ମହାରାଷ୍ଟ୍ର ପରେ ଏବେ ଦିଲ୍ଲୀରୁ ଆରମ୍ଭ ହେଲା ପ୍ରବାସୀଙ୍କ ପଳାୟନ, କରୋନା lock down ଭୟରେ ରାଜଧାନୀ ଛାଡୁଛନ୍ତି ଲୋକେ

Published By : Prameya-News7 Bureau | April 07, 2021 IST

ନୂଆଦିଲ୍ଲୀ ୭।୪: ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଗୋଟିଏ ଦିନରେ ନୂଆ ୫ହଜାର ୧୦୦ କରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଛି। ଏଣୁ ଜାତୀୟ ରାଜଧାନୀରେ ଲୋକଙ୍କୁ ପୁଣି ଥରେ ଘାରିଛି ଲକଡାଉନ୍‌ ଚିନ୍ତା। ତେବେ ସେଭଳି କିଛି ପଦକ୍ଷେପ ନିଆଯିବା ପୂର୍ବରୁ ଲୋକେ ନିଜନିଜ ଗୃହ ରାଜ୍ୟରକୁ ସୁରକ୍ଷିତ ପହଞ୍ଚିବା ଲାଗି ଏବେ ଦିଲ୍ଲୀ ଛାଡିବା ଆରମ୍ଭ କରିଛନ୍ତି।

wp:embed {"url":"https://twitter.com/ANI/status/1379722173183520768","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1379722173183520768
/wp:embed

ଦେଶ ଅଥବା ଦିଲ୍ଲୀରେ ଲକଡାଉନ ଲାଗୁ ହେଉ ତାହା ଲୋକେ ଚାହାଁନ୍ତିନି।  କାରଣ ଗତବର୍ଷ ଲକଡାଉନ ଯୋଗୁ ସେମାନେ ଯେଉଁ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ପୁଣି ଥରେ ସେପରି ପରିସ୍ଥିତିକୁ ଫେରିବାକୁ ନପଡେ ସେଥିପାଇଁ ବୁଧବାର ଦିଲ୍ଲୀ ଷ୍ଟେସନରେ ଦିନ ତମାମ ଯାତ୍ରୀଙ୍କ ଭିଡ ଲାଗି ରହିଥିଲା। ଦିଲ୍ଲୀରେ ମଙ୍ଗଳବାର ୧ ଲକ୍ଷ ଯାଞ୍ଚ ହୋଇଥିବା ବେଳେ ସେଥିରୁ ୫ ହଜାର ୧୦୦ ପଜିଟିଭ ଚିହ୍ନଟ ହୋଇଛନ୍ତି। କୋଭିଡ ଚିହ୍ନଟ ଲୋକଙ୍କ ମଧ୍ୟରୁ ୧୭ଜଣଙ୍କ ମୃତ୍ୟୁ ହୋଇଛି।

{"id":434614,"sizeSlug":"large","linkDestination":"none"}

ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗଙ୍କ ସୂଚନା ଅନୁସାରେ ରାଷ୍ଟ୍ରୀୟ ରାଜଧାନୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୮୫ହଜାର ୬୨ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୬ଲକ୍ଷ ୫୬ ହଜାର ୬୧୭ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଯାଇଛନ୍ତି। ରାଜଧାନୀରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ୩୩୨ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ହଜାର ୨୬୬ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

{"id":434615,"sizeSlug":"large","linkDestination":"none"}

୮ ହଜାର ୮୭୧ ଜଣ ହୋମ ଆଇସୋଲେସନରେ ଥିବା ବେଳେ ରାଜଧାନୀର ବିଭିନ୍ନ କୋଭିଡ କେନ୍ଦ୍ରରେ ୯୫ ଜଣ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗଙ୍କ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୧ଲକ୍ଷ ୩ହଜାର ୪୫୩ ଜଣଙ୍କ ନମୁନା ସଂଗ୍ରହ କରାଯାଇ ଯା଼ଞ୍ଚ କରାଯାଇଛି। ଜାତୀୟ ରାଜଧାନୀରେ ଗୋଟିଏ ଦିନରେ ଯାଞ୍ଚର ଏହା ଏକ ରେକର୍ଡ ବୋଲି କୁହାଯାଇଛି। ଏଥିରୁ ଆରଟିପିସିଆରରେ ୬୯ ହଜାର ୬୬୭ ଜଣଙ୍କ ଯାଞ୍ଚ ହୋଇଥିବା ବେଳେ ୩୩ ହଜାର ୭୮୬ଟି ପରୀକ୍ଷଣ ରାପିଡ୍ ଆଣ୍ଟିଜେନ ଟେଷ୍ଟରେ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.