Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଏବେ ରାଜ୍ୟରେ ନାହିଁ ଟୀକା, ଆସିଲେ ବେସରକାରୀ ହସ୍ପିଟାଲ୍‌ଗୁଡ଼ିକୁ ଦିଆଯିବ: ବିଏମ୍‌ସି କମିଶନର

10/05/2021 at 3:29 PM

ଭୁବନେଶ୍ୱର, ୧୦/୦୫: ଟୀକା ଆସିଲେ ଘରୋଇ ହସ୍ପିଟାଲରେ ମିଳିବ । ରାଜଧାନୀର ଘରୋଇ ହସ୍ପିଟାଲରେ ଟୀକାଦାନ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର । ପୂର୍ବରୁ ୩୧ଟି ବେସରକାରୀ ହସ୍ପିଟାଲକୁ  ପ୍ରଥମ ଫେଜ୍‌ରେ ଚିହ୍ନଟ କରାଯାଇଥିଲା। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ପ୍ରାଇଭେଟ୍ ହସ୍ପିଟାଲକୁ ଟୀକା ଦିଆଯାଇ ନଥିବା ସୂଚନା ମିଳିଛି ।

ଓଡ଼ିଶାକୁ ୧୮ ରୁ ୪୪ ବର୍ଷ ବର୍ଗର ହିତାଧିକାରୀ ମାନଙ୍କ ଲାଗି ଦେଢ଼ ଲକ୍ଷ ଟୀକା ଆସିଥିଲା । ଏହାପରେ ବିଏମସି ତରଫରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍ଲଟ ବୁକିଂ ସରିଛି । ତେଣୁ ସେ ସମସ୍ତ ବୁକିଂ କ୍ୟାନସଲ୍ କରାଯାଇପାରିବ ନାହିଁ । ନୂଆ ଭ୍ୟାକ୍ସିନ ଆସିଲେ ପ୍ରାଇଭେଟ୍ ହସ୍ପିଟାଲକୁ ଦେବା ନେଇ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି କମିଶନର ।

ଏଯାବତ ରାଜଧାନୀରେ ପାଖାପାଖି ୫ ଲକ୍ଷ ହିତାଧିକାରୀ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଟୀକା ନେଇ ସାରିଲେଣି । ସେହିପରି ଏସପ୍ଲାନେଡ୍ ମଲ୍ ପରି ଆଉ ୩ ଟି ସ୍ଥାନରେ ବିଏମସି ଭ୍ୟାକ୍ସିନ ଇନ୍ ଭ୍ରାଇଭ୍ ପାଇଁ ବ୍ୟବସ୍ଥା କରୁଛି । ଯେଉଁଠି ୪୫ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ମାନେ ଦ୍ବିତୀୟ ଡୋଜ୍ ଟୀକା ସ୍ଲଟ୍ ବୁକ୍ କରି ନେଇପାରିବେ। ଏନେଇ ଆଜି ବିଏମସି ଟ୍ବଟରରେ ଜଣାଇ ଦିଆଯିବ ବୋଲି କମିଶନର୍‌ କହିଛନ୍ତି ।

   Related Posts