ମୋଦୀ ସରକାରଙ୍କ ପରେ ନୀତିଶ ଦେବେ ପେଟ୍ରୋଲ ଓ ଡିଜେଲ୍ ଉପରେ ଆଶ୍ଵସ୍ତି, କମ୍ କରିବେ ଭାଟ୍

Published By : Prameya-News7 Bureau | November 03, 2021 IST

ପାଟନା ୦୩।୧୧: ମୋଦୀ ସରକାରଙ୍କ ପରେ ନୀତିଶ କୁମାର ମଧ୍ୟ ରାଜ୍ୟବାସୀଙ୍କୁ ଦୀପାବଳି ଉପହାର ଦେବାକୁ ପ୍ରସ୍ତୁତି କରିଛନ୍ତି। ପେଟ୍ରୋଲ ଓ ଡିଜେଲ୍ ଦର  ହ୍ରାସ କରିବାକୁ ବିହାର ସରକାର ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ଉପରେ ୧.୩୦ ଟଙ୍କା ଏବଂ ଡିଜେଲ୍‌ ଉପରେ ୧.୯୦ ଟଙ୍କା ଶସ୍ତା କରିବାକୁ ଯାଉଛନ୍ତି ନୀତିଶ ସରକାର। ଏହା ପୂର୍ବରୁ କେନ୍ଦ୍ରର ମୋଦୀ ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୧୦ ଟଙ୍କା ଶସ୍ତା କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠୁ ଆଶ୍ଵସ୍ତି ମିଳିବା ପରେ ବିହାରବାସୀଙ୍କୁ ପେଟ୍ରୋଲ ୬.୩୦ ଟଙ୍କା ଏବଂ ଡିଜେଲ୍‌ ୧୧.୯୦ ଟଙ୍କା ଶସ୍ତାରେ ମିଳିବ।

ବିହାରରେ ଭାଟ୍ ହ୍ରାସ କରିବାର ସୂଚନା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦୀ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ବିହାରରେ ପେଟ୍ରୋଲ ଉପରେ ଭାଟ୍ ୧.୩୦ ଟଙ୍କା ଏବଂ ଡିଜେଲ୍ ଉପରେ ୧.୯୦ ଟଙ୍କା କମ ହେବ। ଉତ୍ପାଦ ଶୁଳ୍କ  ୫ ଏବଂ ୧୦ ଟଙ୍କା ହ୍ରାସ ପରେ ବିହାରରେ  ପେଟ୍ରୋଲ ୬.୩୦ ଟଙ୍କା ଏବଂ ଡିଜେଲ୍ ୧୧.୯୦ ଟଙ୍କା ଶସ୍ତାରେ ମିଳିବ।

wp:html /wp:html

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ୍ସାଇଜ୍ ଡ୍ୟୁଟି କମ କରାଯିବା ପରେ ଏବେ ରାଜ୍ୟ ସରକାରଙ୍କ ଉପରେ ଚାପ ବଢି ଯାଇଛି। ଚାରିଆଡୁ ଭାଟ୍ ହ୍ରାସ କରିବା ନେଇ ଦାବି ଜୋର ଧରିଛି। ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ କମିବା ପରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ଵିଟ୍ କରିଛନ୍ତି ଯେ, ଉପଭୋକ୍ତାଙ୍କୁ ଆହୁରି ଆଶ୍ଵସ୍ତି ଦେବା ପାଇଁ ରାଜ୍ୟଗୁଡିକୁ ତେଲ ଉପରେ ଭାଟ୍ କମ କରାଯିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.