Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||

ଭାରତୀୟ କ୍ରିକେଟ୍ ଟିମ୍‌ର ଏହି ତାରକା ମାନେ ବିବାହର ବହୁ ବର୍ଷ ପରେ ମଧ୍ୟ ଅଛନ୍ତି ନିଃସନ୍ତାନ

20/07/2019 at 1:26 PM

ମୁମ୍ବାଇ ୨୦|୭:  ପ୍ରତ୍ୟକ ବ୍ୟକ୍ତିର ସ୍ବପ୍ନ ଥାଏ ବିବାହ ଓ ବିବାହ ପରେ ସନ୍ତାନ ସନ୍ତତିଙ୍କୁ ନେଇ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ବପ୍ନ ରହିଥାଏ । ହେଲେ ସମସ୍ତ ସ୍ବପ୍ନ ଏତେ ସହଜରେ ପୁରା ହୋଇନଥାଏ । ବିବାହ ପରେ ପିଲାଛୁଆ ହେବା କେବଳ ଯେ ଦମ୍ପତ୍ତିମାନଙ୍କର ଇଚ୍ଛା ରହିଥାଏ ତାହା ନୁହେଁ ବରଂ ପରିବାର, ପଡୋଶୀ, ବନ୍ଧୁବାନ୍ଧବଙ୍କର ମଧ୍ୟ ଆଶା ରହିଥାଏ ।

ଯଦି ଭାରତୀୟ କ୍ରିକେଟରମାନଙ୍କ କଥା କହିବା ତେବେ ଏମିତି ବହୁତ କ୍ରିକେଟର ଅଛନ୍ତି ଯେଉଁମାନେ ଭଲ ଜୀବନସାଥୀଟିଏ ବାଛି ବିବାହ କରିଲେ ସିନା ହେଲେ ବିବାହର ବହୁ ବର୍ଷ ପରେ ମଧ୍ୟ ମା ବାପା ହେବାର ସୌଭାଗ୍ୟ ଲାଭ କରିନାହାନ୍ତି । ବିବାହର ବହୁ ବର୍ଷ ପରେ ମଧ୍ୟ ଏହି ୫ଜଣ ଭାରତୀୟ କ୍ରିକେଟର ଏବେବି ନିଃସନ୍ତାନ ଅଛନ୍ତି । ତେବେ ସେମାନେ କିଏ ଆସନ୍ତୁ ଜାଣିବା ।

ଦୀନେଶ କାର୍ତ୍ତିକ :

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବ୍ୟାଟ୍ସମ୍ୟାନ୍ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦୀନେଶ କାର୍ତ୍ତିକ । ଭାରତୀୟ କ୍ରିକେଟ୍ ଦଳର ବହୁ ମ୍ୟାଚ୍ ର ସଫଳତାରେ ଦୀନେଶ କାର୍ତ୍ତିକଙ୍କ ଭାଗିଦାରୀ ମଧ୍ୟ ରହିଛି । ଦୀନେଶ ୨୦୧୫ ମସିହାରେ ଦୀପିକା ପଲ୍ଲିକଲଙ୍କୁ ବିବାହ କରିଥିଲେ । ବିବାହର ୪ବର୍ଷ ପରେ ମଧ୍ୟ ଏହି ଦମ୍ପତ୍ତିଙ୍କ ସନ୍ତାନସନ୍ତତି ହୋଇନାହିଁ । ଏବେବି ଏମାନେ ନିଃସନ୍ତାନ ରହିଛନ୍ତି ।

ବିରାଟ କୋହଲି :

ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ବିରାଟ କୋହଲି ୨୦୧୭ ମସିହାରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ବିବାହ କରିଥିଲେ । ବିବାହର ୨ବର୍ଷ ପରେ ମଧ୍ୟ ଏହି ଦମ୍ପତ୍ତିଙ୍କର ସନ୍ତାନସନ୍ତତି ହୋଇନାହିଁ । ଅନୁଷ୍କା ମା ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ମାତ୍ର ଅନୁଷ୍କା କହିଥିଲେ ଯେ, ଏବେ ସେମାନେ ସନ୍ତାନ ପାଇଁ କିଛି ପ୍ଲାନ୍ କରିନାହାନ୍ତି । ଉଭୟ ବର୍ତ୍ତମାନ ନିଜ ନିଜର କ୍ୟାରିୟର ଉପରେ ଫୋକସ୍ କରୁଛନ୍ତି ।

ଭୁବନେଶ୍ବର କୁମାର :

ଭାରତୀୟ କ୍ରିକେଟ୍ ଟିମ୍ ର ଦ୍ରୁତ ବୋଲର ଭୁବନେଶ୍ବର କୁମାର ୨୦୧୭ ମସିହାରେ ନୁପୁର ନାଗରଙ୍କ ସହ ବିବାହ କରିଥିଲେ । ମାତ୍ର ବିବାହର ୨ବର୍ଷ ପରେ ମଧ୍ୟ ଏହି ଦମ୍ପତ୍ତିଙ୍କର କୌଣସି ସନ୍ତାନ ହୋଇନାହିଁ ।

ଯୁବରାଜ ସିଂହ :

ଭାରତୀୟ କ୍ରିକେଟ୍ ଟିମ୍ ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ୨୦୧୬ ମସିହାରେ ଅଭିନେତ୍ରୀ ହେଜଲ କିଚଙ୍କୁ ବିବାହ କରିଥିଲେ । ବିବାହର ୩ବର୍ଷ ପରେ ମଧ୍ୟ ଏହି ଦମ୍ପତ୍ତି ନିଃସନ୍ତାନ ଅଛନ୍ତି । ଜଣାପଡିଛି ଯେ, ଏବେ ଏହି ଦମ୍ପତ୍ତି ସନ୍ତାନ ପାଇଁ ଇଚ୍ଛୁକ ଅଛନ୍ତି ।

ଅମ୍ବାତି ରାୟିଡୁ :

ଭାରତୀୟ ଦଳର ଦ୍ରୁତ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟିଡୁ ୨୦୦୯ ମସିହାରେ ଚେନ୍ନୁପଲ୍ଲୀ ବିଦ୍ୟାଙ୍କ ସହିତ ବିବାହ କରିଥିଲେ । ବିବାହର ୧୦ବର୍ଷ ପରେ ମଧ୍ୟ ଏହି ଦମ୍ପତ୍ତିଙ୍କୁ ସନ୍ତାନ ସୌଭାଗ୍ୟ ମିଳିନାହିଁ । ଏହି ଦମ୍ପତ୍ତି ଗୋଟିଏ ହିଁ ସନ୍ତାନ ଚାହୁଁଛନ୍ତି । ମାତ୍ର ସେମାନେ ଏପର୍ଯ୍ୟନ୍ତ ନିଃସନ୍ତାନ ରହିଛନ୍ତି ।

   Related Posts