Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ପ୍ରମାଣ ନଷ୍ଟ କରିବା ପୂର୍ବରୁ ସକାଳ ହୋଇଗଲା, ଧରା ପଡ଼ିଗଲା ହତ୍ୟାକାରୀ: ଘାତକ ଚେଲାର ବିଭତ୍ସ କାର୍‌ନାମା

2/01/2020 at 5:17 PM

ସାମ୍‌ଲି୨/୧: ପାଠକ୍ ପରିବାର ଚାରିଜଣ ସଦସ୍ୟଙ୍କ ହତ୍ୟା ଘଟଣା ସଂପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ  ହିମାଂଶୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ କାର୍‌ରେ ନିଆଁ ଲଗାଇବା ବେଳେ  ହିମାଂଶୁର ସବୁ ପ୍ଲାନ ଭଣ୍ଡୁର ହୋଇଯାଇଥିଲା। ପରିବାର ଚାରିଜଣଙ୍କୁ ହତ୍ୟା କରିବା ପରେ ରକ୍ତାତ ଅବସ୍ଥାରେ ୩ଜଣଙ୍କ ଶବକୁ ଘରେ ଛାଡ଼ିଦେଇ ଯାଇଥିଲା। ହତ୍ୟାକାରୀ ହିମାଂଶୁ  କେବଳ ଭଜନ ଗାୟକ ଅଜୟ ପାଠକ୍‌ଙ୍କ ପୁଅର ଶବକୁ ଗାୟବ କରି ନେଇଥିଲା।

ଗୋଟିଏ ରାତିରେ ପଞ୍ଜାବି କଲୋନୀରେ ଗଢ଼ିଥିଲା ଚାରି ଚାରିଟି ମୁଣ୍ଡ। କିପରି ଷଡ଼ଯନ୍ତ୍ର ରଚିଥିଲା ହତ୍ୟାକାରୀ? ହତ୍ୟା କରିବା ପରେ କ’ଣ ଥିଲା ତାର ଲକ୍ଷ୍ୟ? ଏ ସବୁ ଘଟଣାର ପର୍ଦ୍ଦାଫାଶ କରିଛନ୍ତି ସାମ୍‌ଲିର ଏସପି ବିନିତ୍‌ ଯଶଓ୍ବାଲ। ସେ କହିଛନ୍ତି ଯେ, ପ୍ରଥମେ ଚାରିଜଣଙ୍କୁ ଧାରୁଆ ଛୁରୀ​‌ରେ ହତ୍ୟା କରିଥିଲା  ହିମାଂଶୁ। ପ୍ରମାଣ ନଷ୍ଟ କରିବା ପାଇଁ  ହିମାଂଶୁ ଅଜୟ ପାଠକ୍‌ଙ୍କ ଝିଅ ବସୁନ୍ଧରାଙ୍କ ଶବକୁ ​‌ଘୋଷାଡ଼ି ଘୋଷାଡି ତଳକୁ ଆଣିଥିଲା। କିନ୍ତୁ ଏଥିରେ ବିଫଳ ହେବା ପରେ ପୁଣି ବସୁନ୍ଧରାଙ୍କ ଶବକୁ ଉପରକୁ ନେଇ ଯାଇଥିଲା। ପୁଣି ଅଜୟ ପାଠକ୍‌ ଓ ତାଙ୍କ ପତ୍ନୀ, ଝିଅଙ୍କ ଶବକୁ ଗୋଟିଏ ଘରେ ଭିତରେ ପୂରାଇ ଦେଇଥିଲା ହିମାଂଶୁ।

କେବଳ ଅଜୟ ପାଠକ୍‌ଙ୍କ ୧୦ ବର୍ଷର ପୁଅ ଭଗବତ ଶବକୁ ହିମାଂଶୁ କାର୍‌ରେ ନେଇଯାଇଥିଲା। ଗୋଟି ଗୋଟି କରି ଶବ ନେଇ ବାହା​‌ରେ ପୋଡ଼ି ପ୍ରମାଣ ନଷ୍ଟ କରିବା ଲକ୍ଷ୍ୟ ଥିଲା ହିମାଂଶୁ। ହେଲେ ସେତେବେଳକୁ ସକାଳ ହୋଇ ସାରିଥିଲା ଏବଂ ହତ୍ୟା ସଂପର୍କରେ ଅଜୟ ପାଠକ୍‌ଙ୍କ ପରିବାର ଲୋକ ଜାଣି ସାରିଥିଲେ। ଅଜୟଙ୍କ ପରିବାର ଲୋକ  ହିମାଂଶୁକୁ କଲ୍ କରିଥିଲେ। ସେହି ସମୟରେ ହିମାଂଶୁ ପୁଅ ଭଗବତଙ୍କ ଶବକୁ ଛାଡ଼ି ଚାଲି ଯାଇଥିଲା। ହତ୍ୟାକାରୀ ହିମାଂଶୁର ନମ୍ବର ଟ୍ରାକ କରି ପୋଲିସ ତାକୁ ଗିରଫ କରିଥିଲା।

ସୂଚନାଯୋଗ୍ୟ ଡିସେମ୍ବର ୩୧ ତାରିଖରେ ଅନ୍ତର୍ଜାତୀୟ ଭଜନ ଗାୟକ ଅଜୟ ପାଠକ୍‌ଙ୍କ ଘରେ ତାଙ୍କ ଶିଷ୍ୟ  ହିମାଂଶୁ ରହିଥିଲା। ରାତିରେ ଅଜୟ ପାଠକ୍‌ଙ୍କ ସହ ପରିବାର ସହ ବସି  ହିମାଂଶୁ ଖାଇଥିଲା।  ହିମାଂଶୁ ଶିଷ୍ୟ ଭାବେ ଅଜୟ ପାଠକ୍‌ଙ୍କ ପାଖରେ କାମ କରୁଥିଲା। ପାରିଶ୍ରମିକ ବାବଦକୁ  ହିମାଂଶୁ ଅଧିକ ଟଙ୍କା ଦାବି କରୁଥିଲା। ହେଲେ ଏତେ ଟଙ୍କା ଦେବେ ନାହିଁ ବୋଲି ଅଜୟ ପାଠକ୍ ମନା କରି ଦେଇଥିଲେ। ସେହି ରାଗରେ ରାତି​‌ରେ ଅୟଜ ପାଠକ୍‌ଙ୍କ ସମେତ ପିଲା, ସ୍ତ୍ରୀ ସମସ୍ତଙ୍କୁ ହିମାଂଶୁ ହତ୍ୟା କରିଥିଲା।

   Related Posts