଣ ନିର୍ବାଚନର ଦିନ କେଇଟା ପୂର୍ବରୁ କଂଗ୍ରେସ ପାଇଁ ଏହା ବଡ ଝଟକା । ଏବେ ବାଚସ୍ପତିଙ୍କ ଦୟାରୁ ହିଁ କଂଗ୍ରେସ ଆସନ୍ତା ବିଧାନସଭା ଅଧିବେଶନରେ ବିରୋଧୀ ଦଳର ମାନ୍ୟତା ପାଇବ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।…

{"id":79229,"width":593,"height":323}

ବିରୋଧୀ ଦଳ ପଦ ହରାଇଲା କଂଗ୍ରେସ । ନବ ଦାସ ବିଧାୟକ ପଦରୁ ବିଦ୍ଧିବଦ୍ଧ ଭାବେ ବାଚସ୍ପତିଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବା ପରେ କଂଗ୍ରେସ ପାଇଁ ଏଭଳି ସ୍ଥିତି ଉପୁଜିଛି । ଓଡିଶା ବିଧାନସଭାରେ ବିରୋଧୀ ଦଳ ମାନ୍ୟତା ପାଇବାକୁ ହେଲେ ଅତିକମରେ ୧୫ଜଣ ବିଧାୟକ ଥିବା ଦରକାର । ୨୦୧୪ ନିର୍ବାଚନରେ କଂଗ୍ରେସ ୧୬ଟି ସିଟ୍ ପାଇଥିଲା ଏବଂ ସୁବଳ ସାହୁଙ୍କ ଦେହାନ୍ତ ପରେ ଉପ ନିର୍ବାଚନରେ ତାଙ୍କ ସିଟ୍ ବିଜେଡି ଖାତାକୁ ଚାଲିଯାଇଥିଲା ।

{"id":79230,"width":590,"height":339}

ଯୋଗେଶ ସିଂଙ୍କ ଇସ୍ତଫା ପରେ ବି ଅସୁବିଧା ନଥିଲା । କାରଣ ସମତା କ୍ରାନ୍ତିନେତା ଜର୍ଜ ତୀର୍କି କଂଗ୍ରେସରେ ମିଶିଥିଲେ ଏବଂ ଦଳର ଆସନ ସଂଖ୍ୟା ସେହି ୧୫ ବିଶିଷ୍ଟ ବୋଲି ଗଣାଯାଉଥିଲା । କିନ୍ତୁ ନବ ଦାସଙ୍କ ଇସ୍ତଫା ପରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୪ରେ ପହଁଚିଯାଇଛି । ପଞ୍ଚଦଶ ବିଧାନସଭା ସରିବାକୁ ଆଉମାତ୍ର ଗୋଟିଏ ଅଧିବେଶନ ବାକିଥିବା ବେଳେ କଂଗ୍ରେସ ପାଇଁ ଏହା ବଡ ଝଟକା ହୋଇଛି ।  ବାଚସ୍ପତି କହିଛନ୍ତି, କଂଗ୍ରେସ ବିରୋଧୀ ଦଳର ମାନ୍ୟତା ପାଇବ କି ନା ସେନେଇ ଅନୁଧ୍ୟାନ କରାଯାଉଛି

{"id":79231}

ତେବେ ନବ ଦାସ ଇସ୍ତଫା ଦେବା ପରେ କହିଛନ୍ତି, ସେ କଂଗ୍ରେସ ଛାଡିଥିଲେ ବି ନିର୍ବାଚନ ବେଳେ ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କ ଆଶୀର୍ବାଦ ନେଇ ମୈଦାନକୁ ଓହ୍ଲାଇବେ । କଂଗ୍ରେସ କର୍ମୀ ତାଙ୍କ ସହ ଯିବେନି ବୋଲି ଯେଉଁ ଚର୍ଚା ହେଉଛି ତା ଉତ୍ତରରେ ସେ କହିଛନ୍ତି ୨୦୧୯ ନିର୍ବାଚନ ଫଳ ହିଁ ସବୁକିଛି କହିବ । ନବ ଦାସଙ୍କ ଇସ୍ତଫାକୁ କଂଗ୍ରେସ ଓ ବିଜେଡି ଭିତରେ ଥିବା ସଲାସୂତୁରା ସହ ଯୋଡିଛି ବିଜେପି । କଂଗ୍ରେସ କହିଛି ନବ ଦାସ ଇସ୍ତଫା ଦେଲେ ବି ଦଳ ଆଗକୁ ବଢିବ ।

{"id":79234}

୨୦୧୪ ନିର୍ବାଚନ ପୂର୍ବରୁ ସେତେବେଳର ବିରୋଧୀ ନେତା ଭୁପିନ୍ଦର ସିଂଙ୍କୁ ବିଜେଡି ନିଜପଟକୁ ନେଇ କଂଗ୍ରେସକୁ ଚକମା ଦେଇଥିଲା । ଏବେ ୨୦୧୯ ନିର୍ବାଚନ ପୂର୍ବରୁ ଜଣେପରେ ଜଣେ କଂଗ୍ରେସ ବିଧାୟକଙ୍କୁ ନିଜ ଦଳକୁ ନେଇ ବିଜେଡି ପୁଣି କଂଗ୍ରେସକୁ ଝଟକା ଦେବାକୁ ଯୋଜନା କରିଛି । ନବ ଦାସଙ୍କ ପରେ ଆଉ କିଛି କଂଗ୍ରେସ ବିଧାୟକ ବିଜେଡିରେ ମିଶୁଥିବା ନେଇ ଚର୍ଚା ଲାଗିରହିଛି ।

{"id":79235}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.