ମୋବାଇଲ ଆପ୍‌ ପରେ ଏବେ ଚୀନ୍‌କୁ ହ୍ୟାଣ୍ଡସେଟ୍‌ରେ ଭାରତର ଝଟକା, ଛଡେଇ ଆଣିବ ୧୦୦ ବିଲିୟନ ଡଲାରର କାରବାର

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଲୀ ୭।୯:  ପୂର୍ବ ଲଦ୍ଦାଖ ସୀମା ଗଲୱାନରେ ଭାରତ ସହ ପଞ୍ଜା ଲଢେଇ ଏବେ ଚୀନ୍‌କୁ ଭାରି ପଡିଛି। ଛଦ୍ମ ଶତ୍ରୁତା କରୁଥିବା ଚୀନ୍‌କୁ ପାନେ ଶିଖାଇବାକୁ ଭାରତ ନେଉଥିବା ଆର୍ଥିକ ପଦକ୍ଷେପ ଗୋଟିଏ ପରେ ଗୋଟିଏ ସଫଳ ହେବାରେ ଲାଗିଛି। ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚୀନ୍‌ ମୋବାଇଲ ଆପ୍‌ ସବୁକୁ କ୍ରମାନୁସାରେ ଦେଶରେ ନିଷିଦ୍ଧ କରାଯାଇଥିବା ବେଳେ ଏବେ ଚୀନ୍‌କୁ ମୋବାଇଲ ହ୍ୟାଣ୍ଡସେଟ୍‌ ବଜାରରେ  ସିଧାଶଳଖ ଝଟକା ଦେବାକୁ ଯାଉଛି। ଫଳରେ ଚୀନ୍‌ କମ୍ପାନୀମାନେ ଅନୁମାନିକ ୭.୩ ଲକ୍ଷ କୋଟି ଅର୍ଥାତ ପ୍ରାୟ ୧୦୦ ବିଲିୟନ ଡଲାରର କାରବାର ହରାଇବାର ଏବେ ଆଶଙ୍କା କରାଗଲାଣି।

{"id":326493,"sizeSlug":"large"}

ଭାରତ ସରକାର ଆପଲ ଓ ସାମସଙ୍ଗକୁ ମୋବାଇଲ ହ୍ୟାଣ୍ଡସେଟ୍‌ ଏକ୍ସପୋର୍ଟ ଲାଗି ଅନୁମତି ପ୍ରଦାନ କରିଛନ୍ତି। ଏହା ଛଡା ଭାରତୀୟ ମୋବାଇଲ ଫୋନ ନିର୍ମାତା ମାଇକ୍ରୋମାକ୍ସ, ଲାଭା, କାର୍ବନ, ଅପ୍ଟିମସ୍ ଓ ଡିକ୍ସନ ଆଦି କମ୍ପାନୀଙ୍କୁ ସୁଲଭ ମୂଲ୍ୟରେ ଫୋନ ବଜାରକୁ ଛାଡିବା ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି। ଫଳରେ ଦେଶରେ ହ୍ୟାଣ୍ଡସେଟ୍‌ କାରବାର କରୁଥିବା ଚୀନ୍‌ କମ୍ପାନୀଙ୍କ ବ୍ୟବସାୟ କ୍ଷତି ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଭାରତୀୟ ବଜାରରୁ ସେମାନଙ୍କ ଏକାଧିପତ୍ୟ ଏବେ ସମାପ୍ତ ହେବ।

{"id":326495,"sizeSlug":"large"}

ଚୀନ୍‌ କମ୍ପାନୀମାନେ ସରକାରୀ ସବସିଡି ଯୋଗୁ ସବୁଠୁ ଶସ୍ତା ମୂଲ୍ୟରେ ଉତ୍ପାଦ ବିକି ଦେଉଛନ୍ତି। ତେବେ ଏହାର ମୁକାବିଲା ଲାଗି ପ୍ରଡକ୍ଟ ଲିଂକଡ ଇନଭେଷ୍ଟମେଣ୍ଟ ସ୍କିମ (ପିଏଲଆଇ) ଦ୍ୱ୍ରାରା ଚୀନ୍‌ କମ୍ପାନୀଙ୍କ ମୁକାବିଲା ଲାଗି ଏବେ କମ୍ପାନୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏକ ତଥ୍ୟ ଅନୁସାରେ ଭାରତର ୨୨ଟି କମ୍ପାନୀ ୪୧ ହଜାର କୋଟି ଟଙ୍କାର ପିଏଲଆଇ ସ୍କିମ୍‌ ଲାଗି ଏପର୍ଯ୍ୟନ୍ତ ଆବେଦନ କରିଥିବା ଜଣାପଡିଛି। ସରକାରଙ୍କ ଅନୁମତି ପରେ ଏବେ ଏହି କମ୍ପାନୀମାନେ ଭାରତରେ ଏପରି ଫୋନ ମଡେଲ ଉତ୍ପାଦନ କରିବା ସହ ରପ୍ତାନୀ ମଧ୍ୟ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.