Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଶରଦ ପାଓ୍ବାରଙ୍କ ନୂଆ ଚାଲ୍‌, ପ୍ରଶାନ୍ତ କିଶୋରଙ୍କ ସହ ଆଲୋଚନା ପରେ ଡକାଇଲେ ଅଣ କଂଗ୍ରେସ ବୈଠକ

21/06/2021 at 5:47 PM

ମୁମ୍ବାଇ ୨୧/୬: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଶରଦ ପାଓ୍ବାରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମଙ୍ଗଳବାର ପାଓ୍ବାର କଂଗ୍ରେସ ବିନା ଅନ୍ୟ ଦଳକୁ ନେଇ ବୈଠକ କରିବେ। ଆସନ୍ତାକାଲି ଅପରାହ୍ଣ ୪ଟାରେ ଶରଦ ପାଓ୍ବରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ବୈଠକ ହେବାକୁ ଯାଉଛି। ଏଥିରେ ଟିଏମସିର ଉପାଧ୍ୟକ୍ଷ ଯଶୋବନ୍ତ ସିହ୍ନା ଯୋଗ ଦେବାକୁ ଥିବା ବେଳେ ଅନ୍ୟ ଦଳର ନେତା ମଧ୍ୟ ସାମିଲ ହେବେ। ରାଷ୍ଟ୍ରମଞ୍ଚର ପ୍ରତିଷ୍ଠାତା ଯଶୋବନ୍ତ ସିହ୍ନା ଏବେ ଟିଏମସିର ଉପାଧ୍ୟକ୍ଷ ଅଛନ୍ତି। କାଲିର ବୈଠକରେ ପାଓ୍ବାର ରାଷ୍ଟ୍ରମଞ୍ଚକୁ କିଛି ପରାମର୍ଶ ଦେଇପାରନ୍ତି ବୋଲି ଜଣେ ନେତା କହିଛନ୍ତି।

ଯଦିଓ ରାଷ୍ଟ୍ରମଞ୍ଚ କୌଣସି ରାଜନୈତିକ ପ୍ଲାଟଫର୍ମ ନୁହେଁ କିନ୍ତୁ ଭବିଷ୍ୟତରେ ଏହା ତୃତୀୟ ବିକଳ୍ପ ନହୋଇପାରେ ବୋଲି କହିହେବ ନାହିଁ।  ପ୍ରଥମ ଥର ଶରଦ ପାଓ୍ବାର ରାଷ୍ଟ୍ରମଞ୍ଚ ସହ ବୈଠକ କରିବେ। ପ୍ରଖ୍ୟାତ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ପାଓ୍ବାର ରାଷ୍ଟ୍ରମଞ୍ଚ ସହ ବୈଠକ କରିବାକୁ ଯାଉଛନ୍ତି। ଯଶୋବନ୍ତ ସିହ୍ନା ରାଷ୍ଟ୍ରମଞ୍ଚର ପ୍ରତିଷ୍ଠାତା ହୋଇଥିବା ବେଳେ ଏବେ ଟିଏମସିର ଉପାଧ୍ୟକ୍ଷ ଏବଂ ବେଙ୍ଗଲରେ ଟିମଏସି ବିଜୟୀ ହୋଇଥିବା ବେଳେ ପ୍ରଶାନ୍ତ କିଶୋରଙ୍କ ଭୂମିକା ଗୁରୁତବପୂର୍ଣ୍ଣ ଥିଲା। ତେବେ ଏହାକୁ ବିଶ୍ଲେଷଣ କଲେ କିଛି ବଡ଼ ହୋଇପାରେ ବୋଲି ଅନୁମାନ କରିବା ଭୁଲ ହେବ ନାହିଁ।  

୨୦୧୮ରେ ଯଶୋବନ୍ତ ସିହ୍ନା ଆର୍ଥିକ, ରାଜନୈତିକ ଏବଂ ସାମାଜିକ ସ୍ଥତି ଉପରେ ଚର୍ଚ୍ଚା କରିବାକୁ ରାଷ୍ଟ୍ରମଞ୍ଚ ଆରମ୍ଭ କରିଥିଲେ। ଏଥିରେ ବହୁ ବିରୋଧୀ ନେତା ଏବଂ  ଅଣ ରାଜନୈତିକ ବ୍ୟକ୍ତି ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ପ୍ରଶ୍ନ କରିବା ଥିଲା ରାଷ୍ଟ୍ରମଞ୍ଚର ମୂଳ ମନ୍ତ୍ର। ପୂର୍ବରୁ ରାଷ୍ଟ୍ରମଞ୍ଚ ବୈଠକରେ ଦିନଶେ ତ୍ରିବେଦୀ, କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ, ସାଂସଦ ସାଜିଦ ମେମନ, ଆପ୍‌ ସାଂସଦ ସଞ୍ଜୟ ସିଂହ, ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁରେଶ ମେହଟା ଏବଂ ଜେଡିୟୁ ନେତା ପବନ ବର୍ମା ସାମିଲ ହୋଇସାରିଛନ୍ତି।    

   Related Posts