Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

CAAକୁ ନେଇ ବିରୋଧୀ ଦଳରେ ଫାଟ, ମମତାଙ୍କ ପରେ ଏବେ କଂଗ୍ରେସ ବୈଠକରୁ ପୃଥକ ହେଲେ ମାୟାବତୀ, ଜାଣିନାହାନ୍ତି କେଜରୀୱାଲ

ନୂଆଦିଲ୍ଲୀ ୧୩।୧:  ନାଗରିକ (ସଂଶୋଧିତ) ଆଇନ (ସିଏଏ)କୁ ନେଇ ବିରୋଧୀ ଦଳରେ ଫାଟ ସୃଷ୍ଟି ହୋଇଛି। କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଙ୍କ ବୈଠକରୁ ମମତା ବନାର୍ଜୀ ପ୍ରଥମରୁ ଦୂରେଇ ଯାଇଥିବା ବେଳେ ଏବେ ବିଏସପି ନେତ୍ରୀ ମାୟାବତୀ ମଧ୍ୟ ନିଜକୁ ପୃଥକ କରିନେଇଛନ୍ତି। ସେପଟେ ସିଏଏ ଲାଗି କଂଗ୍ରେସର ବୈଠକ ନେଇ ଆପ ନେତା କେଜରୀୱାଲ କିଛି ଜାଣିନଥିବା କହିଛନ୍ତି।  

ତେବେ ସୋମବାର ବିଏସପି ନେତ୍ରୀ ମାୟାବତୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସଂଶୋଧିତ ନାଗରିକ ଆଇନ ଓ ନାଗରିକ ରେଜିଷ୍ଟ୍ରାର (ଏନଆରସି)କୁ ନେଇ ଆଲୋଚନା ଲାଗି କଂଗ୍ରେସ ଡାକିଥିବା  ବୈଠକରେ ତାଙ୍କ ଦଳ ଭାଗନେବନି ବୋଲି ଉଲ୍ଲେଖ କରିଛନ୍ତି।  ତେବେ ତାଙ୍କ ପାର୍ଟି ସିଏଏ ଓ ଏନଆରସିକୁ ବିରୋଧ କରୁଛି, ହେଲେ ରାଜସ୍ଥାନରେ ବୈଠକ ଆୟୋଜନ ଆମନ୍ତ୍ରଣକୁ ପାର୍ଟି ବାଧ୍ୟ ହୋଇ ଉପେକ୍ଷା କରୁଛି। କାରଣ ସେଠାରେ କଂଗ୍ରେସ ବିଏସପିରେ ତୋଡଜୋଡ କରିଥିଲା ବୋଲି ଲେଖିଛନ୍ତି।

ସେପଟେ ବରିଷ୍ଠ ଆମଆଦମୀ ନେତା ସଞ୍ଜୟ ସିଂହ କଂଗ୍ରେସର ଏପରିକି କିଛି ବୈଠକ ନେଇ ତାଙ୍କୁ ଜଣାନଥିବା କହିଛନ୍ତି। ଏ ନେଇ  ଜାତୀୟ ସଂଯୋଜକ ମଧ୍ୟ ତାଙ୍କୁ କୌଣସି ସୂଚନା ମଧ୍ୟ ଦେଇନାହାନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆପ୍ ଏହି ବୈଠକକୁ ବହିଷ୍କାର କରିଛି। ଏଆଇସିସି ନେତ୍ରୀ ସୋନିଆ ଗାନ୍ଧି ଦେଶରେ ସିଏଏ ଓ ଏନଆରସିକୁ ନେଇ ହେଉଥିବା ବିରୋଧ ଲାଗି ନୂଆ ରଣନୀତି ପ୍ରସ୍ତୁତି ଲାଗି ଏହି ବୈଠକର ଯୋଜନା କରିଥିଲେ। ସଂସଦରେ ଆମଆଦମୀ ପାର୍ଟି ଏହି ଆଇନକୁ ବିରୋଧ କରିଥିଲା ଓ ଗତମାସରେ ହୋଇଥିବା ବିରୋଧୀ ଦଳଙ୍କ ବୈଠକରେ ବି ଯୋଗଦେଇଥିଲା। ହେଲେ ଠିକ୍ ବେଳେ ସମସ୍ତେ ଏବେ କଂଗ୍ରେସକୁ ଦୂରଛଡା ଦେଇଛନ୍ତି।   

   Related Posts