ପ୍ରେମିକାକୁ ଛୁରୀ ଭୁଷି ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କଲା ପ୍ରେମିକ
25/05/2019 at 5:41 PM

ଇଟାଓ୍ବା ୨୫/୫: ଇଟାଓ୍ବାର ବକେବର ଅଞ୍ଚଳରେ ଜଣେ ଯୁବକ ତା’ର ପ୍ରେମିକାକୁ ହତ୍ୟା କରି ନିଜ ଉପରେ ମଧ୍ୟ ଆଘାତ କରିଛି। ଘଟଣାସ୍ଥଳରେ ଲୋକଙ୍କ ହଇଚଇ ସୃଷ୍ଟି ହୋଇଛି। ପୋଲିସ୍ ସୂଚନା ପାଇ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛି।
ଯୁବକଟି ତା’ର ପ୍ରେମିକାକୁ ହତ୍ୟା କରି ନିଜେ ରକ୍ତାକ୍ତ ଅବସ୍ଥାରେ ବେହୋସ୍ ପଡ଼ିଥିଲା। ପୋଲିସର ପ୍ରାଥମିକ ତଦନ୍ତରେ ଜଣା ପଡ଼ିଥିଲା ଯେ ଯୁବକ ଜଣକ ତା’ର ପ୍ରେମିକାକୁ ଛୁରୀ ଭୁଷି ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିବା ପାଇଁ ନିଜକୁ ମଧ୍ୟ ଛୁରୀ ଭୁଷିଥିଲା। ବକେବର ବାସିନ୍ଦା ଏହି ୨୦ବର୍ଷ ବୟସର ଯୁବକର ୧୮ବର୍ଷ ବୟସର ଯୁବତୀ ସହ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିଲା। ଉଭୟଙ୍କ ପରିବାର ଲୋକ ଏବିଷୟରେ ଜାଣିଥିଲେ।