ପମ୍ପେୟୋଙ୍କ ବୟାନ ପରେ ସଂକଟରେ ଆମେରିକା, ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଲେ ବିଡେନଙ୍କ ସମର୍ଥକ

Published By : Prameya-News7 Bureau | November 11, 2020 IST

ୱାସିଂଟ ୧୧।୧୧: ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ତାଙ୍କର ହାର ସ୍ୱୀକାର କରୁ ନାହାନ୍ତି। ଏଣୁ ଆମେରିକାରେ ରାଜନୈତିକ ସଂକଟ ଭଳି ପରିସ୍ଥିତି ଉପୁଜିଛି। ଏଥିରେ ମଙ୍ଗଳବାର ରାତିରେ ମାଇକ୍ ପମ୍ପେୟୋଙ୍କ ବୟାନ ପରିସ୍ଥିତିକୁ ଅଧିକ ଜଟିଳ କରିଛି। ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପରେ କ୍ଷମତାର ସହଜ ହସ୍ତାନ୍ତରଣ ସମ୍ଭବ ବୋଲି କହିଛନ୍ତି ପମ୍ପେୟୋ। ଫଳରେ ବିଡେନଙ୍କ କ୍ୟାମ୍ପରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆବଶ୍ୟକ ସ୍ଥଳେ ଡେମୋକ୍ରାଟିକ ପାର୍ଟି କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଧମକ ଦେଇଛନ୍ତି।

{"id":360128,"sizeSlug":"large"}

ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ କାର୍ଯ୍ୟକାଳ ୨୦ ଜାନୁୟାରୀ ୨୦୨୧ରେ ସମାପ୍ତ ହେଉଛି। ତେବେ ପରାଜିତ ନେତା ଭାବେ ଟ୍ରମ୍ପ କ୍ଷମତା ହସ୍ତାନ୍ତରଣ ପ୍ରକ୍ରିୟା ଏବେଠୁ ଆରମ୍ଭ କରିଦେବା କଥା। ହେଲେ ସେ ସେପରି କିଛି କରୁନଥିବା ବେଳେ ଅବାନ୍ତର ଯୁକ୍ତି କରୁଛନ୍ତି। ଏଥିରେ ତାଙ୍କ ଦଳ ଓ ସମର୍ଥକମାନେ ମଧ୍ୟ ସାରା ଦେଶରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛନ୍ତି। ରିପବ୍ଲିକାନ ପାର୍ଟି ମୁଖପାତ୍ର ନିଜ ସମର୍ଥିତ ମିଡିଆ ମାଧ୍ୟମରେ ଟ୍ରମ୍ପ ନିର୍ବାଚନରେ ବିଜୟୀ ହୋଇଥିବା ଦାବି କରୁଛନ୍ତି। ଅପରପକ୍ଷେ ଟ୍ରମ୍ପ ନିର୍ବାଚନରେ ହାର ପରେ ବି ପ୍ରଶାସନିକ ନିଷ୍ପତ୍ତି ନେଉଥିବା ଜଣାପଡିଛି। ଏହି କ୍ରମରେ ସେ ସୋମବାର  ଡିଫେନ୍ସ ସେକ୍ରେଟାରୀ ମାର୍କ ଏସ୍ପରଙ୍କୁ ବରଖାସ୍ତ ମଧ୍ୟ କରିଛନ୍ତି।

{"id":360131,"width":576,"height":324,"sizeSlug":"large"}

ଆମେରିକା ନିର୍ବାଚନ ପରବର୍ତ୍ତି ଅଢେଇମାସ ଟ୍ରମ୍ପଙ୍କ ଟ୍ରାଞ୍ଜିଟ୍‌ ଲାଗି ରହିଛି। ହେଲେ ଏ ଦିଗରେ ସେ ପାଦେ ବି ଆଗେଇ ନାହାନ୍ତି। ଏଥିରେ ନିର୍ବାଚିତ ରାଷ୍ଟ୍ରପତି ବିଡେନଙ୍କ କ୍ୟାମ୍ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଯଦି ଟ୍ରମ୍ପ ପ୍ରଶାସନ ଟ୍ରାଞ୍ଜିଟ ପ୍ରକ୍ରିୟା ଲାଗି ଅର୍ଥ ବରାଦ ନ କରନ୍ତି ଓ ଡେମୋକ୍ରାଟିକ ନେତାଙ୍କୁ ତାଙ୍କ ଅଫିସ ପର୍ଯ୍ୟନ୍ତ ପହଞ୍ଚିବାରେ ରୋକନ୍ତି ତେବେ ଆଇନର ଆଶ୍ରୟ ନିଆଯିବ ବୋଲି ସଫାସଫା କୁହାଯାଇଛି।

{"id":360132,"width":579,"height":419,"sizeSlug":"large"}

ସେପଟେ ହ୍ୱାଇଟ୍ ହାଉସରେ କର୍ମଚାରୀଙ୍କୁ ଯେଉଁ ପର୍ଯ୍ୟନ୍ତ ଟ୍ରମ୍ପ ତାଙ୍କର ପରାଜୟ ସ୍ୱୀକାର ନ କରିଛନ୍ତି ସେ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଭଳି ତାଙ୍କ ସେବାରେ ଯେପରି କୌଣସି ଅବହେଳା ନ କରାଯାଏ ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି। ଉପରାଷ୍ଟ୍ରପତି ମାଇକ୍ ପେନ୍ସ ମଧ୍ୟ ତାଙ୍କ କର୍ମଚାରୀଙ୍କୁ ନିର୍ବାଚନ ପ୍ରକ୍ରିୟା ଏପର୍ଯ୍ୟନ୍ତ ସରି ନଥିବା କହିଛନ୍ତି। ସେ ଟ୍ରମ୍ପ ଏପର୍ଯ୍ୟନ୍ତ ହାରି ନଥିବା କହିବା ସହ କର୍ମଚାରୀଙ୍କୁ ନିଜନିଜ କାମ ସୁଚାରୁ ସମ୍ପାଦନା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। 

{"id":360133,"width":576,"height":431,"sizeSlug":"large"}

ସେପଟେ ନିର୍ବାଚନର ବିଶ୍ୱସନୀୟତାକୁ ସନ୍ଦେହ କରି ଟ୍ରମ୍ପ ପ୍ରଶାସନ ପ୍ରଚାର ଅଭିଯାନରେ ଯୁଟି ଯାଇଛି। ରିପବ୍ଲିକାନ ପାର୍ଟି ପକ୍ଷରୁ ବିଭିନ୍ନ ରାଜ୍ୟର ନ୍ୟାୟାଳୟମାନଙ୍କରେ ଅନେକ ପିଟିସନ ଫାଇଲ କରାଯାଉଛି। ତେବେ ଏଥିରେ ନିର୍ବାଚନ ପରାଜୟ ନେଇ ଟ୍ରମ୍ପ ଅଥବା ତାଙ୍କ ପ୍ରଶାସନ କୌଣସି ମଜଭୁତ ପ୍ରମାଣ ଦେଇ ପାରୁନାହାନ୍ତି। ହେଲେ ଟ୍ରମ୍ପ ନିର୍ବାଚନରେ ହାରି ନଥିବା ଓ ତାଙ୍କ ନିର୍ବାଚନ ଅନିୟମିତତାରେ ହରାଯାଇଥିବାର ବାର୍ତ୍ତା ରିପବ୍ଲିକାନ ମୌଳବାଦୀଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାରେ ଏବେ ସଫଳ ହୋଇଥିବା ଡେମୋକ୍ରାଟ ମାନେ ଅଭିଯୋଗ କରିଛନ୍ତି।

{"id":360134,"sizeSlug":"large"}

ଟ୍ରମ୍ପ ଏବେ ଦେଶରେ ବଡ ଜନସମାବେଶ କରିବାକୁ ଯୋଜନା କରିବା ସହ ତାଙ୍କ ବରିଷ୍ଠ ପରାମର୍ଶଦାତା ତଥା ଜ୍ୱାଇଁ ଜେରେଡ କୁସ୍ନର, ଓକିଲ ରୁଡି ଜୁଇଲିୟାନୀ, ନିର୍ବାଚନ କ୍ୟାମ୍ପେନପ୍ରମୁଖ ଜେସନ ମିଲର ଆଦିଙ୍କୁ ବିଭିନ୍ନ ସ୍ଥାନରେ ରାଲି କରି ଲୋକଙ୍କୁ ସମ୍ବୋଧିତ କରିବାକୁ ଓ ଦ୍ୱିତୀୟବାର ଭୋଟ ଗଣନା ଲାଗି ଦାବି ଉଠାଇବାକୁ କହୁଥିବା ଜଣାପଡ଼ିଛି।

{"id":360136,"width":575,"height":345,"sizeSlug":"large"}

ତେବେ ପରମ୍ପରା ଅନୁସାରେ ନିର୍ବାଚନ ଫଳାଫଳ ମିଳିବାମାତ୍ରେ ହ୍ୱାଇଟ୍ ହାଉସ୍‌ର ଏକ ସମୂହ କ୍ଷମତା ହସ୍ତାନ୍ତରଣ ପ୍ରକ୍ରିୟା ଆରମ୍ଭ କରିବା କଥା। ହେଲେ ଯେ ପର୍ଯ୍ୟନ୍ତ ଟ୍ରମ୍ପ ଅଥବା ତାଙ୍କ ବରିଷ୍ଠ ପରାମର୍ଶଦାତା କୁସ୍ନର ଏଥିଲାଗି ନିର୍ଦ୍ଦେଶ ନ ଦିଅନ୍ତି ଏ ଦିଗରେ ସମୂହ ଏବେ ଆଗେଇ ପାରୁନଥିବା ଜଣାପଡିଛି। ହ୍ୱାଇଟ୍‌ ହାଉସ୍‌ ନୀତି ନିର୍ଦ୍ଧାରଣ ପ୍ରମୁଖ କ୍ରିସ ଲିଡେଲଙ୍କ ଉପରେ ଏହି ଦାୟିତ୍ୱ ରହିଛି। ଏଥିଲାଗି ସେ ମଧ୍ୟ ନିଜେ ଦାୟୀ। ଏଣୁ ଚାପ ବଢିଲେ ହୁଏତ ହ୍ୱାଇଟ୍ ହାଉସ୍ ଟିମ୍‌ ଟ୍ରାଞ୍ଜିଟ ପ୍ରକ୍ରିୟା ଆରମ୍ଭ କରିପାରନ୍ତି। ତେବେ ଏପରି ହେଲେ ହ୍ୱାଇଟ୍ ହାଉସ୍ ଓଭାଲ ଅଫିସରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ସ୍ୱାଗତ କାର୍ଯ୍ୟକ୍ରମରେ ହୁଏତ ଟ୍ରମ୍ପ ଯୋଗ ଦେଇ ନପାରନ୍ତି। ବିଧି ଅନୁସାରେ ନିର୍ବାଚନ ଫଳାଫଳ ଘୋଷଣା ପରେ ପରେ ବିଦାୟୀ ରାଷ୍ଟ୍ରପତି ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଡକାଇ ଏହି ବୈଠକ କରିବା କଥା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.