ମୁମ୍ବାଇ ପରେ ଅହମଦାବାଦ ପାଲଟିଲା କରୋନା ହଟସ୍ପଟ୍ : ବୃଦ୍ଧି ପାଉଛି ମୃତକଙ୍କ ସଂଖ୍ୟା

Published By : Prameya-News7 Bureau | April 27, 2020 IST

ନୂଆଦିଲ୍ଲୀ ୨୭/୦୪ : ମୁମ୍ବାଇ ପରେ ଅହମଦାବାଦ କରୋନା ହଟସ୍ପଟ ପାଲଟିଛି | ଅହମଦାବାଦରେ ମୃତକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି | କରୋନା ସଂକ୍ରମଣ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି | ରାଜଧାନୀ ଦିଲ୍ଲୀରେରେ ଗତ ୨୪ ଘଣ୍ଟାରେ ୨୦୩ ନୂଆ ମାମଲା ସାମ୍ନାକୁ ଆସିଛି | ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ୨୯୧୮ରେ ପହଞ୍ଚିଛି | ଏସବୁ ଭିତରେ ଅହମଦାବାଦରୁ ଏକ ଚିନ୍ତିତ କଲା ଭଳି ଘଟଣା ସାମ୍ନାକୁ ଆସିଛି | ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ପରେ ବର୍ତ୍ତମାନ ଅହମଦାବାଦରେ ସବୁଠାରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି | ଅହମଦାବାଦକୁ ବର୍ତ୍ତମାନ କରୋନା ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି | ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଲେ ୧୦୦ ନୂଆ ମାମଲା ସାମ୍ନାକୁ ଆସିଛି |

ଅହମଦାବାଦରେ କରୋନା ଭାଇରସରେ ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଏଠାରେ ଏବେ ସୁଦ୍ଧା ୧୦୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି | ମୁମ୍ବାଇରେ ଏବେ ସୁଦ୍ଧା ୨୦୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି | ଅହମଦାବାଦ ବର୍ତ୍ତମାନ ଭୟଙ୍କର ସ୍ଥିତି ଆଡକୁ ଗତି କରୁଥିବା ଜଣାପଡୁଛି | ଗତ ଗୋଟିଏ ସପ୍ତାହରେ ଏଠାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ପାଇଛି | ଏପ୍ରିଲ ୨୦ ତାରିଖ ପରେ ସହରରେ ୬୭ ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି | ଏହି ମୁମ୍ବାଇରୁ ଅଧିକ ରହିଛି | 

କେବଳ ଅହମଦାବାଦରେ ୨୧୧୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି | ମହାରାଷ୍ଟ୍ରକୁ ବାଦ ଦେଲେ ଏହି ସଂଖ୍ୟା ଅନ୍ୟ ସବୁ ରାଜ୍ୟ ଠାରୁ ଅଧିକ | ରାଜସ୍ତାନ ଓ ମଧ୍ୟପ୍ରଦେଶରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ଅହମଦାବାଦ ପାଖାପାଖି ରହିଛି | କିନ୍ତୁ ରାଜସ୍ତାନ ଓ ମଧ୍ୟପ୍ରଦେଶରେ ମୃତ୍ୟୁ ସଂଖ୍ୟା ଅହମଦାବାଦରୁ କମ ଅଛି | ରାଜସ୍ତାନରେ ଏବେ ସୁଦ୍ଧା ୪୧ ଜଣଙ୍କ ମୃତ୍ୟୁ ହୋଇଥିବାବେଲେ ମଧ୍ୟପ୍ରଦେଶରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଛି |

ଗୁଜରାଟରେ ଗତ ୧୨ ଦିନରେ ୩୩୦୦ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି  | ଏହି ୧୨ ଦିନରେ ଅହମଦାବାଦରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି ପାଇଛି | ତେବେ ଏହା ସଂକେତ ଦେଉଛି ଯେ, ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁଜରାଟରେ ଯେତିକି କରୋନା ରୋଗୀଙ୍କ ସଂଖ୍ୟା ଆଶଙ୍କା କରିଥିଲେ ସ୍ଥିତି ତାଠାରୁ ବହୁତ ଅଧିକ | କେବଳ ସେତିକି ନୁହେଁ ଗୁଜରାଟରେ କରୋନା ରୋଗୀଙ୍କ ଯାଞ୍ଚ ସଂଖ୍ୟା ମଧ୍ୟ ବହୁତ କମ ରହିଛି | ଗୁଜରାଟରେ ଏବେ ପର୍ଯ୍ୟନ୍ତ ୫୧ ହାଜର ୯୧ ନମୁନା ପରୀକ୍ଷା ହୋଇଛି ଯାହା ମହାରାଷ୍ଟ୍ରର ଅଧାରୁ ମଧ୍ୟ କମ | ମହାରାଷ୍ଟ୍ରରେ ଏବେ ସୁଦ୍ଧା ୧.୧୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି | ଗୁଜରାଟ ତୁଳନାରେ ତାମିଲନାଡୁରେ କରୋନା ପଜିଟିଭ ସଂଖ୍ୟା ବହୁତ କମ ଥାଇ ମଧ୍ୟ ଏବେ ସୁଦ୍ଧା ୮୭ ହଜାର ନମୁନା ପରୀକ୍ଷା କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.