ଶୁଭେନ୍ଦୁ ଅଧିକାରୀଙ୍କ ରାଲି ପାଲଟିଲା ରଣକ୍ଷେତ୍ର, ଟିଏମସି-ବିଜେପି କାର୍ଯ୍ୟକର୍ତ୍ତା ମୁହାଁମୁହିଁ
18/01/2021 at 6:21 PM

କୋଲକାତା ୧୮/୦୧: ନନ୍ଦିଗ୍ରାମରୁ ନିର୍ବଚନ ଲଢ଼ିବାକୁ ନେଇ ମମତା ବାନାର୍ଜୀ ଘୋଷଣା କରିବାର କିଛି ସମୟ ପରେ ଶୁଭେନ୍ଦୁ ଅଧିକାରୀଙ୍କ ରାଲିରେ ହଙ୍ଗାମା ହୋଇଥିବା ଜଣାପଡ଼ିଛି। ଦକ୍ଷିଣ କୋଲକାତାରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ରାଲି କରୁଥିବା ବେଳେ ଏହି ଆକ୍ରମଣ ହୋଇଛି। ନିର୍ବାଚନ ରାଲି ଉପରେ ପଥର ମାଡ ହୋଇଥିବା ବେଳେ ଅନେକ ଗାଡ଼ି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଟିଏମସି ଗଡ଼ ଟଲିଗଞ୍ଜରେ ଶୁଭେନ୍ଦୁ ଗର୍ଜୁଥିବା ବେଳେ ଏହି ଆକ୍ରମଣ ହୋଇଛି।
ସୋମାବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ନଚେତ ଦୁଇଟି ସିଟ୍ ବଭାନୀପୁରା ଓ ନନ୍ଦଗ୍ରାମରୁ ଲଢ଼ିବେ ବୋଲି ଘୋଷଣା କରିଛି। ତେବେ ଏହି ଦୁଇ ବିଧାନସଭା କ୍ଷେତ୍ରରେ ଶୁଭେନ୍ଦୁ ଅଧିକାରୀଙ୍କ ଦବଦବା ରହିଛି। ଯିଏକି ନିକଟରେ ଟିଏମସି ଛାଡ଼ି ବିଜେପିରେ ମିଶିଛନ୍ତି।
ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ସହ ବିଜେପିକୁ ଜୋରଦାର ଟାର୍ଗେଟ କରିଥିଲେ ମମତା। ସେମାନେ ଦେଶର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ହୁଅନ୍ତୁ କିନ୍ତୁ ବିଜେପିକୁ ବେଙ୍ଗଲ ବିକ୍ରି କରିବାକୁ ଦୁଃସାହସ କରନାହିଁ।ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋ ରାଜ୍ୟକୁ ବିଜେପି ହାତକୁ କଦାପି ଦେବି ନାହିଁ ବୋଲି କହିଥିଲେ ମମତା ବାନାର୍ଜୀ।
ଟିଏମସି ଛାଡ଼ି ବିଜେପିରେ ସାମିଲ ହେବା ପରେ ଟାଣୁଆ ନେତା ଶୁଭେନ୍ଦୁ ଅଧିକାରୀଙ୍କ ପ୍ରତି ଦିଦିଙ୍କ ଆକ୍ରୋଶ ବୃଦ୍ଧି ପାଇଥିବା ଆଲୋଚନା ହେଉଛି। ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ କୋଲକାତାରେ ଶୁଭେନ୍ଦୁ ଅଧିକାରୀ ରାଲି କରୁଥିବା ବେଳେ ଟିଏମସି ମହିଳା ଓ୍ବିଙ୍ଗ କଳା ପତାକା ଦେଖାଇଥିଲା। ଏହା ପରେ ବିଶୃଙ୍ଖଳା ଆରମ୍ଭ ହୋଇଥିଲା। ଶୁଭେନ୍ଦୁ ଅଧିକାରୀଙ୍କ ରୋଡ ଶୋ କୋଲକାତାର ରାଶବିହାରୀ ଆଭେନ୍ୟୁ ପର୍ଯ୍ୟନ୍ତ ଯିବାର ଥିଲା। ଏଠାରୁ ମମତା ବାନାର୍ଜୀଙ୍କ ବାସଭବନ ପାଖରେ ଅବସ୍ଥିତି। ରାଲି ସରିବା ପରେ ଶୁଭେନ୍ଦୁ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥାନ୍ତେ। କିନ୍ତୁ ରାଲି ସମୟରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା।