ପ୍ରେମ ପାଇଁ ମହାଭାରତ , ବିବାହ ପରେ ସ୍ବାମୀଙ୍କୁ ଛାଡ଼ି ପ୍ରେମିକ ଦ୍ବାରରେ ଧାରଣା

Published By : Prameya-News7 Bureau | December 13, 2020 IST

କୋଣାର୍କ ୧୩।୧୨: ପ୍ରେମ ପାଇଁ ମହାଭାରତ। ପ୍ରେମିକର ପ୍ରରୋଚନାରେ ପଡ଼ି ବିବାହର ୪ ଘଣ୍ଟା ପରେ ସ୍ବାମୀଙ୍କୁ ଛାଡ଼ି ପ୍ରେମିକ ଘରକୁ ଗଲା ଝିଅ। ହେଲେ ସେଠାରେ ପ୍ରେମିକ ଦେଲା ଧୋକ୍କା। ଶେଷରେ ପ୍ରେମିକ ଘର ଦୁଆରେ ଧାରଣା ଦେଉଛି ପ୍ରେମିକା। ଆଉ ଧୋକ୍କା ଦେବା ଅଭିଯୋଗରେ ପ୍ରେମିକ ପରିବାରର ୫ ଜଣ ଗିରଫ। ପ୍ରେମିକାର ବୟାନ ରେକର୍ଡ କରିବ ପୋଲିସ। ପୁରୀ ଜିଲ୍ଲା ଗୋପ ବ୍ଲକ ବଉଲାଙ୍ଗ ପଞ୍ଚାୟତ ବରିମୁଣ୍ଡ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଦୀର୍ଘ ବର୍ଷ ଧରି ରଞ୍ଜିତ ଦାସ ନାମକ ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କ ସହିତ ସମ୍ପର୍କ ମଧ୍ୟ ରଖିଥିଲେ। ବିବାହ ର ମିଛ ପ୍ରତିଶ୍ରୁତି ଦେଇ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ମଧ୍ୟ ରଞ୍ଜିତ ସେହି ଯୁବତୀଙ୍କୁ ବିବାହ କରିନଥିବା ଅଭିଯୋଗ ହୋଇଛି । ସେପଟେ ଝିଅର ପରିବାର ଲୋକେ ଏ ସମ୍ପର୍କରେ ଅବଗତ ନଥିବାରୁ ଝିଅକୁ ଗୋପ ବ୍ଲକ ନେତପୁର ଗାଁ ର ଜଣେ ଯୁବକ ସହିତ ଗତ ୯ ତାରିଖ ଦିନ ବିବାହ କରିଦେଇଥିଲେ। ମାତ୍ର ସେହି ଦିନ ରାତିରେ ରଞ୍ଜିତ ସେହି ଯୁବତୀଙ୍କୁ ଫୋନ କରି ତାଙ୍କ ପାଖକୁ ଚାଲି ଆସିବାକୁ କହିଥିଲେ।

ବିବାହର ମିଛ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରେମିକ ରଞ୍ଜିତ କି ତାର ପରିବାର ସଦସ୍ୟ ସେହି ଯୁବତୀଙ୍କୁ ଗ୍ରହଣ କଲେ ନାହିଁ। ଏହା ପରଠାରୁ ଯୁବତୀ ଜଣଙ୍କ ପ୍ରେମିକଙ୍କ ଘର ଦୁଆରେ ଧାରଣା ଦେଇଥିଲେ। ସେପଟେ ଝିଅର ପରିବାର ଲୋକେ ଏନେଇ ପ୍ରେମିକ ରଞ୍ଜିତ ପରିବାର ବିରୋଧରେ ଗୋପ ଥାନାରେ ଏତଲା ଦେଇଛନ୍ତି। ସେପଟେ ପ୍ରେମିକାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ରଞ୍ଜିତଙ୍କ ପରିବାରର ୫ ଜଣଙ୍କୁ ଗିରଫ କରିଛି। ସେପଟେ ପ୍ରେମିକାଙ୍କ ବୟାନ ରେକର୍ଡ କରିବ ପୋଲିସ।

wp:html /wp:html




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.